ଅନୁଗୁଳ

୨ୟ ଦିନରେ ସୋଲଡାବାସୀଙ୍କର ଖଣି ବନ୍ଦ ଆନେ୍ଦାଳନ

ତାଳଚେର,୨୪/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ନିଯୁକ୍ତି ଦାବୀରେ ତାଳଚେର ବ୍ଲକ ସୋଲଡା ଗ୍ରାମବାସୀଙ୍କ ପକ୍ଷରୁ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଖଣି ବନ୍ଦ ଆନେ୍ଦାଳନ ଦ୍ୱିତୀୟ ଦିନରେ ପଂହଚିଛି । ଫଳରେ ବଳରାମ କୋଇଲାଖଣିରେ ଆଉଟସୋର୍ସିଂ ସାଇଡରେ ଚାଲୁଥିବା ମହାଲକ୍ଷ୍ମୀ ମାଇନ୍ସର ଖନନ କାର୍ଯ୍ୟ ବନ୍ଦ ରହିବା ସହ ହିଙ୍ଗୁଳା ପରିବହନ ରାସ୍ତା ଦେଇ କୋଇଲା ପରିବହନ ବନ୍ଦ ରହିଛି । ଶନିବାର ପୋଲିସ ପ୍ରଶାସନ ପକ୍ଷରୁ ଆନେ୍ଦାଳନରତ ଗ୍ରାମବାସୀଙ୍କ ସହ ଆଲୋଚନା କରିବାସହ ଚଳିତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏମ୍.ସି.ଏଲ୍ ଡି.ଟି.ଙ୍କ ସହ ଏ ସମ୍ପର୍କରେ ଏକ ବୈ÷ଠକ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ବୋଲି ସୂଚନା ଦେଇଥିଲେ । ତେବେ ଗ୍ରାମବାସୀମାନେ ନିଦ୍ଦିଷ୍ଟ ଦିନ ଧାର୍ଯ୍ୟ କରା ନଯାଇ ନଥିବାରୁ ଆନେ୍ଦାଳନରୁ ଓହରିବାକୁ ସ୍ପଷ୍ଟ ମନାକରି ଦେଇଥିଲେ । ଏଥିସହିତ କୌଣସି ଖଣି କର୍ତୃପକ୍ଷ ମଧ୍ୟ ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରିବାକୁ ଆସିନଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ,ଏମ୍.ସି.ଏଲ୍ ଦ୍ୱାରା ସୋଲଡା ଗ୍ରାମର ବାସଗୃହ ସହ ଭୂସମ୍ପତି ଅଧିଗ୍ରହଣ ହୋଇଥିବା ବେଳେ କେତେକ ଗ୍ରାମବାସୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ମାତ୍ର ଅବଶିଷ୍ଟ ନିଯୁକ୍ତି ଦେବାକୁ ଖଣି କର୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରିବା ସହ ଅହେତୁକ ବିଳମ୍ବ କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେମାନେ ଏଥିନିମନ୍ତେ ବାରମ୍ବାର ଆନେ୍ଦାଳନ କରୁଥିବା ବେଳେ ଖଣି କର୍ତୃପକ୍ଷ କେବଳ ପ୍ରତିଶୃତି ଦେଇ ତାହାକୁ ପାଳନ କରୁନଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଛି । । ରିପୋର୍ଟ ଲେଖା ହେଲାବେଳକୁ ଆନେ୍ଦାଳନ ଜାରି ରହିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top