ଜଗତସିଂହପୁର

୧ ଡେଙ୍ଗୁରୋଗୀ ଚିହ୍ନଟ

ତିର୍ତ୍ତୋଲ୨୫/୦୮(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଅରଡଙ୍ଗ ଗ୍ରାମରେ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛି। ଏହି ଗ୍ରାମର ପରିବେଶ ଅପରିଚ୍ଛନ୍ନତା ନେଇ ସ୍ଥାନୀୟ ଅଞ୍ଚଳବସୀଙ୍କ ତରଫରୁ ଅଭିଯୋଗ ହୋଇଆସୁଥିବା ବେଳେ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନଭାବ ଯୋଗୁଁ ଡେଙ୍ଗୁରୋଗ ବ୍ୟାପିବା ଆରମ୍ଭ ହୋଇଛି। ଏହି ଗ୍ରାମର ରାମ ଚନ୍ଦ୍ର ଜେନାଙ୍କ ପୁଅ ସର୍ବେଶ୍ୱର (ଉତ୍ତମ) ୪୦ଙ୍କୁ ଡେଙ୍ଗୁ ହୋଇଥିବା କାରଣରୁ ସେ କଟକ ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏବେ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି। ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ଅରଡଙ୍ଗ ଗ୍ରାମକୁ ଏକ ଦଳ ପହଞ୍ଚି ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ଡେଙ୍ଗୁ ନହେବାପାଇଁ ପ୍ରତିସେଧକ ବ୍ୟବସ୍ଥା କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top