୨୪ ଘଂଟାରେ ଜିଲାରେ ୩୨୮.୪ମିମି ବର୍ଷା

କୋରାପୁଟ ; ତା୨୨-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ରବିବାର ବର୍ଷାର ପରିମାଣ କମି ଯାଇଛି। ଫଳରେ ଲୋକେ ବର୍ଷା ବିତ୍ପାତରୁ ରକ୍ଷା ପାଇଥିବେବେଳେ ଆଶ୍ୱସ୍ତ ମନେ କରିଛନ୍ତି। ବର୍ଷା କମି ଯାଇଥିବାରୁ ଜିଲାର ବିଭିନ୍ନ ସ୍ଥାନରେ ହୋଇଥିବା ବାହୁଡା ଯାତ୍ରା ଦେଖିବା ନିମନ୍ତେ ପ୍ରବଳ ଜନ ସମାଗମ ହୋଇଛି। ସୂଚନା ଅନୁଯାୟୀ, ୨୪ ଘଂଟା ମଧ୍ୟରେ ଦଶମନ୍ତପୁର ବ୍ଲକରେ ସର୍ବାଧିକ ୫୩ ମିମି ବର୍ଷା ହୋଇଥିବାବେଲେ ନନ୍ଦପୁରରେ ସବୁଠାରୁ କମ୍ ମାତ୍ର ୯.୬ ମିମି ବର୍ଷା ହୋଇଛି। ସେହିପରି କୋରାପୁଟରେ ୨୨ ମିମି ବର୍ଷା ହୋଇଥିବାବେଳେ ଲମତାପୁଟରେ ୨୨, ପଟ୍ଟାଙ୍ଗିରେ ୧୧, ବନ୍ଧୁଗାଁରେ ୨୯.୨,, ନାରାୟଣପାଟଣାରେ ୧୫.୨, ଲକ୍ଷ୍ମୀପୁରରେ ୩୦, ସେମିଲିଗୁଡାରେ ୧୮, ଜୟପୁରରେ ୨୯, କୋଟପାଡରେ ୨୮, କୁନ୍ଦୁରାରେ ୩୦.୨, ବୋରିଗୁମାରେ ୧୫.୨ ଏବଂ ବୈପାରିଗୁଡା ବ୍ଲକରେ ୧୬ ମିମି ବର୍ଷା ହୋଇଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *