ଓଡ଼ିଶା

୨୦୧୮-୧୯ ଆର୍ଥିକ ବର୍ଷ ସ୍ୱଚ୍ଛ ଭାରତ ଅଭିଯାନ (ଗ୍ରାମୀଣ) ପାଇଁ ପ୍ରାୟ ୧୫ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଆବଂଟନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

ନୂଆ ଦିଲ୍ଲୀ ୧-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନିମ୍ନଲିଖିତ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।

କ) ୨୦୧୮-୧୯ ଆର୍ଥିକ ବର୍ଷରେ ନାବାର୍ଡ ଜରିଆରେ ସ୍ୱଚ୍ଛ ଭାରତ ଅଭିଯାନ (ଗ୍ରାମୀଣ) (ଏସବିଏମ-ଜି) ଲାଗି ଅତିରିକ୍ତ ବଜେଟ ସମ୍ବଳ (ଇଭିଆର) (ସମ୍ପୂର୍ଣ୍ଣ ଭାବେ ସରକାରୀ ସେବା ବଣ୍ଡ) ଆକାରରେ ୧୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ବୃଦ୍ଧି କରାଯିବ।

ଖ) ଅନ୍ତର୍ଜାତୀୟ ପାନୀୟ ଜଳ ଗୁଣବତା କେନ୍ଦ୍ର ନାମକ ସୋସାଇଟି କାର୍ଯ୍ୟ ସମ୍ପ୍ରସାରଣକୁ ଅଧିକୃତ କରିବା, ଏସବିଏମ (ଜି) ନିମନ୍ତେ ଇଭିଆର ପାଣ୍ଠି ପାଇବା, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ଏଜେନ୍ସିଗୁଡ଼ିକ ଲାଗି ଆବଂଟନ ଏବଂ ଏହାର ପୁନଃପରିଶୋଧ କରାଯିବ।

ଗ) ‘ଅନ୍ତର୍ଜାତୀୟ ପାନୀୟ ଜଳ ଗୁଣବତା କେନ୍ଦ୍ର’ର ନାମ ବଦଳାଇ ‘ରାଷ୍ଟ୍ରୀୟ ପାନୀୟ ଜଳ, ସ୍ୱଚ୍ଛତା ଏବଂ ଗୁଣବତା କେନ୍ଦ୍ର’ କରାଯିବ।

ପ୍ରଭାବ :

ଏହି ନିଷ୍ପତି ଦ୍ୱାରା ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଏବଂ ଏସଏଲଡବ୍ଲୁଏମ ଗତିବିଧି ଲାଗି ଗ୍ରାମ ପଂଚାୟତ ଅନ୍ତର୍ଗତ ଲାଭ ପାଇବାବ ଲାଗି ଯୋଗ୍ୟ ପାଖାପାଖି ୧.୫ କୋଟି ଗ୍ରାମୀଣ ଘରକୁ ଫାଇଦା ହେବ।

ସାରା ଦେଶରେ ଗ୍ରାମଗୁଡ଼ିକୁ ଖୋଲା ମଳମୁକ୍ତ ମାନ୍ୟତା ପାଇବା ଏବଂ ଏହାକୁ ବଜାୟ ରଖିବା ଲାଗି ପାଣ୍ଠିର ଉପଯୋଗ କରାଯିବ।

ଜଡ଼ିତ ଖର୍ଚ୍ଚ :

ନିର୍ଦ୍ଧାରିତ ସର୍ତ ଅନୁଯାୟୀ ଋଣ ଆବଂଟନର ତାରିଖ ଠାରୁ ୧୦ ବର୍ଷର ସମାପନ ପର୍ଯ୍ୟନ୍ତ ଏକାକୀ ପରିଶୋଧ ରୂପରେ ନାବାର୍ଡକୁ ୧୫ ହଜାର କୋଟି ଟଙ୍କାର ଋଣ ପୁନଃ ପଇଠ କରାଯିବ।

ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ବାସ୍ତବିକ ଆବଶ୍ୟକତା/ଖର୍ଚ୍ଚ ଉପରେ ବିଚାର କରିବା ପରେ ନାବାର୍ଡ ଜରିଆରେ ଇଭିଆର ପାଣ୍ଠିକୁ ବୃଦ୍ଧି କରାଯିବ ଏବଂ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର କାର୍ଯ୍ୟ ସଂସ୍ଥାଗୁଡ଼ିକୁ ଜାରି କରାଯିବ। ଏସବିଏମ (ଜି) ଲାଗି ପାଣ୍ଠି ହାସଲ କରିବା ସମ୍ପର୍କରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକୁ ଏହାର ଆବଂଟନ ଏବଂ ଋଣ ଏବଂ ସୁଧ ଦରର ପୁନଃପରିଶୋଧ ସମ୍ବନ୍ଧରେ ଜାତୀୟ ପାନୀୟ ଜଳ, ସ୍ୱଚ୍ଛତା ଏବଂ ଗୁଣବତା କେନ୍ଦ୍ର ପ୍ରାପ୍ତକର୍ତା ଏଜେନ୍ସି ଭାବେ କାର୍ଯ୍ୟ କରିବ।

ଏହି ପରି ନିର୍ଦ୍ଧାରିତ ସମୟ ସମୀା ଭିତରେ ଏସବିଏମ (ଜି)ର ଲକ୍ଷ୍ୟ ପ୍ରାପ୍ତି ସମ୍ପର୍କରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଲାଗି ନିର୍ଦ୍ଧାରିତ ସମୟରେ ଉଚିତ ପାଣ୍ଠି ପ୍ରଦାନ କରିବାରେ ସହାୟତା ମିଳିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top