ଓଡ଼ିଶା

୨୪ ଘଣ୍ଟା ବିତି ଗଲେହେଁ, ପୋଖରୀରେ ବୁଡି ଥିବା ଶବ ବାହାର କରିବାରେ ଅଗ୍ନିଶମ ବିଭାଗ ବିଫଳ

ନୂଆପଡା- ୩/ ୧-( ଓଡିଆ ପୂଅ/ନନ୍ଦିଘୋଷ ଖମାରୀ)- ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥିତ ଟିକ୍ରାପଡା ଗାଁରେ ଥିବା ଗୋଟିଏ ପୋଖରୀରେ କୂଣିଆ ହୋଇ ଆସିଥିବା ଜଣେ ୪୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ସଂଦେହ ହେଉଛି।ମିଲିଥିବା ସୂଚନାନୁଯାୟୀ ନୂଆପଡା ବ୍ଲକ ସେମରିଆ ଗାଁର ଦୁର୍ମୁତ ପରାଭୁଏ ଟିକ୍ରାପଡା ଗାଁରେ ଥିବା ନିଜ ଷଢୁ ଗୋପତ ପରାଭୂଏଙ୍କ ଘରକୁ କୌଣସି କାମରେ ଆସିଥିଲେ। ଗତକାଲି ଅପରାହ୍ନ ୩ ଟା ବେଳେ ଗାଧୋଇବା ପାଇଁ ପାଖରେ ଥିବା ପୋଖରୀକୁ ଯାଇଥିଲେ। ପୋଖରୀରେ ଗାଧୋଉଥିବା ଗାଁ ଲୋକ ମଧ୍ୟ୍ୟ ଦେଖିଥିଲେ। ଗାଧୁଆ ପାହାଚରେ ଯୋତା ଓ ଟାଓ୍ବାଲ ଥିବା ବେଳେ ପରାଭୂଏଙ୍କ କୌଣସି ପତ୍ତା ମିଲୁ ନାହିଁ।ଫଳରେ ଗାଁ ଲୋକେ କୋମନା ଅଗ୍ନିଶମ ଓ ପୋଲିସ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ କୋମନା ଅଗ୍ନିଶମ ବିଭାଗର ଏକ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ରଖିଛନ୍ତି। ଯନ୍ଥ୍ର ଚାଳିତ ଡଙ୍ଗାର ସାହାଯ୍ୟ ନିଯାଇଥିଲେ ହେଁ ବର୍ତ୍ତ ମାନ ୨୪ ଘଣ୍ଟା ପୂରିବାକୁ ଯାଉଥିଲେ ହେଁ, ଶବ ଉଦ୍ଧାର ହୋଇପାରି ନାହିଁ। ଯାହା ଫଳରେ ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତା ପ୍ରତି ଲୋକ ମାନଙ୍କ ଅସନ୍ତୋଷ ବଢିବାରେ ଲାଗିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top