୨୧୪ଟି ବିଦ୍ୟାଳୟରେ ବଙ୍ଗାଳି ଭାଷା ଶିକ୍ଷକ ନିଯୁକ୍ତି ଦାବିନେଇ ଜିଲ୍ଲାସ୍ତରୀୟ ବୈଠକ

ମାଲକାନଗିରି,୪ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାବଙ୍ଗୀଳି ସମାଜ ପକ୍ଷରୁ ଜିଲ୍ଲା ରେ ଥିବା ୨୧୪ଟି ବିଦ୍ୟାଳୟରେ ବଙ୍ଗାଳି ଭାଷା ଶିକ୍ଷକ ନିଯୁକ୍ତି ଦେବା ପାଇଁ ମାଲକାନଗିରି ବିଧାୟକ ମାନସ ମାଡକାମିଙ୍କୁ ଦାବିକରାଯାଇଥିଲା । ସେମାନଙ୍କ ଦାବିତୁରନ୍ତ ପୁରଣ କରିବା ପାଇଁ ଆଜି ସର୍କିଟ ହାଉସ ଠାରେ ବିଧାୟକ ମାନସ ମାଡକାମିଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଛି । ଜିଲ୍ଲାରେ ଥିବା ୨୧୪ଟି ବଙ୍ଗୀୟ ଭାଷା ଭାଷି ଗ୍ରାମରେ ଥିବା ବିଦ୍ୟାଳୟ ଗୁଡିକରେ ପ୍ରଥମ ଶ୍ରେଣୀ ଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ  ବଙ୍ଗାଳି ଭାଷାରେ ପାଠପଢିବା ପାଇଁ ବଙ୍ଗାଳି ମାତୃଭାଷା ଶିକ୍ଷକଙ୍କୁ ଆଗରୁ ନିଯୁକ୍ତି ଦିଆ ଯାଇଥିଲା, ଏବେ କିଛି ବର୍ଷହେଲା ସେହି ଶିକ୍ଷକ ମାନଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବାରୁ  ୨୧୪ଟି ବିଦ୍ୟାଳୟରେ ବଙ୍ଗାଳି ଭାଷାଶିକ୍ଷକ ନହାଁନ୍ତି,ତେଣୁ ତୁରନ୍ତ ସେହି ସବୁ ବିଦ୍ୟାଳୟ ଗୁଡିକରେ ବଙ୍ଗାଳି ମାତୃଭାଷା ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଏହି ବୈଠକରେ ନିସ୍ପତି ନିଆଯାଇଛି । ଏହି ବୈଠକରେ ଜିଲ୍ଲା ଶିକ୍ଷାଅଧିକାରୀ ରମେଶ ଚନ୍ଦ୍ର ସେଠୀ,ସର୍ବଶିକ୍ଷା ଅଭିଯାନର ମାନସକୁମାର ଦାଶ,ବିଜେଡି ନେତା ଗୋପାଳକୁଷ୍ଣପଣ୍ଡା,ଜିଲ୍ଲାବଙ୍ଗାଳି ସମାଜ ସଭାପତି ଗୌରାଙ୍ଗକୁମାର କର୍ମକାର,ତପନସେନା,ଅଶୋଭରଜଂନ ମାଲି,ସଙ୍କରସାହା,ସଜଂୟସରକାର ମାଣିକଲାଲ ଚକ୍ରବର୍ତି,ଉତମସାହା, ବିଧାନ ବିଶ୍ୱାସ,ପ୍ରାଣକୁଷ୍ଣ ମଣ୍ଡଳ,ସୁନିଲବିଶ୍ବାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ । ସୁଚନା ଯୋଗ୍ୟ ଯେ ଗତ ୧୯୬୨,୧୯୬୪,୧୯୭୨ ମସିହାରେ ମାଲକାନଗିରି ରେ ବାଙ୍ଗଲାଦେଶୀ ଶରଣାର୍ଥୀ ମାନଙ୍କୁ ଥଇଥାନ କରାଯାଇ ସେମାନଙ୍କ ପାଲିମାନଙ୍କୁ ଶିକ୍ଷାଦାନ ନିମନ୍ତେ ଏମଭି,ଏମପିଭି ଗ୍ରାମଗୁଡିକରେ ବିଦ୍ୟାଳୟ ଖୋଲା ଯାଇଥିଲା । ବଙ୍ଗିୟଭାଷା ଭାଷି ଙ୍କ ପାଇଁ ୧ମ ଠାରୁ ୮ମ ଶ୍ରେଣୀ ପିଲାଙ୍କ ନିମନ୍ତେ ବଙ୍ଗାଳିମାତୃଭାଷା ର ଶିକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା ।କିଛି ବର୍ଷପରେ ଏହି ଶିକ୍ଷକ ମାନେ ଅନ୍ୟତ୍ରବଦଳି ହୋଇଗଲା ପରେ ସେହି ପଦବି ଗୁଡିକ ଖାଲିପଡିଥିବାରୁ ବଙ୍ଗାଳି ମାତୃଭାଷା ଶିକ୍ଷାଦାନରେ ଅସୁବିଧା ସୃଷ୍ଟିହେଉଥିବାରୁ ବଙ୍ଗାଳି ଭାଷା ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ଦେବାପାଇଁ ମାଲକାନଗିରି ଜିଲ୍ଲାବଙ୍ଗାଳି ସମାଜପକ୍ଷରୁ ଦାବି ହୋଇ ଆସୁଥିଲା ।

 

Leave a Reply

Your email address will not be published. Required fields are marked *