ଜିଲ୍ଲା ପରିକ୍ରମା

୨୧ ରେ ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ

ପୁରୀ:୧୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆଗାମୀ ୨୧ତାରିଖରେ ବିଶ୍ୱର ୧୭୭ଟି ରାଷ୍ଟ୍ରରେ ପାଳିତ ହେବ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ପତଞ୍ଜଳି ଯୋଗ ସମିତି ଓ ଭାରତ ସ୍ୱାଭିମାନ ପକ୍ଷରୁ ପୁରୀରେ ମଧ୍ୟ ଏହି ଯୋଗ ଦିବସ ଓ ଯୁବ ସ୍ୱାବଲମ୍ବନୀ ଦିବସ ପାଳନ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସମ୍ମିଳନୀରେ ପତଞ୍ଜଳି ଯୋଗ ସମିତି ଜିଲ୍ଲା ସଭାପତି ମହେଶ ପ୍ରସାଦ ରଥ ଏବଂ ଭାରତ ସ୍ୱାଭିମାନର ମୁଖ୍ୟ ସଂଯୋକ ଭାସ୍କର ପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଲେ ଯେ ଗୁରୁବାର ସକାଳ ୬ଘଟିକା ସମୟରେ ହଲିଡେ ରିସର୍ଟ ଲର୍ଣ୍ଣରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଯୋଗ ଶିକ୍ଷକମାନଙ୍କର ପରିଚୟ ପ୍ରଦାନ କରାଯାଇ ଯୋଗ ଶିକ୍ଷକ ପ୍ରଶିକ୍ଷଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ। ସକାଳ ୭ଟାରେ ଯୋଗ ପ୍ରଦର୍ଶନ କରାଯାଇ ୭ଟା ୪୫ରେ ଶେଷ ହେବ। ୭ଟା ୪୫ରୁ ୮ଟା ୩୦ପର୍ଯ୍ୟନ୍ତ ଯୋଗ ପ୍ରାଣାୟମର ଶାରୀରିକ ଓ ଆଧ୍ୟାତ୍ମିକ ଉପାଦେୟତା ବିଷୟରେ ବକ୍ତାମାନେ ଆଲୋଚନା କରିବେ। ଶିକ୍ଷିତ ଯୁବକ ଓ ଯୁବତୀମାନଙ୍କୁ ଆତ୍ମନିଯୁକ୍ତି ଦେବା ଉଦ୍ଦେଶ୍ୟରେ ଜୁନ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଯୁବ ସ୍ୱାବଲମ୍ବନ ଶିବିର ଅନୁଷ୍ଠିତ ହେବ। ଶିବିରର ଯୋଗ୍ୟ ବିବେଚିତ ୫୦ଜଣକ ନାମ ହରିଦ୍ୱାର ସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ପଠାଯିବ। ଏଠାରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ତତ୍ କାଳୀନ ନିଯୁକ୍ତି ଦିଆଯିବ ବୋଲି କର୍ମକର୍ତ୍ତାମାନେ ଦର୍ଶାଇଥିଲେ। ସମ୍ମିଳନୀରେ ଯୁବ ପ୍ରଭାରୀ ଗୋପବନ୍ଧୁ ପ୍ରଧାନ, ଅଜୟ ପଟ୍ଟନାୟକ, ନକୁଳ ରାଉତ, ଅଜୟ ପୃଷ୍ଟି, ସୂର୍ଯ୍ୟମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top