୨୦୧୮-୧୯ ଋତୁ ପାଇଁ ଆଖୁର ଉଚିତ ଏବଂ ଲାଭଜନକ ଦରକୁ କ୍ୟାବିନେଟ ଅନୁମୋଦନ: ଆଖୁ ଚାଷୀଙ୍କୁ ମିଳିବ ୮୩, ୦୦୦ କୋଟି ଟଙ୍କାର ପ୍ରୋତ୍ସାହନ

– ଚାଷୀଙ୍କ ପାଇଁ କେନ୍ଦ୍ରର ଆଉ ଏକ ଲାଭଦାୟକ ପଦକ୍ଷେପ

ନୂଆ ଦିଲ୍ଲୀ ୧୮-୭ (ଓଡ଼ିଆ ପୁଅ) ୨୦୧୮-୧୯ ଫସଲ ଋତୁ ପାଇଁ କେନ୍ଦ୍ର ସରକାର ଆଖୁର ଉଚିତ ଏବଂ ଲାଭଜନକ ଦର (ଏଫଆରପି) ୧୦ ପ୍ରତିଶତ ମୌଳିକ ଅସୁଲ ଦର ସହ କ୍ୱିଂଟାଲ ପ୍ରତି ୨୭୫ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏଥିସହିତ ୧୦%ରୁ ଅଧିକ କିମ୍ବା ଊଦ୍ଧ୍ୱର୍ର ଅସୁଲ ଉପରେ ୦.୧ ପ୍ରତିଶତର ବୃଦ୍ଧି ପାଇଁ କ୍ୱିଂଟାଲ ପ୍ରତି ୨ଟଙ୍କା ୭୫ ପଇସା ପ୍ରିମିୟମ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ଆଖୁ ଚାଷୀଙ୍କ ଲାଭକୁ ଦୃଷ୍ଟିରେ ରଖି ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଅନୁମୋଦନ କରିଛନ୍ତି। ୨୦୧୮-୧୯ ଆଖୁ ଋତୁ ପାଇଁ ଆଖୁର ଉତ୍ପାଦନ ମୂଲ୍ୟ କ୍ୱିଂଟାଲ ପ୍ରତି ୧୫୫ ଟଙ୍କା ରହିଛି।

ଏଫଆରପି ମୂଲ୍ୟ ୧୦% ଅସୁଲ ଦର ହାରରେ କ୍ୱିଂଟାଲ ପ୍ରତି ୨୭୫ ଟଙ୍କା ଧାର୍ଯ୍ୟ କରାଯାଇଥିବାରୁ ଏହା ଉତ୍ପାଦନ ମୂଲ୍ୟ ଠାରୁ ୭୭.୪୨% ଅଧିକ ହୋଇଛି। ଏହାଦ୍ୱାରା ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚର ୫୦% ଫେରସ୍ତ କରିବାର ପ୍ରତିଶ୍ରୁତି ପୂରଣ କରିବା ସୁନିଶ୍ଚିତ ହେବ। ୨୦୧୮-୧୯ ଚିନି ଋତୁରେ ଆଖୁ ଉତ୍ପାଦନର ଆଶାଜନକ ପରିମାଣକୁ ଦୃଷ୍ଟିରେ ରଖି ଆଖୁ ଚାଷୀଙ୍କୁ ମୋଟ ୮୩, ୦୦୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। କୃଷକଙ୍କୁ ସୁହାଇବା ଭଳି ସରକାରଙ୍କ ପଦକ୍ଷେପ ଜରିଆରେ ଆଖୁ ଚାଷୀଙ୍କୁ ନିର୍ଦ୍ଧାରିତ ସମୟରେ ସେମାନଙ୍କ ପାଉଣା ଯୋଗାଇ ଦିଆଯିବା ସୁନିଶ୍ଚିତ କରାଯିବ।

କୃଷକମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଯେଉଁ ସବୁ ଚିନି କଳରେ ଅସୁଲ ପରିମାଣ ୯.୫% ପ୍ରତିଶତରୁ କମ ହେବ ସେଠାରେ କୌଣସି ପ୍ରକାରର ବିଯୋଗ କରାଯିବ ନାହିଁ ବୋଲି ସରକାର ନିଷ୍ପତି ନେଇଛନ୍ତି। ଚଳିତ ଋତୁରେ ଆଖୁ କ୍ୱିଂଟାଲ ପ୍ରତି ୨୫୫ ଟଙ୍କା ତୁଳନାରେ ଏପରି ଆଖୁ ଚାଷୀମାନେ କ୍ୱଂଟାଲ ପ୍ରତି ୨୬୧.୨୫ ଟଙ୍କା ପାଇବେ ବୋଲି ଜଣାପଡ଼ିଛି।

ଚିନିକଳଗୁଡ଼ିକ ଦ୍ୱାରା ଚାଷୀଙ୍କ ଠାରୁ ୨୦୧୮-୧୯ ଚିନି ଋତୁ(୨୦୧୮ ଅକ୍ଟୋବର ପହିଲା ଠାରୁ ଆରମ୍ଭ)ରେ କ୍ରୟ କରାଯାଇଥିବା ଆଖୁ ଉପରେ ସରକାରୀ ଅନୁମୋଦିତ ଉଚିତ ଓ ଲାଭଜନକ ଦର (ୠଜଚ)ଲାଗୁ ହେବ।

ଚିନି କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ କୃଷି ଆଧାରିତ କ୍ଷେତ୍ର ଯାହା ଦେଶର ୫ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ପରିବାରର ଜୀବନଜୀବିକାକୁ ପ୍ରଭାବିତ କରିଥାଏ। ଚିନି କଳଗୁଡ଼ିକରେ ପାଖାପାଖି ୫ ଲକ୍ଷ ଶ୍ରମଜୀବୀ ସିଧାସଳଖ ନିଯୁକ୍ତି ପାଇଛନ୍ତି, ଏହାଛଡ଼ା କୃଷି ଶ୍ରମିକ ଏବଂ ପରିବହନ ଭଳି ଆନୁସଙ୍ଗିକ କାର୍ଯ୍ୟରେ ବହୁସଂଖ୍ୟକ ଲୋକଙ୍କୁ ନିଯୁକ୍ତି ମିଳିଛି।

Leave a Reply

Your email address will not be published. Required fields are marked *