ଅନୁଗୁଳ

୨୦୧୯ ନିର୍ବାଚନରେ ବଡମ୍ବା-ନରସିଂହପୁର ଜନସାଧାରଣଙ୍କ ସଦିଚ୍ଛାରେ ବିଜେଡିର ବିପୁଳ ବିଜୟ ହେବ – ବିଜୟ ନାୟକ

ଭୁବନେଶ୍ୱର, ୯/୬/୨୦୧୮(ଓଡ଼ିଆ ପୁଅ): ବଡ଼ମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀରୁ ବିଜେପିରେ ଯୋଗ ଦେଇଥିବା ବେଲିଆପାଳ ଓ ରତାପାଟର ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ କେତେକ ହେଉଛନ୍ତି କଂଗ୍ରେସ ଦଳର। ସେମାନେ କଂଗ୍ରେସରେ ଥିଲେ। କୈଳାସ ଜେନା ବଡମ୍ବା ବ୍ଲକ କଂଗ୍ରେସ ସଭାପତି ଥିଲେ। ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ହୋଇ ବିଜେପି ସମର୍ଥନରେ ଗତ ପଞ୍ଚାୟତ ନିର୍ବାଚନ ଲଢ଼ୁଥିଲେ। ସେ ବିଜେଡିରେ କେବେ ବି ନଥିଲେ। କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ହୋଇ ସେମାନେ ନିର୍ବାଚନ ଲଢ଼ିଥିବା ସମସ୍ତେ ଜାଣନ୍ତି। ତେଣୁ ଅନ୍ୟ ଦଳରେ ଥିବା ବ୍ୟକ୍ତିମାନେ ବିଜେପିରେ ଯୋଗଦେବା ସେମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଏଥିରେ ବିଜେଡି ପକ୍ଷରୁ କିଛି କହିବାର ନାହିଁ। କିନ୍ତୁ ବିଜେଡି ନାମକୁ ପ୍ରେସ୍‌ଇସ୍ତାହାରରେ ବ୍ୟବହାର କରିବା ଠିକ୍‌ନୁହେଁ। ସେମାନେ ବିଜେଡିର ବୋଲି କହିବା ଭ୍ରମାତ୍ମକ ଓ ହାସ୍ୟାସ୍ପଦ ବୋଲି ବଡ଼ମ୍ବା ବିଜେଡି ସଭାପତି ଆଡଭୋକେଟ୍‌ଦୁର୍ଗାମାଧବ ରଥ ଓ କଟକ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସିଂହ କହିଛନ୍ତି। ବଡ଼ମ୍ବା-ନରସିଂହପୁର ଅଞ୍ଚଳର ଜନପ୍ରିୟ ନେତା ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ବିଜେଡି ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିଛି। ୨୦୧୯ ନିର୍ବାଚନରେ ବଡମ୍ବା-ନରସିଂହପୁର ଜନସାଧାରଣଙ୍କ ସଦିଚ୍ଛାରେ ବିଜେଡିର ବିପୁଳ ବିଜୟ ହେବ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top