୨୦୧୮ରେ ମଧ୍ୟ ନ୍ୟୁ କ୍ଲିୟର ଟେଷ୍ଟ ଜାରି ରଖିବ ଉତ୍ତର କୋରିଆ

ନୂଆଦିଲ୍ଲୀ ୩୧-୧୨ (ଓଡ଼ିଆ ପୁଅ) ଉତ୍ତର କୋରିଆ ୨୦୧୮ ରେ ମଧ୍ୟ ନିଜର ପରମାଣୁ ଶକ୍ତିକୁ ବିକସିତ କରିବା ଅଭିଯାନ ଜାରି ରଖିବ। ସରକାରୀ ମିଡିଆରେ ଶନିବାରଦିନ ଜାରି ଏକ ରିପୋର୍ଟରେ ଏହି ସୂଚନା ଦେଇଛି ଉତ୍ତର କୋରିଆ। ଉତ୍ତର କୋରିଆର ସରକାରୀ ସମାଚାର ଏଜେନ୍ସି କହିଛିଯେ, ପୋଙ୍ଗ୍ୟାଙ୍ଗ୍ ନିଜର ପରମାଣୁ କାର୍ଯକ୍ରମର ବିକାସ ଜାରି ରଖିବ। ଯାହାଦ୍ୱାରା ଦେଶ ଅଜେୟ ପରମାଣୁ ଶକ୍ତି ଭାବରେ ବିଶ୍ୱରେ ଦଣ୍ଡାୟମାନହେବ।

ରିପୋର୍ଟରେ କୁହାଯାଇଛିଯେ, ଏକ ଅଜେୟ ଶକ୍ତି ରୂପରେ ଉତ୍ତର କୋରିଆର ଅସ୍ତିତ୍ୱକୁ ନା କମଜୋର କରାଯାଇପାରିବ  ନା ଅଣଦେଖା କରାଯାଇପାରିବ। ଏକ ଜିମ୍ମେଦାର ପରମାଣୁ ଶକ୍ତିର ରୂପରେ ଉତ୍ତର କୋରିଆ ସମସ୍ତ ବାଧାକୁ ପାର କରି ସ୍ୱତନ୍ତ୍ରତା ଏବଂ ନ୍ୟାୟର ରାସ୍ତାରେ ଚାଲିବ। ରିପୋର୍ଟରେ ବର୍ଷ ୨୦୧୭ର ଦେଶର ପରମାଣୁ ଉପଲବ୍ଧିଗୁଡ଼ିକର ମଧ୍ୟ ସୂଚନା ଦିଆଯାଇଛି।

ଉତ୍ତର କୋରିଆ ୩ ସେପ୍ଟେମ୍ବର ୨୦୧୭ରେ ନିଜର ସବୁଠାରୁ ଶକ୍ତିଶାଳୀ ପରମାଣୁ ହତିଆର ପରିକ୍ଷଣର ପ୍ରଶଂସା କରି ତାହାକୁ ଏକ ବଡ଼ ବିଜୟ କହିଥିଲା। ଏହା ପରେ ୨୮ ନଭେମ୍ବରରେ ଉତ୍ତର କୋରିଆ ନିଜର ସବୁଠାରୁ ବିକଶିତ ଅଂତରମହାଦ୍ୱୀପୀୟ ବୈଲିଷ୍ଟିକ ମିସାଇଲ ହ୍ୱାସଙ୍ଗ-୧୫ର ପରୀକ୍ଷଣ କରିଥିଲା। ପୋଙ୍ଗ୍ୟାଙ୍ଗ୍ ମୁତାବକ ଏହି ମିସାଇଲ ଆମେରିକାରେ କୌଣସି ଲକ୍ଷସ୍ଥଳକୁ ପହଁଞ୍ଚିବାରେ ଏହା ସକ୍ଷମ।

ରିପୋର୍ଟରେ କପହାଯାଇଛିଯେ, ଯେଉଁ ପର୍ଯ୍ୟନ୍ତ ଆମେରିକା ଏବଂ ତା’ର ଅଧୀନ ଶକ୍ତିର ପରମାଣୁ ବିପଦ ବନିକରି ରହିଥିବ ସେ ପର୍ଯ୍ୟନ୍ତ ଉତ୍ତର କୋରିଆ ଆତ୍ମରକ୍ଷା ପାଇଁ ଏବଂ ଆକ୍ରମଣର ସଂଭାବନାକୁ ନଜରରେ ରଖି ନିଜର ପରମାଣୁ ଶକ୍ତିର ବିସ୍ତାର କରି ଚାଲିବ। ରିପୋର୍ଟରେ ଆମେରିକାର ପ୍ରମୁଖ ସ୍ଥାନଗୁଡ଼ିକ ଉପରେ ହମଲା କରିବାର ପୋଙ୍ଗ୍ୟାଙ୍ଗର ନୂତନ କ୍ଷମତାଗୁଡ଼ିକ ଉପରେ ମଧ୍ୟ ଜୋର ଦିଆଯାଇଥିଲା ଏବଂ ତାହା ସହିତ ଉତ୍ତର କୋରିଆକୁ ବିଶ୍ୱ ସ୍ତରୀୟ ପରମାଣୁ ଶକ୍ତି ବୋଲି କୁହାଯାଇଛି। ରିପୋର୍ଟରେ କୁହାଯାଇଛିଯେ, ଉତ୍ତର କୋରିଆ ଆମେରିକା ତରଫରୁ ଯୁଦ୍ଧର କ୍ରୂରତମ ଘୋଷଣାର ନିଶ୍ଚିତ ରୂପରେ ଜବାବ ଦେବ।

Leave a Reply

Your email address will not be published. Required fields are marked *