ad
ଜିଲ୍ଲା ପରିକ୍ରମା

୨୦ତମ ସର୍ବଭାରତୀୟ ହୃଦାନନ୍ଦ କ୍ରିକେଟ : ପୋଷ୍ଟାଲ ଏକାଦଶ ଚାମ୍ପିୟନ

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ନେହେରୁ ଷ୍ଟାଡିୟମରେ ଚାଲିଥିବା ୨୦ତମ ସର୍ବଭାରତୀୟ ହୃଦାନନ୍ଦ ମଲ୍ଲିକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ମେଗା ଫାଇନାଲରେ ପୋଷ୍ଟାଲ ଏକାଦଶ ୩ ୱିକେଟରେ ରାଇଜିଂ ଷ୍ଟୁଡେଣ୍ଟ୍ସକୁ ହରାଇ ଚଳିତ ବର୍ଷ ପାଇଁ ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚରେ ରାଇଜିଂ ଷ୍ଟୁଡେଣ୍ଟ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୨୦ ଓଭରରେ ୧୪୭ ରନ କରି ଅଲ୍ ଆଉଟ ହୋଇଥିଲା। ମିତ୍ରଭାନୁ ପଣ୍ଡା ୪୮ ରନ ଓ ବିପ୍ଳବ ସାମନ୍ତରାୟ ୨୬ରନର ଇନିଙ୍ଗ୍ସ ଖେଳିଥିବା ବେଳେ ପୋଷ୍ଟାଲ ପକ୍ଷରୁ ପ୍ରୟାଗ ସିଂ ଠାକୁର ୪ଟି ଓ ଆଲୋକ ସାହୁ ୨ଟି ୱିକେଟ ନେଇଥିଲେ। ୧୪୮ରନ୍ର ପିଛା କରି ପୋଷ୍ଟାଲ ଦଳ ବ୍ୟାଟିଂ କରି ୭ ୱିକେଟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ସେକ ସଲମାନ ୬୨ ରନ ଓ ଦେବାଶିଷ ସାମନ୍ତରାୟ ୨୦ରନ କରିଥିବା ବେଳେ ରାଇଜିଂ ଷ୍ଟୁଡେଣ୍ଟ୍ସର ତାରାକାନ୍ତ ସାମଲ ଓ ବିପ୍ଳବ ସାମନ୍ତରାୟ ଉଭୟେ ୨ଟି ଲେଖାଏ ୱିକେଟ ନେଇଥିଲେ। ଦଳ ୩ ୱିକେଟରେ ମ୍ୟାଚ ଜିତି ଚାମ୍ପିୟନ ହୋଇଥିଲା। ସେକ୍ ସଲମାନଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ମୋଜାକିର ଅଲ୍ଲୀ ମ୍ୟାନ ଅଫ୍ ଦି ସିରିଜ ବିବେଚିତ ହୋଇଥିଲେ। ବେଷ୍ଟ ବ୍ୟାଟ୍ସମ୍ୟାନ ଅନୁରାଗ ଷଡଙ୍ଗୀ, ବେଷ୍ଟ ବୋଲର ବିପ୍ଳବ ସାମନ୍ତରାୟ, ବେଷ୍ଟ ଫିଲଡର ମିତ୍ରଭାନୁ ପଣ୍ଡା, ଲୋକାଲ ଗ୍ରୁପର ମ୍ୟାନ ଅଫ୍ ଦି ସିରିଜ ଭାବେ ଶୁଭମ ନାୟକ ବିବେଚିତ ହୋଇ ପୁରସ୍କାର ଗ୍ରହଣ କରିଥିଲେ। ଲଲାଟ କେଶରୀ ନନ୍ଦ ଓ ଶରତ ଜେନା ଅମ୍ପାୟାର ଭାବେ ମ୍ୟାଚକୁ ପରିଚାଳନା କରିଥିଲେ। ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଆୟୋଜକ ସୂର୍ଯ୍ୟଶିଖା କ୍ଲବର ସମ୍ପାଦକ ପ୍ରଦିପ ମଲ୍ଳିକ, ଯୁବନେତା ସଞ୍ଜିବ ମଲ୍ଲିକ, କ୍ଳବର ଉପସଭାପତି ଶୁଭ୍ରାଂଶୁ ଭୂଷଣ ଦାସ, ଲାୟନ୍ସ କ୍ଳବ ଡିଜି ପ୍ରକାଶ ଜେନା, ନିରଞ୍ଜନଲାଲ ଗୁପ୍ତା ଅତିଥି ଭାବେ ଯୋଗ ଦେଇ ପୁରୁସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବକୁ ଶୁଭ୍ରକାଶ ନାୟକ ପରିଚାଳନା କରିଥିବା ବେଳେ ବଳରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top