୧ ବର୍ଷରୁ ଉର୍ଦ୍ଧ୍ୱ ବିତିଲା ଜଳ ଟୋପେ ମିଲୁ ନାହିଁ ବଜାରବାସୀଙ୍କୁ ଦୀପ ତଳ ଅନ୍ଧାରରେ ପାନୀୟଜଳଯୋଜନା

ଖଇରା/ବାଲେଶ୍ୱର, ୧୧/୨/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା )-ସରକାର ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାପାଇଁ ଗାଁ ଠାରୁ ସହର ଓ ଘରକୁଘର ପାନୀୟ ଜଳ ଯୋଗାଇବା ପାଇଁ ବଦ୍ଧପରିକର ଥିବାର ପ୍ରକାଶ କରୁଥିବାବେଳେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତର ଖଇରା ବଜାରରେ ୧ ବର୍ଷରୁ ଉର୍ଦ୍ଧ୍ୱ ହେବ ପାନୀୟଜଳ ପାଇବାରୁ ବଞ୍ଚିତହେବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଖଇରା ବଜାରକୁ ଆଜକୁ ୧୦ ବର୍ଷ ହେବା ପାଇପ୍ ପାଣି ଯୋଗାଇବା ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପଟି ଆରମ୍ଭ ହେଲା ପରେ ବଜାରରେ ଥିବା ୪ ଶହରୁ ଉର୍ଦ୍ଧ ଉଠା ଦୋକାନୀଙ୍କ ସମେତ ବ୍ଲକମୁଖ୍ୟାଳୟକୁ ଆସୁଥିବା ଜନସାଧାରଣ ପାଣି ଟୋପେ ପାଇଁ ନିର୍ଭର କୁଥିଲେ। ଏଥି ସହିତ ଖଇରାବଜାର, ବିଷୁନପୁର, ଆଳଦା(ବାଲିସାହି, କୁମ୍ଭାରସାହି), ତୋରାଣି ପଦା ଛକ, ଜିଆଣିପଦା ଅଂଚଳବାସୀ ମାନେ ନିର୍ଭର କରୁଥିଲେ। ସୋର-କୁପାରୀ ରାସ୍ତାଟି ରାଜ୍ୟରାଜପଥର ମାନ୍ୟତା ଲାଭପରେ ଠିକାଦାର ସଂସ୍ଥାଦ୍ୱାରା୨୦୧୬ରେ ରାସ୍ତାକାର୍ଯ୍ୟ ଆରମ୍ଭବେଳେ ମେସିନ୍ ସାହାଯ୍ୟରେ କାର୍ଯ୍ୟ ହେଉଥିବାବେଳେ ପିଭିସି ପାଇପ୍ ଫାଟି ନଷ୍ଟ ହୋଇଯାଇଥିଲା। ଯାହା ଫଳରେକି ପାଇପ୍ ଗୁଡିକ ମରାମତି ହୋଇ ନ ପାରି ଜଳଯୋଗାଣ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା। ପାଇପ୍ ଜଳଉପରେ ନିର୍ଭରଶିଳ ଜନସାଧାରଣମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇ ପ୍ରସାଶନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଯାହାଫଳରେକି ଆଜି ପର୍ଯ୍ୟନ୍ତ

ପାନୀୟଜଳ ପାଇବାରୁ ବଂଚିତ ହୋଇଛନ୍ତି ଅଂଚଳବାସୀ। ଉଠା ଦୋକାନୀଙ୍କ ସମେତ ଦୂରଦୂରାନ୍ତରୁ ଆସୁଥିବା ଜନସାଧାରଣ ପାନୀୟ ଜଳପିଇବାପାଇଁ ହଇରାଣ ହରକତ ହେଉଛନ୍ତି। ଆଗକୁ ଖରାଦିନ ଆସୁଥିବାବେଳେ ଏହା ଆହୁରି ପାଣି ଠୋପେପାଇଁ ସମସ୍ୟା ସୃଷ୍ଟି କରିବ। ଏହି ବ୍ଲକକୁ ପାନୀୟ ଜଳପ୍ରକଳ୍ପ ବାବଦରେ ଲକ୍ଷଲକ୍ଷ ଟଙ୍କା ଆସି ଖର୍ଚ୍ଚ ହେଉଥିବାବେଳେ ବ୍ଲକ ମୁଖ୍ୟାଳୟରେ ଥିବା ପାନୀୟଜଳ ପ୍ରକଳ୍ପ ଦୀର୍ଘଦିନଧରି ଅଚଳହୋଇପଡିବା ପ୍ରସାଶନ ଓ ରାଜନୈତିକ ନେତାଙ୍କ କାର୍ଯ୍ୟଦକ୍ଷତା ଦୀପତଳ ଅନ୍ଧାର ବୋଲି ଚର୍ଚ୍ଚା ହେଉଛି। ଏ ବିଷୟରେ ପାନୀୟ ଯୋଗାଣର ଏସଡିଓ ରୌପ୍ୟରଞ୍ଜନ ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ ପିଭିସ୍ ପାଇପ୍ ନଷ୍ଟ ହୋଇଯାଇଥିବାରୁ ନୂତନ ଏଷ୍ଟିମେଣ୍ଟକରାଯାଇ ଲୁହା ପାଇପ୍ ବିଛାଯିବାର ପ୍ରକ୍ରିୟା ଆରମ୍ଭ ହୋଇଥିବାର ପ୍ରକାଶ କରିବା ସହିତ ପାଣି ଟାଙ୍କି ଦ୍ୱାରା ଜଳେଯାଗାଣ ସମ୍ଭବପର ନୁହଁ ବୋଲି ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *