ଜିଲ୍ଲା ପରିକ୍ରମା

୨ଟି ମଣ୍ଡି ହାଉସ, ୨ କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପ କାର୍ଯ୍ୟକ୍ଷମ କେବେ ?

ଖଇରା, ୨/୯(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)- ବାଲେଶ୍ୱର ଜିଲ୍ଲାର ଅନ୍ୟତମ ୨ୟ ବୃହତମ ବ୍ଲକ ଖଇରା ବ୍ଲକରେ ରାଜ୍ୟ ସରକାରଙ୍କ ଦ୍ୱାରା ଚାଷୀ ମାନଙ୍କର ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା ପାଇଁ ୨ଟି ସ୍ଥାନରେ ମଣ୍ଡି ହାଉସ ସ୍ଥାପନ କରାଯାଇଥିଲା। ୨ଟି ସ୍ଥାନ ଯଥା ପଳସା ଓ ତରାଙ୍ଗ ପାଇଁ ପ୍ରାୟ ୨ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇ ମଣ୍ଡି ହାଉସ ନିର୍ମାଣ କରାଯାଇଥିଲା। ପ୍ରଥମରେ ପଳସା ଠାରେ ଥିବା ମଣ୍ଡି ହାଉସଟି କାର୍ଯ୍ୟ ସଂପୂର୍ଣ୍ଣ ହେବାପରେ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ହେଲେ ଉଦ୍ଘାଟନ ହେବାର ପ୍ରାୟ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଯାହା ଫଳରେ କି ସ୍ଥାନୀୟ ଚାଷୀ ମାନେ ଉତ୍ପାଦିତ ପରିବା ଓ ଧାନ ରଖିବାରେ ସଫଳ ହୋଇପାରି ନାହାଁନ୍ତି। ୫୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହଟି ରକ୍ଷଣା ବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି। ୩୭ ଗୋଟି ପଂଚାୟତର କୃଷକ ମାନଙ୍କ ଦ୍ୱାରା ଉତ୍ପାଦିତ କୃଷି ସାମଗ୍ରୀ ସ୍ଥାନୀୟ ଅଂଚଳରେ ବିକ୍ରି ବଟା ପାଇଁ ସରକାର ଯୋଜନା କରି ୨ କୋଟରୁ ଉର୍ଦ୍ଧ ଟଙ୍କା ବ୍ୟୟ କରିବା, ମନ୍ତ୍ରୀ ଓ ବିଧାୟକ ଦ୍ୱାରା ଉଦ୍ଘାଟନ ପରେ କାର୍ଯ୍ୟକ୍ଷମ ନ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ମାଖନପୁର ତରାଙ୍ଗ ଠାରେ ମଧ୍ୟ ମଣ୍ଡି ହାଉସଟିର କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟରେ ନ ଲାଗିବା ବଡ ଦୁଃଖ ଓ ପରିତାପର ବିଷୟ ଅଟେ। ଏ ବିଷୟରେ ନିୟନ୍ତ୍ରିତ ବଜାର କମିଟିର ସଂପାଦକ ସୁଶାନ୍ତ ଦାସଙ୍କୁ ଯୋଗାଯୋଗ କରିବାରୁ ଚେଷ୍ଟା ଚାଲିଛି ଖୁବ ଶୀଘ୍ର କାର୍ଯ୍ୟକ୍ଷମ କରାଯିବାର ପ୍ରକାଶ କରିଥିଲେ। କିନ୍ତୁ ପ୍ରକାଶ କରିବାର ପ୍ରାୟ ୧ମାସ ବିତିଯାଇଥିଲେ ସୁଧା କାର୍ଯ୍ୟକ୍ଷମ ହେବାର ତ ଦୂରର କଥା ମଣ୍ଡି ହାଉସ ପାଖକୁ ପରିଦର୍ଶନ କରିବାପାଇଁ କୌଣସି ଅଧିକାରୀ ଆସିଲେ ବି ନାହିଁ। ସୋର-କୁପାରୀ ରାଜ୍ୟ ରାଜପଥ ଲାଗି ସରକାର ଖଇରା, ଗଣ୍ଡିବେଡ, ତୁଡିଗଡିଆ, କୁପାରୀ ପ୍ରମୁଖ ବଜାରରୁ ଦୋକାନ ଉଚ୍ଛେଦ ବେଳେ ମଣ୍ଡି ହାଉସରେ ଉଚ୍ଛେଦ ଦୋକାନୀ ମାନଙ୍କୁ ଥଇଥାନ କରାଯାଇ ପାରିବ ବୋଲି ସେତେବେଳେ ସାଧାରଣରେ ଦାବି ହୋଇଥିଲା। ଏ ପର୍ଯ୍ୟନ୍ତ ମଣ୍ଡି ହାଉସ ନା ହୋଇପାରିଲା କାର୍ଯ୍ୟକ୍ଷମ ନା କରାଯାଇପାରିଲା ଦୋକାନୀମାନଙ୍କୁ ଥଇଥାନ। ଏ ବାବଦରେ ଉପଜିଲ୍ଲାପାଳ ବାଲେଶ୍ୱରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା। ତୁରନ୍ତ ମଣ୍ଡି ହାଉସ ୨ଟି କାର୍ଯ୍ୟକ୍ଷମ କରାଇ ପାରିଲେ ସରକାରଙ୍କ ଯୋଜନା ଫଳପ୍ରଦ ହୋଇପାରନ୍ତା। ଏଥିପ୍ରତି ବିଭାଗୀୟ ଉଚ୍ଚ କତ୍ରୁପକ୍ଷ ଦୃଷ୍ଟି ଦେବାକୁ ସବୁ ମହଲରୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top