ଓଡ଼ିଶା

୨୪ ରୁ ଆରମ୍ଭ ହେବ ବିଜେଡିର ଯୁବ-ଛାତ୍ର ସଂପର୍କ ଅଭିଯାନ ଯୋଗଦେବେ ସାଂସଦ ଅନୁଭବ ମହାନ୍ତି

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଯୁବ ଓ ଛାତ୍ର ଶକ୍ତି ପ୍ରଗତିର ସାଥୀ। ରାଜ୍ୟର ପ୍ରଗତିକୁ ତ୍ୱରାନ୍ୱିତ କରିବା ଦିଗରେ ଏହି ଦୁଇ ଶକ୍ତିଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ତେଣୁ ରାଜ୍ୟ ତଥା ଜିଲାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଚାଲିଥିବା ପ୍ରଗତିର ଧାରାକୁ ଆଗେଇ ନେବାପାଇଁ ସମସ୍ତ ଛାତ୍ର ଓ ଯୁବ ସମାଜ ଏକ ହୋଇ ଅଭିଯାନ ଆରମ୍ଭ କରିବାକୁ ବିଧାୟକ ତଥା ଭଦ୍ରକ ଜିଲା ପାଇଁ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭଦ୍ରକ ବିଜେଡି କାର୍ଯ୍ୟାଳୟ ବିଜୁ ଭବନ ଠାରେ ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଯୁବ-ଛାତ୍ର ସଂପର୍କ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକରେ ଆହ୍ୱାନ ଦେଇଛନ୍ତି। ବିଜେଡି ଜିଲା ଯୁବ ସଭାପତି ଦୁର୍ଗା ପ୍ରସନ୍ନ ଦାସ ଓ ଛାତ୍ର ବିଜେଡିର ଜିଲା ସଭାପତି ତଥାଗତ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପରିବାର ଓ ଶିଶୁକଲ୍ୟାଣ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଜିଲା ଉପସଭାପତି ଅସିତ୍ ପଟ୍ଟନାୟକ, ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁତ୍ର ବିଷ୍ଣୁବ୍ରତ ରାଉତରାୟ, ପୌରାଧ୍ୟକ୍ଷ ମାନସ ମହାନ୍ତି, ପ୍ରାକ୍ତନ ଜିଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ, ଜିଲଶ ମହିଳା ସଭାନେତ୍ରୀ ତଥା ତିହିଡି ବ୍ଲକ୍ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ ଯୋଗଦେଇ ପ୍ରଗତି ପାଇଁ ଯୁବ ଓ ଛାତ୍ର ଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ୭ଟି ବ୍ଲକ୍ର ଉଭୟ ଛାତ୍ର ଓ ଯୁବ ସଂଗଠନର କାର୍ଯ୍ୟକର୍ତ୍ତା, ନଗର ଓ ନିର୍ବାଚନମଣ୍ଡଳୀୟ ସ୍ତରୀୟ କାର୍ଯ୍ୟକର୍ତ୍ତା ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ। ଏହି ଅବସରରେ ଆଗାମୀ ୨୩ ତାରିଖ ବାସୁଦେବପୁର ଓ ଭଦ୍ରକ, ୨୪ ତାରିଖରେ ଭଣ୍ଡାରିପୋଖରୀ ଓ ଧାମନଗର, ୨୫ ତାରିଖରେ ଚାନ୍ଦବାଲି ଠାରେ ବିଶାଳ ଯୁବ -ଛାତ୍ର ସମାବେଶ ଅନୁଷ୍ଠିତ ହେବ। ସମସ୍ତ ସମାବେଶରେ ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି, ଛାତ୍ର ବିଜେଡିର ରାଜ୍ୟ ସଭାପତି ରାଣାପ୍ରତାପ ପତ୍ରୀ ଓ ଯୁବ ବିଜେଡିର ରାଜ୍ୟ ସଭାପତି ଅମରେଶ ପତ୍ରୀ ଯୋଗଦେଇ ଉଦବୋଧନ ଦେବେ ବୋଲି ଯୁବ ବିଜେଡି ସଭାପତି ଦୁର୍ଗା ଦାସ ବୈଠକରେ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top