୨୦୧୯ ସାଧାରଣ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟଗ୍ରହଣ କେନ୍ଦ୍ର ଗୁଡିକର ପୁନର୍ଗଠନ ପାଇଁ ଏକ ସର୍ବଦଳୀୟ ବୈଠକ ଗୁରୁବାରଦିନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳାପାଳଙ୍କ ସଦ୍ଭାବନା ଗୃହରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଳାପାଳ ଜ୍ଞାନ ଦାସ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି ବୈଠକରେ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଜିଲ୍ଲାପାଳ ଦାସ ସୂଚନା ଦେଇଥିଲେ। ଜିଲ୍ଲା ନିର୍ବାଚନ ଅଧିକାରୀ ରାଜେନ୍ଦ୍ର ପଣ୍ଡା ଆଲୋଚନା ପ୍ରସଙ୍ଗରେ ଆଗାମୀ ୨୦୧୯ ନିର୍ବାଚନ ସମୟକୁ ମତଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବା ପାଇଁ ବୁଥ ପୁନର୍ଗଠନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ଗ୍ରାମାଞ୍ଚଳର ଯେଉଁ ମତଦାନ କେନ୍ଦ୍ର ଗୁଡିକରେ ୧୨୦୦ ରୁ ଅଧିକ ଓ ସହରାଞ୍ଚଳରେ ୧୪୦୦ରୁ ଅଧିକ ଭୋଟର ଥିବେ ସେମାନଙ୍କୁ ଅନ୍ୟ ଏକ ମତଦାନ କେନ୍ଦ୍ରକୁ ଟ୍ୟାଗିଂ କରିବା ଏବଂ ଆବଶ୍ୟକ ପଡିଲେ ନୂଆ ବୁଥ ପ୍ରତିଷ୍ଠା କରାଯିବା ନେଇ ରାଜନୈତିକ ଦଳର ନେତୃବୃନ୍ଦ ମାନଙ୍କୁ ପ୍ରସ୍ତାବ ଦେବାକୁ ବୈଠକରେ ସୂଚନା ଦେଇଥିଲେ। ଏବେ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ୧୨୩୪ଟି ମତଦାନ କେନ୍ଦ୍ର ରହିଛି। ଏହି ସର୍ବଦଳୀୟ ବୈଠକରେ ଉପଜିଲ୍ଳାପାଳ ସୁଚାରୁ ବଳ, ଜିଲ୍ଲାର ସମସ୍ତ ୭ଟି ବ୍ଲକର ବିଡିଓ, ଡିପିଓ ଓ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ଭାବେ ବିଜେପି ଜିଲ୍ଲା ସଭାପତି ବଦ୍ରି ନାରାୟଣ ଧଳ, କଂଗ୍ରେସ ଜିଲ୍ଳା କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ବହୁ ଜନସମାଜ ପାର୍ଟିର ଅଜୟ ମଲିକ ଯେ।ଗଦେଇଥିଲେ।

Leave a Reply

Your email address will not be published. Required fields are marked *