ଓଡ଼ିଶା

୨୧ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ମାଲକାନଗିରି ଚାଇଲ୍ଡ ଲାଇନ, ଅପରାଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ୍ୟ

ମାଲକାନଗିରି, ୨୮।୧ (ଓଡିଆ ପୁଅ ) ନାବାଳକ,  ନାବାଳିକା ଙ୍କୁ କୌଣସି କାମରେ ଲଗାଇଲେ ତାହା ଶିଶୁ ଶ୍ରମିକ ଆଇନରେ ଦଣ୍ଡିତ ହେବାର ନିୟମ ଥିବା ବେଳେ ଜିଲ୍ଲାସଦର ମହକୁମାସହ ଅନ୍ୟାନ ସ୍ଥାନମାନଙ୍କରେ ସରକାରି ଓ ଘରୋଇ ସଂସ୍ଥାମାନଙ୍କରେ ଶିଶୁଶ୍ରମିକ ମାନଙ୍କୁ କମ ମଜୁରୀ ଦେଇ ବିଭିନ୍ନ କାମରେ ଲଗାଇ ଠିକାଦର ଯନ୍ତ୍ରୀ ମାନେ ବେସ ଲାଭବାନ ହେଉଛନ୍ତି, ସର୍ବ ସାଧରଣରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସମ୍ମୁଖରେ ଅବାଧରେ ଶିଶୁ ଶ୍ରମିକ ପ୍ରଥା ଚାଲିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ଠିକାଦାର କି ଅଧିକାରୀମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ,  ଏମିତି ଏକ ଘଟଣା ଜିଲ୍ଲା ସଦର ମହକୁମା ବ୍ଲକସ୍ଥ ମଲିକେଶ୍ୱର ପାହଡ ଉପରେ ଶିଶୁ ଶ୍ରମିକ ମାନଙ୍କୁ ଲଗାଯାଇ ନିର୍ମାଣ କାମ ଚାଲିଥିବାର ଗ୍ରାମବାସୀମାନେ ଦେଖି ଚାଇଲ୍ଡ ଲାଇନକୁ ଫୋନ କରିଥିଲେ, ମଲ୍ଲିକେଶ୍ବର ପୀଠ ଉନ୍ନତି ପାଇଁ ସେହି ମନ୍ଦିର କାମରେ ଜଯପୁର ଅଚଂଳର ଜଣେ ଠିକାଦାର ନିକଟସ୍ଥ ତଣ୍ଡିକି ଗ୍ରାମର ୧୨ଜଣ ଶିଶୁ ଶ୍ରମିକଙ୍କୁ ନିର୍ମାଣ କାମରେ ଲଗାଇବା ଘଟଣା ସମସ୍ତ ଜିଲ୍ଲାବାସୀଙ୍କୁ ଚକିତ କରିଛି। ଏହି କଥା ଚାଇଲ୍ଡ ଲାଇନ ଜାଣିବାପରେ ମଲ୍ଲିକେଶ୍ୱର ପାହଡକୁ ଯାଇ ସେହି ୧୨ଜଣ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା ଓ ଶିଶୁ ମଙ୍ଗଳ ସମତିକୁ ହସ୍ତାନ୍ତର କରିଛନ୍ତି। ଠିକ ସେହିପରି କାଲିମେଳା ରେ ରୁ ଆନ୍ଦ୍ରପ୍ରଦେଶକୁ ଲେଉଥିବା ୮ଜଣ ଶିଶୁ ଶ୍ରମିକଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରିଛନ୍ତି। ଏମାନଙ୍କ ମଧ୍ୟରେ ୭ଜଣ ନାବାଳିକା ଥିବା ବେଳେ ଜଣେ ନାବାଳକ ରହିଛି। ମାଲକାନଗିରି ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ସଦସ୍ୟ ହରିଶ କୁମାର ବେହେରା, ଜିଲ୍ଲା ଶ୍ରମ ଅଧିକାରୀ ମଦନମୋହନ ପାଇକଙ୍କ ଉପସ୍ଥିତିରେ ଉଦ୍ଧାର ଶିଶୁ ଶ୍ରମିକମାନଙ୍କୁ ଦାଖଲ କରାଯାଇଥିଲା। ସେମାନଙ୍କୁ କାଉଁସିଲିଂ କରିବାରୁ ଜଣାପଡିଥିଲା ଏମାନେ ଅଳ୍ପ ପାଠପଢି ଛାଡି ଦେଇଛନ୍ତି। ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ, ହଷ୍ଟେଲ ଓ ଆଇଟିଆଇରେ ରଖାଯାଇ ମାଗଣାରେ ପାଠପଢାଇବାର ବ୍ୟବସ୍ଥା କରାଯିବ, ଉଦ୍ଧାର ହୋଇଥିବା ନାବାଳକ ଓ ନାବାଳିକା ମାନଙ୍କୁ ଚାଇଲ୍ଡଲାଇନ ପକ୍ଷରୁ ସେମାନଙ୍କ ଗାଁକୁ ନିଆଯାଇ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଅପର ପକ୍ଷରେ ଶିଶୁ ଶ୍ରମିକମାନଙ୍କୁ ବାହରରାଜ୍ୟକୁ ଚାଲାଣ କରୁଥିବା ଦଲାଲ ଓ ମଲିକେଶ୍ୱର ପାହଡ ଉପରେ ବିପଦପୂର୍ଣ୍ଣଭାବେ କାମ କରାଉଥିବା ଠିକାଦରଙ୍କ ବିରୋଧରେ ଚାଇଲ୍ଡ ଲାଇନ, ଶିଶୁ ସୁରକ୍ଷା ବିଭାଗ କି ଶିଶୁ ମଙ୍ଗଳ ସମତି କୌଣସି ଆଇନିଗତ କାର୍ଯାନୁଷ୍ଠାନ ଗ୍ରହଣ କରିନଥିବାରୁ ସେମାନେ ନିର୍ଭୟରେ ଅନ୍ୟ ମାନଙ୍କୁ ଆଣି ପୁଣି ଶିଶୁ ଶ୍ରମିକ ଭାବେ କାମରେ ଲଗାଉଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top