ଓଡ଼ିଶା

୨୫ରେ ନାଟମଣ୍ଡପ ମରରାମତି ବୈଠକ

ପୁରୀ:୨୦/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସମ୍ପର୍କରେ ଏକ ବୈଠକ ଆସନ୍ତା ୨୫ତାରିଖ ଦିନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କ ସମେତ କୋର୍ କମିଟି ସଭ୍ୟ ଏଥିରେ ଯୋଗଦେବେ। ଶୁକ୍ରବାର ନାଟମଣ୍ଡପ ଛାତରୁ ଚୂନ ପଲସ୍ତରା ଖସିଥିଲା। ଏଥିରେ ଜଣେ ମହିଳା ଭକ୍ତ ଗୁରୁତର ଭାବେ ଆହତ ହୋଇଥିଲେ। ଶ୍ରୀମନ୍ଦିର ମରାମତି ଅନୁଧ୍ୟାନ ପାଇଁ ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଏମ୍.କେ ମହାନ୍ତି ଶନିବାର ପୁରୀ ଗସ୍ତରେ ଆସି ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ। ଘଟଣା ସମ୍ପର୍କରେ ସେ ମନ୍ଦିର ପ୍ରଶାସନ ଓ ଏଏସ୍ଆଇ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top