୨୦୧୮ ମେ ମାସରେ ଜିଏସଟି ରାଜସ୍ୱ ଆଦାୟ

ନୂଆ ଦିଲ୍ଲୀ ୧ ଜୁନ୍ (ଓଡ଼ିଆ ପୁଏ) ୨୦୧୮ ମେ ମାସରେ ମୋଟ ୯୪, ୦୧୬ କୋଟି ଟଙ୍କାର ରାଜସ୍ୱ ଆଦାୟ କରାଯାଇଛି। ମେ ମାସରେ ଆଦାୟ କରାଯାଇଥିବା ରାଜସ୍ୱ ଗତ ଆର୍ଥôକ ବର୍ଷରେ ମାସ ପିଛା ଆଦାୟ କରାଯାଇଥିବା ହାରାହାରି ରାଜସ୍ୱଠାରୁ ଯଥେଷ୍ଟ ଅଧିକ।

୨୦୧୮ ମେ ମାସରେ ଆଦାୟ କରାଯାଇଥିବା ମୋଟ ଜିଏସଟି ରାଜସ୍ୱର ପରିମାଣ ହେଉଛି ୯୪, ୦୧୬ କୋଟି ଟଙ୍କା, ଯେଉଁଥିରୁ ସିଜିଏସଟିର ପରିମାଣ ହେଉଛି ୧୫, ୮୬୬ କୋଟି ଟଙ୍କା, ଏସଜିଏସଟିର ପରିମାଣ ହେଉଛି ୨୧, ୬୯୧କୋଟି ଟଙ୍କା, ଆଇଜିଏସଟିର ପରିମାଣ ହେଉଛି ୪୯, ୧୨୦ କୋଟି ଟଙ୍କା( ଆମଦାନୀ ଉପରେ ସଂଗ୍ରହ ହୋଇଥିବା ୨୪, ୪୪୭ କୋଟି ଟଙ୍କା ସହିତ) ଏବଂ ସେସ୍ର ପରିମାଣ ହେଉଛି ୭୩୩୯ କୋଟି ଟଙ୍କା ( ଆମଦାନୀ ଉପରେ ଆଦାୟ ହୋଇଥିବା ୮୫୪ କୋଟି ଟଙ୍କା ସହିତ)। ୨୦୧୮ ଏପ୍ରିଲରୁ ମେ ୩୧ ମଧ୍ୟରେ ଫାଇଲ ହୋଇଥିବା ଜିଏସଟିଆର ୩ବିର ସଂଖ୍ୟା ହେଉଛି ୬୨.୪୭ ଲକ୍ଷ।

୨୦୧୮ ମେ ମାସ ପରର ହିସାବ କିତାବ ପରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମୋଟ ଉପରେ ସିଜିଏସଟି ବାବଦରେ ୨୮, ୭୯୭ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୩୪, ୦୨୦ କୋଟି ଟଙ୍କାର ରାଜସ୍ୱ ପାଇଛନ୍ତି।

ଯଦିଓ ଚଳିତ ମାସର ରାଜସ୍ୱ ପରିମାଣ ଗତ ମାସ ତୁଳନାରେ କମ, ତଥାପି ମେ ମାସରେ ଆଦାୟ ହୋଇଥିବା ମୋଟ ଜିଏସଟି ରାଜସ୍ୱ ପରିମାଣ (୯୪, ୦୧୬ କୋଟି ଟଙ୍କା) ବିଗତ ଆର୍ଥିକ ବର୍ଷରେ ମାସ ପିଛା ଆଦାୟ ହୋଇଥିବା ହାରାହାରି ରାଜସ୍ୱ ( ୮୯, ୮୮୫ କୋଟି) ତୁଳନାରେ ଯଥେଷ୍ଟ ଅଧିକ। ବର୍ଷ ଶେଷ ପ୍ରଭାବରୁ ଏପ୍ରିଲ ମାସର ରାଜସ୍ୱ ପରିମାଣ ଅଧିକ ରହିଛି।

୨୯.୫.୨୦୧୮ରେ ୨୦୧୮ ମାର୍ଚ୍ଚ ମାସ ପାଇଁ ଜିଏସଟି କ୍ଷତିପୂରଣ ବାବଦରେ ରାଜ୍ୟମାନଙ୍କୁ ୬୬୯୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିସହିତ ୨୦୧୭-୧୮ ଆର୍ଥିକ ବର୍ଷରେ (୨୦୧୭ ଜୁଲାଇ-୨୦୧୮ ମାର୍ଚ୍ଚ) ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଥିବା ମୋଟ ଜିଏସଟି କ୍ଷତିପୂରଣ ରାଶିର ପରିମାଣ ହେଉଛି ୪୭୮୪୪ କୋଟି ଟଙ୍କା।

Leave a Reply

Your email address will not be published. Required fields are marked *