୨ଟି ଗୋରୁ ବୋଝେଇ ପିକ ଅପ ଭ୍ୟାନ ଜବତ,୨ଗିରଫ

କେନ୍ଦ୍ରାପଡା ୧୮/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ସଦର ଥାନା ପୋଲିସ ଦାନପୁର ନିକଟରୁ ୨ଟି ଗୋରୁ ବୋଝେଇ ପିକ ଅପ ଭ୍ୟାନ ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଦାନପୁର ବ୍ରିଜ ଉପରେ ୩ଟି ପିକ ଅପ ଭ୍ୟାନ ଦ୍ୱାରା ଗାଇ ଓ ବାଛୁରୀ ବୋଝେଇ ହୋଇ ଯାଉଥିବା କେନ୍ଦ୍ରାପଡା ସଦର ଥାନାକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଁଚି ୨ଟି ଗୋରୁ ବୋଝେଇ ପିକ ଅପ ଭ୍ୟାନକୁ ଜବତ କରିଥିବା ବେଳେ ଅନ୍ୟ ଗୋଟିଏ ସେଠାରୁ ଖସି ପଳାଇଯିବାକୁ ସକ୍ଷମ ହୋଇଥିଲା । ପୋଲିସ ଜବତ କରିଥିବା ୨ଟି ପିକ ଅପ ଭ୍ୟାନରେ ଅତି ଅମାନୁସିକ ଭାବରେ ଗୋଟିଏ ଉପରେ ଗୋଟିଏ ଲଦାହୋଇ ଯାଉଥିବା ଅବସ୍ଥାରେ ୫୩ଟି ଗୋରୁଙ୍କ ମଧ୍ୟରୁ ଗୋଟିଏ ଗାଇ ଥିବା ବେଳେ ୫୨ଟି ବାଛୁରୀ ଥିଲେ ବୋଲି ସଦର ଥାନା ଅଧିକାରୀ କାବୁଲି ବାରିକ ସୂଚନା ଦେଇଛନ୍ତି । ସେହି ଗାଈ ଓ ବାଛୁରୀଙ୍କ ମଧ୍ୟରୁ ୪ଟି ବାଛୁରୀଙ୍କର ମୃତୁ୍ୟ ହୋଇ ଯାଇଥିବାସଦର ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଜବତ ଗାଈ ଓ ବାଛୁରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସଦର ଥାନା ପକ୍ଷରୁ ପଶୁ ସମ୍ପଦ ବିଭାଗକୁ ଖବର ଦିଆଯିବା ପରେ ବିଭାଗ ପକ୍ଷରୁ ଡାକ୍ତର ରଶ୍ମିରଞ୍ଜନ ମିଶ୍ର ଏକ ଭ୍ରାମ୍ୟମାଣ ଟିମ ସହିତ ସଦର ଥାନାରେ ପହଁଚି ଗାଈ ଓ ବାଛୁରୀଙ୍କର ସ୍ୱାସ୍ଥ୍ୟ ପରିକ୍ଷା କରିବା ପରେ ଆବଶ୍ୟକିୟ ଔଷଧ ପ୍ରଦାନ କରିଥିଲେ । ଡା. ମିଶ୍ରଙ୍କୁ ପଚାରିବାରେ ସେ କହିଥିଲେ ଯେ ଏହି ଗାଇ ଓ ବାଛୁରୀଙ୍କୁ ପ୍ରାୟ ୨/୩ ଦିନ ହେବ ଖାଇବାକୁ ଦିଆଯାଇନଥିବାରୁ ସେମାନେ ଦୁର୍ବଳ ହୋଇ ପଡିଛନ୍ତି । ସେହି ଗାଇ ଓ ବାଛୁରୀଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତ୍ତର ଥିବା ମଧ୍ୟ ଡା.ମିଶ୍ର ପ୍ରକାଶ କରିଥିଲେ । ସେହି ଗୁରୁତ୍ତରଙ୍କ ମଧ୍ୟରୁ ୪ଟି ବାଛୁରୀ ମରିଯାଇଥିବା ଜଣାପଡିଛି । ଗିରଫ ୨ଜଣ ଗାଡି ଚାଳକ ହେଉଛନ୍ତି ନିଆଳି ଥାନା ଅନ୍ତର୍ଗତ ଉଦ୍ଧାଙ୍ଗ ଗ୍ରାମର ହଟ ଭୋଇଙ୍କ ପୁଅ ଅଧିର ଭୋଇ(୩୫) ଓ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ପୋଷ୍ଟ ଅଫିସ ଲେନର ସୋଲେମନ ଖାଁଙ୍କ ପୁଅ ରିଜୁଆନ ଖାଁ(୨୪) ଙ୍କୁ ସଦର ଥାନା ପୋଲିସ ଥାନା କେସ ନମ୍ବର – ୭୨/୨୦୧୮ରେ ଏକ ମାମଲା ରୁଜୁ କରି ଭାରତୀୟ ଦଣ୍ଡବିଧୀ ଆଇନର ଦଫା ୨୯୪,୩୭୯,୪୨୭,୫୦୬,୩୪ ଏବଂ ହିଂସା ନିରୋଧ ଆଇନ ୧୯୬୦ର ୧୧(ଘ) ଓ ୩୧ ଅନ ୁଯାଇ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *