ଜିଲ୍ଲା ପରିକ୍ରମା

୨୫ତମ ଭଦ୍ରକ ଜିଲ୍ଲାସ୍ତରୀୟ ଜୁନିୟର ରେଡ୍କ୍ରସ୍ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ୧୭୫ ଟି ବିଦ୍ୟାଳୟର ୫୯୮ ଜଣ ଶିବିରାର୍ଥୀ ଯୋଗଦେଲେ

ଭଦ୍ରକ,୫ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକର ବଳଭଦ୍ରପୁର-ଚୁନିଦାସ୍ଥିତ କ୍ଷେତ୍ରବାସୀ ହାଇସ୍କୁଲ ପରିସରରେ ୨୫ତମ ଜିଲ୍ଲାସ୍ତରୀୟ ଜୁନିୟର ରେଡ୍କ୍ରସ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଛି । ଏହି ଶିବିରକୁ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ଭଦ୍ରକ ଜିଲ୍ଲା ଜୁନିୟର ରେଡ୍କ୍ରସ ସଂପାଦକ ଲକ୍ଷ୍ମଣ କୁମାର ବିନ୍ଧାଣୀ ପତାକା ଉତ୍ତୋଳନ ସହ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭବେ ଉଦ୍ଘାଟନ କରିଥିଲେ । ଡେପୁଟି କଲେକ୍ଟର ରାଜେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡ୍କ୍ରସ୍ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କର ଏହି ସଂସ୍ଥା ଗଠନ ପଛରେ  ଯେଉଁ ମହତ୍ୱ ଉଦେ୍ଦଶ୍ୟ ରହିଥିଲା, ତାହା ବିଶଦ ଭାବେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ୱାନ ଦେଇଥିଲେ । ଡି.ପି.ସି. ଜୟଶ୍ରୀ ସେନାପତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଜୁନିୟର ରେଡ୍କ୍ରସ୍ର ଶିବିରାର୍ଥୀଙ୍କୁ ସେବା କରିବାର ମହତ୍ୱ ବୁଝାଇଥିଲେ । ସାଂଗଠନିକ ସଂପାଦକ ତଥା କ୍ଷେତ୍ରବାସୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭୀମଚରଣ ପରିଡା ଓ ଯୁଗ୍ମ ସଂପାଦକ ବାଦଲ କିଶୋର ମହାପାତ୍ରଙ୍କ ମିଳିତ ସଭାପତିତ୍ୱରେ ଆୟୋଜିତ ଏହି ଉସôବରେ କଲେଇ ଗ୍ରାମପଞ୍ଚାୟତର ସରପଞ୍ଚ ମିନାକ୍ଷୀ ପରିଡା, ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତ, ପୁରୁଷୋତ୍ତମ ବାରିକ, ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ମାଝୀ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଣବ କୁମାର ସାହୁ, ପ୍ରଶିକ୍ଷକ ଗୁରୁଚରଣ ବେହେରା, ହେମନ୍ତ ସୂତାର, ନରେନ୍ଦ୍ର ପ୍ରସାଦ ସାହୁ, ବୈକୁଣ୍ଠ ଚରଣ କାଣ୍ଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସଭାପତିଙ୍କ ବିବରଣୀ ପ୍ରଦାନ ପରେ କାଉନ୍ସିଲର ଚିନ୍ମୟୀ ଦୀକ୍ଷିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଧର୍ମେନ୍ଦ୍ର ବେହେରା, ବାବୁଲା ରାଉତ, ମାନସ ରାଉତ, ମେନକା କର, ଶୋଭାରାଣୀ ବାରିକ, ଡଲି ସାହୁ, ତପନ କୁମାର ନାୟକ, ତୁଷାର ଜେନା, ବାଦଲ ଦାସ, ରମାକାନ୍ତ ରାୟ, ମଜରୁଲ ଇସଲାମ୍ ଖାନ୍୍ ପ୍ରମୁଖଙ୍କ ପରିଚାଳନାରେ ଆୟୋଜିତ ଏହି ଉଦ୍ଘାଟନ ଉସôବରେ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଶିବିରାର୍ଥୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଶିବିର ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ମୋଟ ୧୭୫ ଗୋଟି ବିଦ୍ୟାଳୟର ୫୯୮ ଜଣ ଶିବିରାର୍ଥୀ ଅଂଶଗ୍ରହଣ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top