ଓଡ଼ିଶା

୨୦୧୮ ଶେଷ ସୁଦ୍ଧା ଦେଶର ପ୍ରତ୍ୟେକ ବ୍ଲକରେ ଗୋଟିଏ ଆାଇଟିଆଇ ପ୍ରତିଷ୍ଠା ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ବିଭିନ୍ନ ରାଜ୍ୟର ଦକ୍ଷତା ବିକାଶ ମନ୍ତ୍ରୀ ମାନଙ୍କର ସମ୍ମିଳନୀ
– ବଜାରର ଚାହିଦା ଅନୁସାରେ ନୂଆ ଯୁଗର ଦକ୍ଷତା ବିକାଶ ପାଠ୍ୟକ୍ରମକୁ ସାମିଲ କରି ଦକ୍ଷତା ସଂସ୍ଥାନ ଗୁଡିକୁ ଅପଗ୍ରେଡ କରାଯିବ ଭୁବନେଶ୍ୱର ନୂଆଦିଲ୍ଲୀ, ୨୭ ଅପ୍ରେଲ (ଓଡ଼ିଆ ପୁଅ) – ୨୦୧୮ ଶେଷ ସୁଦ୍ଧା ଦେଶର ପ୍ରତ୍ୟେକ ବ୍ଲକରେ ଗୋଟିଏ ହେଲେ ଆଇଟିଆଇ ପ୍ରତିଷ୍ଠା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କର ଲକ୍ଷ୍ୟ ରହିଛି। ଏହା ବ୍ୟତୀତ ବଜାରର ଚାହିଦା ଅନୁସାରେ ନୂଆ ଯୁଗର ଦକ୍ଷତା ବିକାଶ ପାଠ୍ୟକ୍ରମକୁ ସାମିଲ କରି ଦକ୍ଷତା ସଂସ୍ଥାନ ଗୁଡିକୁ ଅପଗ୍ରେଡ କରାଯିବାର ଲକ୍ଷ୍ୟ ରହିଥିବା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଦିନିକିଆ ବିଭିନ୍ନ ରାଜ୍ୟର ଦକ୍ଷତା ବିକାଶ ମନ୍ତ୍ରୀ ମାନଙ୍କର ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଧନ୍ଦାମୂଳକ ଶିକ୍ଷା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରର ବିଷୟ ହୋଇଥିବାରୁ ଉଭୟଙ୍କୁ ଏ ଦିଗରେ ମିଳିତ ଭାବେ କାମ କରିବାକୁ ପଡିବ। ଏହା ଦ୍ୱାରା ଦକ୍ଷତା ବିକାଶ କ୍ଷେତ୍ରରେ ଥିବା ପ୍ରସଙ୍ଗ ଗୁଡିକୁ ସଠିକ ଭାବେ ବୁଝା ଯାଇ ଏହାର ସମାଧାନ ଦିଗରେ କାମ କରା ଯାଇ ପାରିବ ଓ ଲକ୍ଷ୍ୟକୁ ହାସଲ କରା ଯାଇ ପାରିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଭଳି କେନ୍ଦ୍ର ସରକାରଙ୍କ ପ୍ରୟାସରେ କରା ଯାଉଥିବା ସଂସ୍କାରରେ ରାଜ୍ୟ ସରକାର ମାନେ ସାମିଲ ହୁଅନ୍ତୁ। ଦେଶର ବିକାଶରେ ବିଶେଷ ଭାବରେ ଶିଳ୍ପ ମାନଙ୍କୁ ଦକ୍ଷ ମାନବ ସମ୍ବଳ ଉପଲବ୍ଧ କରାଇବାରେ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟ (ଆଇଟିଆଇ) ଗୁଡିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ରହିଛି। ଏହି ସଂସ୍ଥାନ ଗୁଡିକର ଆଧୁନିକୀକରଣ ଓ ଅପଗ୍ରେଡେସନ ଉପରେ ସରକାର ବିଶେଷ ଭାବେ ଧ୍ୟାନ ଦେଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଦିନିକିଆ ସମ୍ମିଳନୀରେ ବର୍ତମାନ ସମୟର ଆବଶ୍ୟକତା ଅନୁସାରେ ନୂଆ ପାଠ୍ୟକ୍ରମ ଯେପରି ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଭାର୍ଚୁଆଲ ରିଏଲିଟି, ରୋବୋଟିକ ପ୍ରସେସ ଅଟୋମେସନ, ରୋବୋଟିକ ବିଗ ଡାଟା ଆନାଲିଟିକ. ଥ୍ରି-ଡି ପାର୍କିଂ ଆଦି ପାଠ୍ୟକ୍ରମକୁ ସାମିଲ କରା ଯାଇଥିବା ସୂଚନା ଦିଆ ଯାଇଛି। ଏହି ସମ୍ମିଳନୀରେ କେନ୍ଦ୍ର ଦକ୍ଷତା ବିକାଶ ରାଷ୍ଟ୍ର ମନ୍ତ୍ରୀ ଅନନ୍ତ କୁମାର ହେଗଡେ ଓ ବିଭିନ୍ନ ରାଜ୍ୟର ମନ୍ତ୍ରୀ ମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top