ଓଡ଼ିଶା

୨୦୧୮-୧୯ ରେ ଜିଡିପି ଅଭିବୃଦ୍ଧି ହାର ଆହୁରି ସୁଦୃଢ଼ ହେବ : ନୀତି ଆୟୋଗ

ନୂଆଦିଲ୍ଲୀ ୬-୧ (ଓଡ଼ିଆ ପୁଅ) ନୀତି ଆୟୋଗର ଉପାଧ୍ୟକ୍ଷ ଡ. ରାଜୀବ କୁମାର କହିଛନ୍ତି ଯେ ୨୦୧୮-୧୯ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ଆହୁରି ଅଧିକ ସୁଦୃଢ଼ ହୋଇଯିବ। ଆଜି ଜାରି ହୋଇଥିବା ବିକାଶ ପୂର୍ବାନୁମାନ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ସେ କହିଥିଲେ ଯେ ୨୦୧୭-୧୮ ବର୍ଷର ଦ୍ୱିତୀୟାର୍ଦ୍ଧ ବେଳକୁ ଜିଡିପି ଅଭିବୃଦ୍ଧି ହାର ବୃଦ୍ଧି ପାଇ ୭ ପ୍ରତିଶତ ପର୍ଯ୍ୟନ୍ତ ପହଁଚିଯାଇଛି। ଯାହାଦ୍ୱାରା ବାର୍ଷିକ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ହୋଇଯାଇଛି। ନୀତି ଆୟୋଗର ଉପାଧ୍ୟକ୍ଷ ଆହୁରି କହିଛନ୍ତି ଯେ ଗତ ତ୍ରୈମାସଗୁଡ଼ିକରେ ଆର୍ଥିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇଛି ଏବଂ ବିନିର୍ମାଣ ପିଏମଆଇ ବର୍ତମାନ ୫ ବର୍ଷରେ ସର୍ବୋଚ୍ଚ ସ୍ତର ୫୪ ପ୍ରତିଶତରେ ପହଁଚିଛି। ଏଫଏମସିଜିର ଚାହିଦାରେ ଦ୍ରୁତ ଅଭିବୃଦ୍ଧି ହେବା କାରଣରୁ ଆଗାମୀ ଦିନରେ ଏହା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ସେଥିପାଇଁ ୨୦୧୮-୧୯ ଆର୍ଥିକ ବର୍ଷ କାଳରେ ଜିଡିପି ଅଭିବୃଦ୍ଧି ହାର ଆହୁରି ଅଧିକ ସୁଦୃଢ଼ ହେବ।

ସପ୍ତମ ବେତନ ଆୟୋଗଙ୍କ ସୁପାରିସ କାର୍ଯ୍ୟକାରୀ କରାଯିବା କାରଣରୁ ୨୦୧୬-୧୭ ଆର୍ଥିକ ବର୍ଷରେ ସରକାରୀ ବ୍ୟୟ ଶୀର୍ଷସ୍ଥାନରେ ପହଁଚିଯାଇଥିଲା। ଏହାର ପ୍ରଭାବ ସତ୍ୱେ ଦ୍ୱିତୀୟ ତୈ୍ରମାସରେ ଅଭିବୃଦ୍ଧି ହାର ମଜଭୁତ ହୋଇଥିବା ପରଲକ୍ଷିତ ହୋଇଥିଲା। ସେଥିପାଇଁ ଏହି ପୂର୍ବାନୁମାନ ଗୁରୁତ୍ୱପୂର୍ଣ୍ଣ ବୋଲି ଡ. କୁମାର କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top