ad
ଓଡ଼ିଶା

୨୦୧୮ ଏପ୍ରିଲରେ ପାରାଦୀପ ବନ୍ଦରର ୧୧.୧୨% ଅଭିବୃଦ୍ଧି;

ବୃହତ ବନ୍ଦରଗୁଡ଼ିକରେ ୧.୭୮ %ର ସକରାତ୍ମକ ଅଭିବୃଦ୍ଧି ହାସଲ

ନୂଆ ଦିଲ୍ଲୀ ୧୦ ମଇ (ଓଡ଼ିଆ ପୁଅ) ୨୦୧୮ ଏପ୍ରିଲରେ ଭାରତର ବୃହତ ବନ୍ଦରଗୁଡ଼ିକ ୫୬.୮୧ ନିୟୁତ ଟନ୍ ପଣ୍ୟ ପରିବହନ କରିଛନ୍ତି, ଯାହାକି ୧.୭୮% ଅଭିବୃଦ୍ଧି। ଗତବର୍ଷ ଏହି ଅବଧିରେ ବନ୍ଦର ଗୁଡ଼ିକ ୫୫.୮୨ ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲେ।

କୋଲକାତା (ହଳଦିଆ ସମେତ), ପାରାଦୀପ, ବିଶାଖାପାଟନାମ୍, କାମରାଜର, ଚେନ୍ନାଇ, କୋଚିନ୍, ନୂଆ ମାଙ୍ଗାଲୋର, ଜେଏନ୍ପିଟି ଏବଂ ଦୀନଦୟାଲ ଆଦି ୯ଟି ବନ୍ଦର ସକାରାତ୍ମକ ଅଭିବୃଦ୍ଧି ହାସଲ କରିଛନ୍ତି।

କୋଲକାତା (୧୨.୫୬%) ବନ୍ଦରର ସର୍ବାଧିକ ଅଭିବୃଦ୍ଧି ହୋଇଥିବା ବେଳେ ଏହା ପଛକୁ ଅଛି କାମରାଜର (୧୨.୦୮%), ନୂଆ ମାଙ୍ଗାଲୋର (୧୧.୪୧%), ପାରାଦୀପ (୧୧.୧୨%) ଏବଂ ଚେନ୍ନାଇ (୭.୫୫%)।

୨୦୧୮ ଏପ୍ରିଲ ମାସରେ ଦୀନଦୟାଲ (କାଣ୍ଡଲା) ବନ୍ଦର ସର୍ବାଧିକ (୯.୩୨ ନିୟୁତ ଟନ୍) ପଣ୍ୟ ପରିବହନ (୧୬.୪୧% ଅଂଶ) କରିଥିବା ବେଳେ ପାରାଦୀପ ୮.୧୫ ନିୟୁତ ଟନ୍ (୧୪.୩୫ % ଅଂଶ), ଜେଏନ୍ପିଟି ୫.୮୯ ନିୟୁତ ଟନ୍ (୧୦.୩୭% ଅଂଶ), ବିଶାଖାପାଟନାମ୍ ୫.୧୩ ନିୟୁତ ଟନ୍ (୦୯.୦୩% ଅଂଶ) ଏବଂ ମୁମ୍ବାଇ ବନ୍ଦର ୪.୯୮ ନିୟୁତ ଟନ୍ (୮.୭୬% ଅଂଶ) ପଣ୍ୟ ପରିବହନ କରିଛି। ଏହି ୫ଟି ବୃହତ୍ ବନ୍ଦର ମିଳିତ ଭାବେ ୬୦% ପଣ୍ୟ ପରିବହନ କରିଛନ୍ତି।

ଦ୍ରବ୍ୟ ୱାରି ପହିବହନ ପ୍ରତିଶତ ହେଲା; ପେଟ୍ରୋଲିୟମ ଅଏଲ ଲୁବ୍ରିକାଂଟ (ପିଓଏଲ୍) ୨୮.୩୦%, କଂଟେନର ୨୦.୮୮%, ଥର୍ମାଲ ଏବଂ ଷ୍ଟିମ୍ କୋଲ୍ ୧୭.୦୬%, ଅନ୍ୟାନ୍ୟ ଦ୍ରବ୍ୟ ୧୩.୧୭%, କୁକିଂ ଏବଂ ଅନ୍ୟାନ୍ୟ କୋଇଲା ୭.୪୧%, ଆଇରନ ଓର୍ ଏବଂ ପେଲେଟ୍ ୬.୯୮%, ଅନ୍ୟାନ୍ୟ ତରଳ ଦ୍ରବ୍ୟ ୪.୨୯%, ଫିନିସଡ୍ ଫର୍ଟିଲାଇଜର ୧.୦୨ % ଏବଂ ଏଫ୍ଆରଏମ୍ ୦.୮୯%।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top