୨୪ ଦିନ ଆନ୍ଦୋଳନ ପରେ ସରକାରଙ୍କ ପ୍ରତିଶୃତି ମିଳିଲା, ଅମଲାମାନେ କାର୍ଯ୍ୟରେ ଯୋଗଦେଲେ

ମାଲକାନଗିରି, ୨୫ା୫ (ଓଡିଆ ପୁଅ ) ଗତ ୧ତାରିଖ ଠାରୁ ମାଲାକନଗିରି ଜିଲ୍ଲାରେ କାର୍ଯ୍ୟରତ ୨୦୦ ରାଜସ୍ୱ ଅମଲା ମାନେ ୮ଦଫା ଦାବିନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାମବନ୍ଦ ଆନ୍ଦୋଳନ କରିଥିଲେ। ଦୀର୍ଘ ୨୪ଦିନ ଆନ୍ଦୋଳନପରେ ରାଜ୍ୟସରକାରଙ୍କ ନିଦ ଭାଙ୍ଗିଛି। ଦାବି ଗୁଡିକ ମଧ୍ୟରୁ କିଛି ଦାବି ତୁରନ୍ତ ପୁରଣ କରାଯବ ବୋଲି ସରକାରଙ୍କ ଠାରୁ ପ୍ରତିଶୃତି ମିଳିବାପରେ ସମୂହ ଛୁଟିରେ ଥିବା ସମସ୍ତ ଅମଲା ମାନେ ଆଜି ନିଜ ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି।

ଦୀର୍ଘ ୨୪ଦିନ ଧରି ଜିଲ୍ଲାର ସମସ୍ଥ କାର୍ଯ୍ୟାଳୟରେ ଶହଶହ ସଂଖ୍ୟାରେ ଫାଇଲ ଗୁଡିକ ପଡି ରହିଥିଲା। ଅମଲା ମାନେ କାର୍ଯ୍ୟବନ୍ଦ କରିଥିବାରୁ ଜିଲ୍ଲାରେ ଥିବା ଜିଲ୍ଲାପାଳ, ତହସିଲ, ବ୍ଲକ, ଉପଜିଲ୍ଲାପାଳ, ଆଇଟିଡିଏ, ଡିଆରଡିଏ, ଆଇସିଡିଏସ, ଜିଲ୍ଲାପରିଷଦ ଅଫିସ ସହିତ ଅନ୍ୟାନ ରାଜସ୍ୱ ବିଭାଗ ଅଫିସ ଗୁଡିକରେ କାର୍ଯ୍ୟ ଦୀର୍ଘ ୨୪ଦିନ ଧରି ଠପ୍ ହୋଇଯାଇଥିଲା। ବିଭିନ୍ନ କାର୍ଯ୍ୟ ପାଇଁ ଗାଁ ଗହଳରୁ ବ୍ଲକ, ତହସିଲ ସହିତ ଅନ୍ୟାନ୍ୟ ଅଫିସକୁ ଖର୍ଚାନ୍ତ ହୋଇ ଦୂର ଦୁରାନ୍ତରୁ ଆସୁଥିବା ଗ୍ରାମବାସୀମାନେ ଅମଲା ମାନଙ୍କ କାମବନ୍ଦ ଆନ୍ଦୋଳନ ଯୋଗୁଁ ସେମାନଙ୍କ ଅଫିସ କାମ କରିନପାରି ଫେରିଯାଉଥିଲେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହିତ ମାଲକାନଗିରି, ପିଡିଆ, କାଲିମେଳା, କୋରକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି, ସାତଟି ବ୍ଲକ ଓ ତହସିଲରେ କାର୍ଯ୍ୟରତ ପ୍ରାୟ୨୦୦ ରାଜସ୍ୱ ଅମଲା ମାନେ ଏହି ଆନ୍ଦୋଳନରେ ସାମିଲ ହୋଇ ଗତ ୧ତାରିଖ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଟେଣ୍ଟ ମାରି ଧାରଣାରେ ବସିଥିଲେ। ଆଜି ଜିଲ୍ଲାର ସମସ୍ତ ଅମଲା ନିଜ ନିଜ ବିଭାଗକୁ ଯାଇ କାର୍ଯ୍ୟରେ ଯୋଗ ଦେଇଥିବାରୁ ଅଫିସ କାର୍ଯ୍ୟ ସ୍ୱାଭାବିକ ଅବସ୍ଥାକୁ ଫେରିଆସିଛି।

Leave a Reply

Your email address will not be published. Required fields are marked *