୨୦୧୮ ଜାନୁଆରୀ ୭ ତାରିଖ, କର୍ମଚାରୀ ଭବନଠାରେ ଓ.ଏସ୍.ଏନ୍.ଜି.ଓ.ସି.ସି. ସହ ସହବନ୍ଧିତ ସଂଗଠନମାନଙ୍କର ଜରୁରୀ ବୈଠକ

ଭୁବନେଶ୍ୱର, ତା ୫ା୧ା୨୦୧୮ (ଓଡ଼ିଆ ପୁଅ) : ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି (ଓ.ଏସ୍.ଏନ୍.ଜି.ଓ.ସି.ସି.) ସହ ସହବନ୍ଧିତ ସଂଗଠନମାନଙ୍କର ଏକ ଜରୁରୀ ବୈଠକ ଚଳିତ ମାସ ଜାନୁଆରୀ ୭ ତାରିଖ ରବିବାର ଦିବା ୧୦ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ କର୍ମଚାରୀ ଭବନ, ୟୁନିଟ୍-୫ଠାରେ ଅନୁଷ୍ଠିତ ହେବାକୁ ସ୍ଥିରିକୃତ ହୋଇଅଛି। ୨୦୦୯ ମସିହାଠାରୁ ଆଜି ପର୍ଯ୍ୟନ୍ତ ସଂଗଠନର ବିଭିନ୍ନ ମାମଲା ମାନ୍ୟବର ଅଦାଲତରେ ବିଚାରଧୀନ ଥିବାବେଳେ ରାଜ୍ୟର କାର୍ଯ୍ୟରତ ୩ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀ ସେମାନଙ୍କର ବିଭିନ୍ନ ଦାବିଦୁବା ସମ୍ବନ୍ଧରେ ସରକାରଙ୍କ ନିକଟରେ ଆଲୋଚନା କରିବା ତଥା ପୂରଣ ଦିଗରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଏଠାରେ ସ୍ମରଣ ଯୋଗ୍ୟ ଯେ, ଚତୁର୍ଦ୍ଦଶ ସମ୍ମିଳନୀରେ ନିର୍ବାଚିତ ସାଧାରଣ ସମ୍ପାଦକ ସୁଧାଂଶୁ ପତିଙ୍କ ପ୍ରତିପକ୍ଷ ବ୍ରଜ ନନ୍ଦଙ୍କୁ ନେଇ ମାନ୍ୟବର ଅଦାଲତରେ ମାମଲାମାନ ଚାଲୁରହିଛି। ଏହି ବିବାଦୀୟ ମାମଲା ଯୋଗୁଁ କର୍ମଚାରୀମାନଙ୍କର ବିଭିନ୍ନ ଦାବିଦୁବା ହାସଲ ହେବାରେ ପ୍ରଭୂତ କ୍ଷତି ଘଟୁଛି। ସମ୍ମନ୍ନୟ ସମିତିର କର୍ମଚାରୀଙ୍କ ସମନ୍ୱିତ ଦାବି ହାସଲ ପାଇଁ ଯେଉଁ ଅନ୍ତରାୟ ସୃଷ୍ଟି ହେଉଛି ତାହାର ପ୍ରତିକାର ପାଇଁ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହେଉଛି।

ପ୍ରକାଶଯୋଗ୍ୟଯେ, ସମନ୍ୱୟ ସମିତିର ବିଧିବ୍ୟବସ୍ଥା ଅନୁସାରେ ୨ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହେବାକଥା। ୨୦୦୯ମସିହାରେ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଆଜିପର୍ଯ୍ୟନ୍ତ ଆଉ ନିର୍ବାଚନ ହୋଇପାରିନଥିବାରୁ ଓ ସମନ୍ୱୟ ସମିତିରେ ବିବାଦ ସୃଷ୍ଟି ହୋଇଥିବାରୁ ଏହି ବିବାଦର ସମାଧାନ ପାଇଁ ବୈଠକର ଆହ୍ୱାନ କରାଯାଇଛି। ଏନ୍ଜିଓସିସି ସହ ସହବନ୍ଧିତ ସଂଗଠନର ପ୍ରମୁଖ କର୍ମଚାରୀ ନେତୃମଣ୍ଡଳୀ ଏହି ବୈଠକରେ ଯୋଗଦେଇ ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ଚତୁର୍ଦ୍ଦଶ ସମ୍ମିଳନୀର ନିର୍ବାଚିତ ସାଧାରଣ ସମ୍ପାଦକ ସୁଧାଂଶୁ ପତି ଓ ସମନ୍ୱୟ ସମିତିର ମୁଖପାତ୍ର ଗଗନ ଭଞ୍ଜ ସମସ୍ତ କର୍ମକର୍ତ୍ତାମାନେ ଯୋଗଦେଇ ସଭାକୁ ସଫଳ କରିବା ପାଇଁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ୨୦୧୫ ମସିହାରେ ମାନ୍ୟବର ସିଭିଲ୍ କୋର୍ଟ, ଭୁବନେଶ୍ୱର ମକଦ୍ଦମା ବିଚାର କରି ତିନିମାସ ମଧ୍ୟରେ ନିର୍ବାଚନ କରିବା ପାଇଁ ବ୍ରଜ ନନ୍ଦଙ୍କୁ ଯେଉଁ ଆଦେଶ ଦେଇଥିଲେ ଶ୍ରୀ ନନ୍ଦ ଇତିମଧ୍ୟରେ ନିର୍ବାଚନ କରିପାରିନଥିବାରୁ ଓ ଏହି ଆଦେଶ ବିରୁଦ୍ଧରେ ଜିଲ୍ଲା ଜଜକୋର୍ଟ, ଭୁବନେଶ୍ୱରରେ ଅପିଲ୍ ବିଚାରାଧିନ ଥିବାରୁ ଏବଂ ବିଚାରରେ ବିଳମ୍ବ ଘଟୁଥିବାରୁ ସମନ୍ୱୟ ସମିତିର ସହବନ୍ଧିତ ସଂଗଠନର ପ୍ରମୁଖ ପ୍ରତିନିଧିମାନେ ୨୦୧୬ ମସିହାରେ ହୋଇଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ ଆଗାମୀ ୭ ତାରିଖ ବୈଠକର ଆହ୍ୱାନ କରାଯାଇଛି।

Leave a Reply

Your email address will not be published. Required fields are marked *