୨୦୦୯ ବ୍ୟାଚର ବନ୍ଧୁ ମିଳନ

ନୟାଗଡ଼ ୧୬/୧( ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅର୍ନ୍ତଗତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ୨୦୦୯ ମାଟ୍ରିକ୍ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ପର୍ବ ସ୍ଥାନୀୟ କୋଟଗଡ ଗୁମ୍ଫାରେ (ଅନନ୍ତ ଗୁମ୍ଫା) ଅନୁଷ୍ଠିତ ହୋଇଯାଇଛି। ଦିନେଶ କୁମାର ସୁନ୍ଦରାୟଙ୍କ ନେତୃରେ ଆୟୋଜିତ ସଭାରେ ସମସ୍ତ ଶିକ୍ଷକ ଆମ ମାନ ସମ୍ମାନ ବୋଲି ମତପ୍ରକାଶ ପାଇବା ସହ ପରସ୍ପର ପରସ୍ପରକୁ ଆଲିଙ୍ଗନ କରି ପୁରୁଣା ଦିନର ସ୍ମୃତିକୁ ମନେପକାଇ ଥିଲେ।ଏହି ମିଳନ ଅବସରରେ ସମସ୍ତେ ମିଶି ଏକ ସ୍ଥାନିୟ ପର୍ଯ୍ୟଟନ ସ୍ଥଳୀକୁ ବୁଲି ଯିବାକୁ ନିଷ୍ପତି ନେଇଥିଲେ। ଏହି ମିଳନ ପର୍ବକୁ ପ୍ରତି ବର୍ଷ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା। ଆଶିଷ କୁମାର ମହାପାତ୍ର, ଆଶୁତେଷ ସାହୁ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଭଗବାନ ସାହୁ, ଶ୍ରୀନିବାସ ବେହେରା, ମନୋରଞନ ମହାପାତ୍ର, ଚିତ ରଞ୍ଜନ ପ୍ରଧାନ, ସିଲୁ କାଳସୀ .ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *