୨୩ ତମ ରାଜ୍ଯସ୍ତରୀୟ ଯୁବ ଉତ୍ସବ ପ୍ରସ୍ତୁତି ସମ୍ବନ୍ଧରେ ଜିଲ୍ଲାପାଳ କକ୍ଷରେ ସାମ୍ବାଦିକ ସମ୍ମିଳନୀ

ଦେବଗଡ ୨୫-୧୧ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା):- ଆଜି ଦେବଗଡ ଜିଲ୍ଳାପାଳଙ୍କ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିଜୟ କୁମାର ମିଶ୍ର ପରିଚାଳନା କରିଥିଲେ। ଦେବଗଡରେ ହେବାକୁଥିବା ୨୯ତମ ରାଜ୍ଯସ୍ତରୀୟ ଯୁବ ଉତ୍ସବକୁ ୨୯ଟି ଜିଲ୍ଳାରୁ ଆସୁଥିବା ପ୍ରତିଯୋଗି ଓ ଏହାକୁ ପରିଚାଳନା କରିବା ପାଇଁ ଆସୁଥିବା ଅଫିସର ସଂଖ୍ୟା ୧୮୪୯ ଜଣ ବୋଲି ଶ୍ରୀଯୁକ୍ତ ମିଶ୍ର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ପୁରୁଷ ବିଭାଗରେ ୧୧୦୦ ଜଣ, ମହିଳା ବିଭାଗରେ ୪୦୦ ଜଣ, ଅଫିସିଆଲ ବିଭାଗର ପୁରୁଷ ୧୦୦ ଜଣ, ଅଫିସିଆଲ ବିଭାଗର ମହିଳା ୫୦ ଜଣ ପୁରୁଷ ଖେଳ ଶିକ୍ଷକ ୮୦ ଜଣ, ମହିଳା ଖେଳ ଶିକ୍ଷୟତ୍ରୀ ୨୦ ଜଣ, ଅଫିସର ବିଭାଗର ୨୦ ଜଣ ବାହାରୁ ଆସୁଥିବା ବିଚାରକ ମଣ୍ଡଳୀ ୪୦ ଜଣ, ୨୯ଟି ଜିଲ୍ଳାରୁ ଆସୁଥିବା DSO ୨୯ ଜଣ ଓ VIP GUEST ଭାବରେ ୧୦ ଜଣ ଆସୁଛନ୍ତି ବୋଲି ପ୍ରକାଶ କରିଛନ୍ତି।ଏହି ସମସ୍ତଙ୍କ ରହିବା ବ୍ଯବସ୍ଥା ମଡେଲ ଡିଗ୍ରୀ କଲେଜ, ପଲିଟେକନିକ୍ କଲେଜ, ଲଲିତ ବସନ୍ତ ନିବାସ, ବସନ୍ତ ନିବାସ, ପାନ୍ଥନିବାସ ଓ ହୋଟେଲ ମାନଙ୍କରେ କରାଯାଇଛି।ଜିଲ୍ଳାପାଳ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଠୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହାକୁ ଅତି ସରସ ସୁନ୍ଦର ଭାବରେ ପରିଚାଳନା କରିବା ସହିତ ଦେବଗଡର ଅଧିଷ୍ଠାତ୍ରୀ ଦେବୀ ମା ପଧାନପାଟେଶ୍ବରୀ ଙ୍କ ପୀଠରୁ ବିଶାଳ ଶୋଭାଯାତ୍ରାରେ ବାହାରି ଦେବଗଡ ସହରବାସୀଙ୍କ ପରିଭ୍ରମଣ କରି ମୁଖ୍ୟ ପେଣ୍ଡଲରେ ପହଞ୍ଚିବେ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ପାଠୀ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ସମସ୍ତ ସାମ୍ବାଦିକ ତଥା ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀ, DSO ଚନ୍ଦନ ସାହୁ ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *