ଓଡ଼ିଶା

୨୦୧୮ ଏପ୍ରିଲରେ ଜିଏସଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଲା

ନୂଆ ଦିଲ୍ଲୀ ୩ ମଇ (ଓଡ଼ିଆ ପୁଅ) ୨୦୧୮ ଏପ୍ରିଲ ମାସରେ ମୋଟ ୧, ୦୩, ୪୫୮ କୋଟି ଟଙ୍କାର ବସ୍ତୁ ଓ ସେବା କର (ଜିଏସଟି) ଆଦାୟ ହୋଇଛି, ଯେଉଁଥିରେ କି ସିଜିଏସଟିର ପରିମାଣ ରହିଛି ୧୮, ୬୫୨ କୋଟି ଟଙ୍କା, ଏସଜିଏସଟିର ପରିମାଣ ୨୫, ୭୦୪ କୋଟି ଟଙ୍କା, ଆଇଜିଏସଟିର ପରିମାଣ ୫୦, ୫୪୮ କୋଟି ଟଙ୍କା (ଆମଦାନୀ ଉପରେ ଆଦାୟ ହୋଇଥିବା ୨୧, ୨୪୬ କୋଟି ଟଙ୍କା ସମେତ) ଏବଂ ଉପକର (ସେସ)ର ପରିମାଣ ହେଉଛି ୮, ୫୫୪ କୋଟି ଟଙ୍କା (ଆମଦାନୀ ଉପରେ ଆଦାୟ ହୋଇଥିବା ୭୦୨ କୋଟି ଟଙ୍କା ସମେତ)।

୨୦୧୮ ମାର୍ଚ୍ଚରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଫାଇଲ ହୋଇଥିବା ଜିଏସଟିଆର ୩ବି ରିଟର୍ଣ୍ଣ ସଂଖ୍ୟା ହେଉଛି ରିଟର୍ଣ୍ଣ ଫାଇଲ କରିବା ପାଇଁ ଯୋଗ୍ୟ ମୋଟ ୮୭.୧୨ଲକ୍ଷରୁ ୬୦.୪୭ ଲକ୍ଷ। ଏହା ହେଉଛି ଶତକଡା ୬୯.୫ ପ୍ରତିଶତ।

କମ୍ପୋଜିସନ ସ୍କିମ ଅଧିନସ୍ଥ ଡିଲରମାନଙ୍କ ପାଇଁ ତ୍ରୈମାସିକ ରିଟର୍ଣ୍ଣ ଫାଇଲ କରିବାର ମାସ ଥିଲା ଏପ୍ରିଲ। ୧୯.୩୧ ଲକ୍ଷ କମ୍ପୋଜିସନ ଡିଲରମାନଙ୍କ ମଧ୍ୟରୁ ୧୧.୪୭ ଲକ୍ଷ ସେମାନଙ୍କର ତ୍ରୈମାସିକ ରିଟର୍ଣ୍ଣ (ଜିଏସଟିଆର ୪) ଫାଇଲ କରିଛନ୍ତି। ଏହାର ପରିମାଣ ହେଉଛି ଶତକଡା ୫୯.୪୦ ପ୍ରତିଶତ ଏବଂ ସେମାନେ ମୋଟ ଉପରେ ୫୭୯ କୋଟି ଟଙ୍କାର ରାଜସ୍ୱ ପଇଠ କରିଛନ୍ତି ଏବଂ ଏହା ମଧ୍ୟ ଉପରୋକ୍ତ ମୋଟ ୧.୦୩ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟରେ ଅନ୍ତର୍ଭୁକ୍ତ କରାଯାଇଛି।

ଜିଏସଟି ଆଧାରରେ ରାଜସ୍ୱ ଆଦାୟରେ ପ୍ଳବତା ଅର୍ଥବ୍ୟବସ୍ଥା କ୍ଷେତ୍ରରେ ପ୍ରଗତି ଏବଂ ଏହାର ସ୍ୱୀକୃତିକୁ ସୂଚାଉଛି। ତେବେ ସାଧାରଣତଃ ଦେଖାଯାଏ ଯେ ଆର୍ଥିକ ବର୍ଷର ଶେଷ ମାସରେ, ଲୋକେ ବିଗତ କେତେ ମାସର ବକେୟା ପରିଶୋଧ କରିଥା’ନ୍ତି ଏବଂ ସେଥିପାଇଁ ଏହି ମାସରେ ଆଦାୟ ହୋଇଥିବା ରାଜସ୍ୱକୁ ଭବିଷ୍ୟତର ଏକ ପ୍ରଚଳିତ ଧାରା ଭାବେ ଗ୍ରହଣ କରାଯାଇ ପାରିବ ନାହିଁ।

୨୦୧୮ ଏପ୍ରିଲରେ ସମସ୍ତ ହିସାବ ପରେ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାର ସିଜିଏସଟି ବାବଦରେ ୩୨, ୪୯୩ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୪୦, ୨୫୭ କୋଟି ଟଙ୍କାର ରାଜସ୍ୱ ଆୟ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top