ଓଡ଼ିଶା

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ମୋଟ ବ୍ୟୟ ବରାଦ ୨୪.୪୨ ଲକ୍ଷ କୋଟି ଟଙ୍କା: ରାଜସ୍ୱ ନିଅଂଟ ଜିଡିପିର ୩.୩ ପ୍ରତିଶତ ହେବାର ପୂର୍ବାନୁମାନ

– ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟରେ ମୋଟ ୨୪.୪୨ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ କରାଯିବ ବୋଲି ଆକଳନ କରାଯାଇଛି।
– ରାଜସ୍ୱ ନିଅଂଟ ଜିଡିପିର ୩.୩ ପ୍ରତିଶତ ଅର୍ଥାତ ମୋଟ ୬, ୨୪, ୨୭୬ କୋଟି ଟଙ୍କା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହାକୁ ଖୋଲା ବଜାରରୁ ଋଣ ଆକାରରେ ସଂଗ୍ରହ କରାଯିବ।

ନୂଆଦିଲ୍ଲୀ ୧-୨ (ଓଡ଼ିଆ ପୁଅ) କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରି ଆଜି କହିଛନ୍ତି ଯେ ସରକାର କୃଷି, ସାମାଜିକ କ୍ଷେତ୍ର, ଡିଜିଟାଲ ପଇଠ, ଭିତ୍ତିଭୂମି ତଥା ନିଯୁକ୍ତି ସୁଯୋଗ ସୃଷ୍ଟିରେ ନିବେଶକୁ ପ୍ରୋତ୍ସାହନ ଦେବା ସହିତ ଆର୍ଥିକ ସମାନତାର ମାର୍ଗ ପ୍ରଶସ୍ତ କରିବା ଲାଗି ନିଜର ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶିତ କରୁଛନ୍ତି। ଶ୍ରୀ ଜେଟଲୀ କହିଥିଲେ ଯେ ସଂଶୋଧିତ ଆକଳନ (୨୦୧୭-୧୮) ତୁଳନାରେ ବ୍ୟୟରେ ୨, ୨୪, ୪୬୩ କୋଟି ଟଙ୍କାର ବୃଦ୍ଧି ସରକାରଙ୍କ ଏହି ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି। ସେ କହିଥିଲେ ଯେ ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ଏଥର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ରାଜସ୍ୱ ନିଅଂଟ ପରିମାଣକୁ ୦.୨ ପ୍ରତିଶତ କମାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ସେ ୨୦୧୮ ଲାଗି ମୋଟ ଘରୋଇ ଉତ୍ପାଦର ୩ ପ୍ରତିଶତ ରାଜସ୍ୱ ନିଅଂଟ ରଖିବା ଲାଗି ପ୍ରସ୍ତାବ ଦେଇଥିଲେ।

ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ କହିଥିଲେ ଯେ ବର୍ତ୍ତମାନର ସରକାର ମେ ୨୦୧୪ରେ ଏପରି ଏକ ସମୟରେ ଦାୟିତ୍ୱଭାର ଗ୍ରହଣ କରିଥିଲେ ଯେତେବେଳେ ରାଜସ୍ୱ ନିଅଂଟ ଅତି ଉଚ୍ଚସ୍ତରରେ ଥିଲା। ୨୦୧୩-୧୪ର ରାଜସ୍ୱ ନିଅଂଟ ଜିଡିପିର ୪.୪ ପ୍ରତିଶତ ଥିଲା। ପ୍ରଧାନମନ୍ତ୍ରୀ ଏବଂ ସରକାର ବିବେକପୂର୍ଣ୍ଣ ରାଜସ୍ୱ ପରିଚାଳନା ଏବଂ ରାଜସ୍ୱ ନିଅଂଟକୁ ନିୟନ୍ତ୍ରଣ କରିବା ଲାଗି ସର୍ବଦା ଉଚ୍ଚ ପ୍ରାଥମିକତା ଦେଇଆସିଛନ୍ତି। ସେ କହିଥିଲେ ଯେ ବର୍ତ୍ତମାନର ସରକାର ୨୦୧୪ ପରଠାରୁ ଲଗାତାର ରାଜସ୍ୱ ନିଅଂଟ ହ୍ରାସ କରିବା ଲାଗି ପ୍ରୟାସ କରିଆସିଛି। ରାଜସ୍ୱ ନିଅଂଟ ୨୦୧୪-୧୫ରେ ୪.୧ ପ୍ରତିଶତ ଥିଲା। ଏହା ହ୍ରାସ ପାଇ ୨୦୧୫-୧୬ରେ ୩.୯ ପ୍ରତିଶତ ତଥା ୨୦୧୬-୧୭ରେ ୩.୫ ପ୍ରତିଶତ ହୋଇଥିଲା। ୨୦୧୭-୧୮ରେ ସଂଶୋଧିତ ରାଜସ୍ୱ ନିଅଂଟ ମୋଟ ଘରୋଇ ଉତ୍ପାଦର ୩.୫ ପ୍ରତିଶତ ହେବାର ଅନୁମାନ କରାଯାଇଛି।

ଅର୍ଥମନ୍ତ୍ରୀ କହିଥିଲେ ଯେ ସଂଶୋଧିତ ରାଜସ୍ୱ ନିଅଂଟ ପରାମର୍ଶ ଲାଗି ସରକାରଙ୍କ ପ୍ରତିବଦ୍ଧତା ପ୍ରତି ଅସନ୍ଦିଗ୍ଧ ବିଶ୍ୱସନୀୟତା ପ୍ରତିଷ୍ଠା କରିବା ନିମନ୍ତେ ଋଣ ନିୟମକୁ ଅଙ୍ଗିକାର କରିବା ଏବଂ ଜିଡିପି ଅନୁପାତ ତୁଳନାରେ କେନ୍ଦ୍ର ସରକାର ଋଣକୁ ୪୦ ପ୍ରତିଶତ ତଳକୁ ଆଣିବା ଲାଗି ରାଜସ୍ୱ ସଂସ୍କାର ଏବଂ ବଜେଟ ପରିଚାଳନା ସମିତିର ଗୁରୁତ୍ୱପୂର୍ଣ୍ଣ ସୁପାରିସଗୁଡ଼ିକୁ ସ୍ୱୀକାର କରିବା ଲାଗି ସେ ପ୍ରସ୍ତାବ ଦେଉଛନ୍ତି। ସରକାର ରାଜସ୍ୱ ନିଅଂଟ ଲକ୍ଷ୍ୟକୁ ପ୍ରମୁଖ ପ୍ରଚଳନାତ୍ମକ ମାନଦଣ୍ଡ ରୂପରେ ଉପଯୋଗ କରିବାର ସୁପାରିସ ଗ୍ରହଣ କରିନେଇଛନ୍ତି। ଶ୍ରୀ ଜେଟଲୀ କହିଥିଲେ ଯେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଅର୍ଥ ବିଧେୟକରେ ସାମିଲ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top