୨୦୧୭-୧୮ ଖରୀଫ ଧାନକ୍ରୟ ବୈଠକ

କୋରାପୁଟ;ତା୦୯-୧୧-୧୭(ଓଡିଆପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗି,ଜୟପୁର ଉପ-ଜିଲ୍ଲାପାଳ ଚକ୍ରବର୍ତି ସିଂହ ରାଠୋର,ଡିଆରଡିଏ ପ୍ରକଲ୍ପ ନିଦେ୍ର୍ଦଶକ ଦେବେନ କୁମାର ପ୍ରଧାନ,କୋରାପୁଟ ଉପ-ଜିଲ୍ଲାପାଳ କୃତିବାସ ରାଉତ,ଜିଲା ଯୋଗାଣ ଅଧିକାରୀ ବଲ୍ଲଭ ଚନ୍ଦ୍ର ଦାଶ,କୋରାପୁଟ ଆରଏମସି ସମ୍ପାଦକ ସୁକାନ୍ତ କୁମାର ପାଢିଙ୍କ ସମେତ ଜୟପୁର ଆରଏମସି ସମ୍ପାଦକ, ଯେଗାଣ ନିରୀକ୍ଷକ,ସମସ୍ତ ଲ୍ୟାମ୍ପସର ପରିଚାଳନା ନିଦେ୍ର୍ଦଶକ,ମିଲର ଏବଂ ଚାଷି ଯୋଗ ଦେଇଥିଲେ । ଚଳିତ ଖରୀଫ ରୁତୁ ଧାନ କ୍ରୟ ପାଇଁ ଜିଲ୍ଲାର କୋରାପୁଟ ଉପଖଣ୍ଡରେ ନଭେମ୍ବର ୧୯ରୁ ଏବଂ ଜୟପୁର ଉପଖଣ୍ଡରୁ ଆସନ୍ତା ମାସ ୨ ତାରିଖରୁ ଧାନ କିଣା ଯିବାକୁ ନିଷ୍ପତି ହୋଇଛି । ଚଲିତ ରୁତୁରେ ନଭେମ୍ବର ୮ତାରିଖ ସୁଦ୍ଧା ପଂଜିକୃତ ୨୦୮୪୩ଜଣ ଚାଷିଙ୍କ ଠାରୁ ୧୪ ଲକ୍ଷ ମେଟ୍ରିକଟନ୍ ଧାନ କିଣା ଯିବା ଲକ୍ଷ୍ୟଧାର୍ଯ୍ୟ ରଖା ଯାଇଛି । ଜିଲାର ବଡ ମଣ୍ଡିରୁ ଦୈନିକ ୧୫୦୦ କୁଇଂଟାଲ ଓ ଛୋଟ ମଣ୍ଡିରୁ ୧୦୦୦ କୁଇଂଟାଲ ଧାନ କିଣା ଯିବାକୁ ନିଷ୍ପତି ହୋଇଥିବାବେଳେ ମଣ୍ଡି ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯିବାକୁ ଆରଏମସି ମାନଙ୍କୁ ଦାୟିତ୍ୱ ଦିଆ ଯାଇଛି । ସେହିପରି ପ୍ରତି ବଡମଣ୍ଡିରେ ୭ଟି ଓଜନ ମେସିନ ରଖା ଯିବାକୁ ଥିବାବେଳେ ଛୋଟମଣ୍ଡିରେ ୫ଟି ଓଜନ ମେସିନ ରଖା ଯିବ ବୋଲି ଆଲୋଚନା ହୋଇଛି । ସାଧାରଣ ଧାନ କୁଇଂଟାଲ ପିଛା ୧୫୫୦ ଟଙ୍କା ରଖା ଯାଇଥିବାବେଲେ ଗ୍ରେଡ-ଏ ଧାନର ମୂଲ୍ୟ ୧୫୯୦ ଟଙ୍କା ଧାର୍ଯ୍ୟ କରା ଯାଇଛି । ପ୍ୟାକସ ଓ ମିଲରମାନେ ଧାନ କିଣିବା ପାଇଁ ଆଲୋଚନା ହୋଇଥିବାବେଳେ ପ୍ରତି ମଣ୍ଡି ପାଇଁ ଜିଲ୍ଲାପ୍ରଶାସନ ତରଫରୁ ଜଣେ ଲେଖାଏ ନୋଡାଲ ଅଧିକାରୀ ନିଯୁକ୍ତ କରା ଯିବ ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *