୧ ବର୍ଷ ବିତିଗଲା : ବିଜୁବାବୁ ଶୁଭ ଦେଇଥିବା ସ୍ମୃତିଫଳକ ଲାଗିଲା ନାହିଁ

ରାୟଗଡା, ୧୦।୯(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ୧ବର୍ଷ ବିତିଗଲା। ମୋବାଇଲ ପ୍ଲାନେଟରିୟମ ଉଦଘାଟନ ବେଳେ ଉପୁଡା ଯାଇଥିବା ଜିଲା ଗଠନ ବେଳର ସ୍ମୃତି ଫଳକ ଆଉ ଲାଗିଲା ନାହିଁ। ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁବାବୁଙ୍କ ଦ୍ୱାରା ସ୍ଥାପିତ ଏହି ଫଳକ ଆଉ ଦେଖିବାକୁ ମିଳିପାରୁନାହିଁ। ୧୯୯୨ମସିହା ଅକ୍ଟୋବର ୨ତାରିଖ। ରାୟଗଡା ଜିଲାପାଇଁ ଏହା ଏକ ଐତିହାସିକ ଦିନରୂପେ ଧରିନିଆଯାଉଛି। ଏହି ଦିନରେ ସ୍ୱର୍ଗତ ବିଜୁବାବୁ ଅବିଭକ୍ତ କୋରାପୁଟ ଜିଲାକୁ ଭାଙ୍ଗି ୪ଟି ଜିଲା ସ୍ଥାପନ କରିଥିଲେ। ଆଉ ସେହିଦିନ ପୌରପରିଷଦ କାର୍ଯ୍ୟାଳୟର ପରିଷର ଭିତରେ ନିଜେ ବିଜୁ ପଟନାୟକ ନିଜ ହାତରେ ସ୍ମତି ଫଳକ ଉଦଘାଟନ କରି ରାୟଗଡାକୁ ଏକ ସ୍ୱତନ୍ତ୍ର ଜିଲା ଘୋଷଣା କରିଥିଲେ। ବିଡମ୍ବନାର କଥାଯେ ଗତ ଅଗଷ୍ଟ ୨୦ତାରିଖ ଦିନ ଜିଲା ସଦର ମହକୁମାରେ ଗୋଟିଏ ମୋବାଇଲ ପ୍ଲାନେଟରିୟମ ଉଦଘାଟନ କରିବାପାଇଁ ଫଳକ ଲଗାଇବା ସକାଶେ ବିଜୁବାବୁ ଉଦଘାଟନ କରିଥିବା ଫଳକକୁ ଉପାଡି ଦିଆଯାଇ ସ୍ୱର୍ଗତ ବିଜୁପଟନାୟକଙ୍କୁ ଅସମ୍ମାନ କରାଯାଇଥିଲା। ରାୟଗଡା ଜିଲାରୁ ବିଜେଡି ଦଳରୁ ନିର୍ବାଚିତ ହୋଇଥିବା ସାଂସଦ. ବିଧାୟକ, ବରିଷ୍ଟ ନେତା, ଜିଲା ପ୍ରଶସନ ଓ ବୁଦ୍ଧିଜୀବିଙ୍କ ଉପସ୍ଥିତିରେ ନୂଆ ଫଳକ ଲଗାଇବା ପାଇଁ ବିଜୁବାବୁଙ୍କ ଦ୍ୱାରା ୨୫ବର୍ଷ ତଳେ ଖଞ୍ଜାଯାଇଥିବା ସ୍ମୃତି ଫଳକକୁ ଉପାଡି ଦିଆଯାଇଥିଲା। ଏହି ସ୍ୱର ଗଣମାଧ୍ୟମରେ ଉଠିବା ପରେବି ପୁନ ସ୍ଥାପନ କରାନଯିବା ପୂଜ୍ୟଙ୍କ ପାଇଁ ଅସମ୍ମାନର କଥାବୋଲି ଏବେବି ଆଲୋଚନା ହେଉଛି। ବିଭିନ୍ନ ସଭାସମିତିରେ ୧୩ଜିଲାରୁ ୩୦କୁ ସମ୍ପ୍ରସାରଣ କରିଥିବା ପ୍ରବାଦ ପୁରଷଙ୍କ ଗୁଣ କିର୍ତ୍ତନ କରୁଥିବା ଉପସ୍ଥିତ ସଭିଏଁ ୁ ଦେଖଣାହାରି ସାଜିଥିଲେ। ସେତେବେଳେ କେହି ଟିକିଏ ପ୍ରତିବାଦ ମଧ୍ୟ କଲେନାହିଁକି ପୁନରବାର ଖଞ୍ଜିବାର ବ୍ୟବସ୍ଥା ମଧ୍ୟ କରିନଥିବା ଦୁର୍ଭାଗ୍ୟର କଥା। ସୂଚନା ଯେଗ୍ୟଯେ ୧୯୯୨ ମସିହା ଅକ୍ଟବର ୨ତାରିଖରେ ଅବିଭକ୍ତ କୋରାପୁଟକୁ ଭାଗକରି ମାଲକାନଗୀରି, ନବରଙ୍ଗପୁର, କୋରାପୁଟ ଓ ରାୟଗଡା ଗଠନ ହୋଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ ପାଇଁ ଗୋଟିଏ କୋଠା ଆବଶ୍ୟକ ପଡିଲା। ତୁରନ୍ତ କରିବା ସମ୍ଭବ ନଥିଲା। ତେଣୁ ପୌରପରିଷଦର ଗୋଟିଏ କୋଠାରେ ଜିଲାପାଳଙ୍କ କାର୍ଯ୍ୟାଳୟ କରି ବିଜୁବାବୁ ଉଦଘାଟନ କରିଥିଲେ। ଏହି ଅବସରରେ ସ୍ମୃତି ସ୍ୱରୁପ ଜିଲା ସଦର ମହକୁମାର ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଗୋଟିଏ ସ୍ତମ୍ବ ନିର୍ମାଣ କରି ଜିଲା ଗଠନ ସର୍ମ୍ପର୍କତି ଏକ ସୂଚନା ଫଳକ ଲଗାଯାଇଥିଲା। ବର୍ତ୍ତମାନ ସେଠାରେ ମୋବାଇଲ ପ୍ଲାନେଟରିୟମ ପ୍ରତିଷ୍ଟା କରାଯାଇଥିବା ବେଳେ ତାହାର ଉଦଘାଟନୀ ଉତ୍ସବ ପାଳନ କରାଯଇଥିଲା। ଏହି ଉଦଘାଟନି ଉତ୍ସବରେ ନୂତନ ସ୍ମୃତି ଫଳକ ଲଗାଇବା ପାଇଁ ସ୍ତମ୍ବରୁ୨୫ବର୍ଷ ତଳର ଫଳକକୁ ଉପାଡି ଦିଆଯାଇଛି। ବିସ୍ମୟର କଥାଯେ, ବିଜୁବାବୁଙ୍କ ପଛରେ ବୁଲି ବିଜେଡି ଦଳର କର୍ମକର୍ତ୍ତା ବୋଲାଇ ନିଜକୁ ପ୍ରତିଷ୍ଟିତ କରିବା ସହ ଏହି ଜିଲାରୁ ରାଜ୍ୟ ତଥା ଦେଶ ନିର୍ବାଚିତ ହୋଇଥିବା ବିଧାୟକ ଜଗନ୍ନାଥ ସାରକା, ସାଂସନ ଝିନ୍ନ ହିକକା, ସାଂସଦ ଏନ ଭାସ୍କର ରାଓ ପ୍ରମୁଖ ବରିଷ୍ଟ ନେତା ଉପସ୍ଥିତ ଥିଲେ। ଅପର ପକ୍ଷରେ ବିଜେଡି ଦଳୀୟ ଟକେଟରେ ବିଜୟ ହୋଇ ଅଧ୍ୟକ୍ଷ ଚୌକିରେ ବସିଥିବା ଭି.ଗୌରୀଜୟନ୍ତୀ, ଉାପଧ୍ୟକ୍ଷ ଡ.ନୀରଞ୍ଜନ ବକ୍ସିପାତ୍ର ସମେତ କାଉସିଲର ଓ ସଭାସମିତରେ ଭାଷଣବାଜି କରୁଥିବା ନେତାମାନେ ମଧ୍ୟ ଯୋଗ ଦେଇଥିଲେ। ସେହିପରି ପ୍ରଶାସନ ପକ୍ଷରୁ ଜିଲାପାଳ, ଗୁହା ପୁନମ ତାପସ କୁମାର ଓ ତାଙ୍କ ପରିସଦବର୍ଗ ମଧ୍ୟ ଉପସ୍ତିତ ଥିଲେ। ପୁରୋହିତଙ୍କ ମନ୍ତ୍ରପାଠରେ ପରିସରଟି କମ୍ପୁଥିଲା। ପ୍ରଥମେ ବିଧାୟକ ଜଗନ୍ନାଥ ସାରକା ନଡିଆ ପିଟିଥିବା ପରେ ତୁହାକୁ ତୁହା ନଡିଆ ଭଙ୍ଗାଯାଇଥିଲା। ଫଳକ ଉପରେ ଥିବା କପଡାକୁ ଖୋଲାଯାଇଥିଲା। ସେଠାରୁ ୨୫ବର୍ଷ ତଳାର ଫଳକକୁ ହଟାଇ ରଙ୍ଗବେରଙ୍ଗ ଫଳକ ଦେଖିବାକୁ ମିଳିଥିଲା। ବିଭିନ୍ନ ସମୟରେ ମଞ୍ଚର ବିଜୁବାବୁଙ୍କ ସ୍ମୃତି ଚାରଣ କରୁଥିବା ପ୍ରଧ୍ୟାପକ ଦୁସ୍ମନ୍ତ ମାହାନ୍ତି, ବୁଦ୍ଧିଯିବୀ ତଥା ବରିଷ୍ଟ ନାଗରୀକ ଗୋପିନାଥ ସାହୁ, ି ଭଳି ଜ୍ଞାନୀ ଗୁଣି ଉପସ୍ତିତ ଥିଲେ। ତଥାପି କେହି ସ୍ୱର ଉଠାଇଲେ ନାହିଁ। ଯାହାକି ଜିଲାରେ ପୁଜ୍ୟଙ୍କୁ ଅସମ୍ମାନ ଦେବାସହ ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବାକୁ ଅହରନିଶି ଉଦ୍ୟମ କରୁଥିବା ବିଜେଡି ଦଳପାଇଁ ମଧ୍ୟ ଚିନ୍ତାର ବିଷୟ ବୋଲି ଚର୍ଚ୍ଚାର ବିଷୟ ହୋଇଯାଇଛି। ତେବେ ଏଭଳି ଅଭାବନୀୟ ଘଟଣା ସର୍ମ୍ପର୍କରେ ବିଧାୟକ ଜଗନ୍ନାଥ ସାରକାଙ୍କୁ ପଚାରିବାରେ ଘଟଣାଟି ମୋ ନଜରରେ ନାହିଁ। ରାୟଗଡା ଜିଲାର ଜନ୍ମସ୍ଥଳୀ ସହ ଏଭଳି କରିବା ଅତ୍ୟନ୍ତ ଖରାପ କଥା। ଏହାର ପ୍ରତିକାର ସ୍ୱରୁପ କଣ କରାଯାଇପାରିବ ତାହା ଆଲୋଚନା କରି ସମାଧାନ କରାଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *