୨ବାଇକ ମୁହାଁମୁହିଁ ୨ ଗୁରୁତର

ବାହାନଗା/ବାଲେଶ୍ୱର, ୧୫/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ଗୋପାଳପୁର – ଜୁଣିଆ ଆସ୍ତାରେ ଆଜି ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣ ବାଇକ ଆରୋହୀ ଗୁରୁତର ହେବାର ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ଓଡ଼ଶାଳ ଗ୍ରାମର ପ୍ରଦୀପ ମହାଳିକ (୩୦)ଏକ ପଲସର ବାଇକ ଯୋଗେ ତାଙ୍କର ସ୍ତ୍ରୀ ଓ ଛୁଆକୁ ବସାଇ ଅନ୍ତପୁର ଅଭିମୁଖେ ଯାଉଥିଲେ। ବିପରୀତ ଦିଗରୁ ଗୋପଳପୁର ଅଭିମୁଖେ ଆରୁହାବାଡ଼ ଗ୍ରାମର ଲମ୍ବୋଦର ସାହୁ(୨୨)ଏକ ପଲସର ବାଇକ ଯୋଗେ ଅସୁଥିଲେ। ଜୁଣିଆ – ଗୋପାଳପୁର ରାସ୍ତାର କଲେଜ ପାଖରେ ଦୁଇ ଗାଡ଼ି ମଧ୍ୟରେ ମୁହାଁ ମୁହିଁ ହୋଇଥିଲା। ଫଳରେ ଦୁଇ ବାଇକ ଅରୋହୀ ବାଇକ ସହ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକ ଦୁଇ ଜଣ ବାଇକ ଆରରୋହୀ ଓପ୍ରଦୀପର ସ୍ତ୍ରୀ ଓ ଛୁଆକୁ ଗୋପାଳପୁର ଡାକ୍ତର ଖାନାକୁ ଆଣିଥିଲେ। ବାଇକ ଚଳକ ୨ଜଣ ଗୁରୁତର ହୋଇଥିବା ବେଳେ ତାଙ୍କ ୨ଜଣଙ୍କର ମୁଣ୍ଡରେ ଆଘାତ ଲାଗିଥିବାର ଜଣାପଡ଼ିଛି। ତେବେ ଲମ୍ବୋଦର ପରେ ଗୁରୁତର ହେବାରୁ ତାଙ୍କୁ ବଲେଶ୍ୱର ଡାକ୍ତରଖାନାକୁ ନିଆଯାଇଥିବା ବେଳେ ପ୍ରଦୀପ ସ୍ତ୍ରୀ ଓ ଛୁଆ ଭଲଥିବାର ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *