ad
ଓଡ଼ିଶା

୧୯ ବର୍ଷର ବିଫଳତା ପଦାରେ ପଡିବା ପରେ ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି:ବିଜେପି

ବିଜେଡିର କେନ୍ଦ୍ର ସରକାରଙ୍କ ଉପରେ ମିଥ୍ୟା ଆରୋପ ପ୍ରସଙ୍ଗରେ

– ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ରାଜ୍ୟ ସରକାରଙ୍କର ୧୦୦ ଟଙ୍କା ବୋନସ୍ କୁଆଡେ ଗଲା ?
– ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କଳାପାହାଡମାନଙ୍କ ଚକ୍ରାନ୍ତ ଓ ବିଜେଡି ମନ୍ତ୍ରୀ ଓ ନେତାଙ୍କ ଖଳନାୟକ ଭୂମିକା ଯୋଗୁଁ କୋଷ୍ଟାଲ ହାଇେଓ ଆଜି ବିଳମ୍ବିତ
– ଉଜ୍ଜଳାରେ ରାଜ୍ୟରେ ୩୭ ଲକ୍ଷ ହିତାଧିକାରୀ ପାଇଛନ୍ତି ମାଗଣା ଗ୍ୟାସ ଓ ଏହାର ୭୩ ପ୍ରତିଶତ ରିଫିଲ ନେଇଛନ୍ତି

ଭୁବନେଶ୍ୱର, ତା.୧୦/୦୨ (ଓଡ଼ିଆ ପୁଅ) : ୧୯ ବର୍ଷର ବିଜେଡିର ବିଫଳତାକୁ ନେଇ ବିଜେପି ସାରା ରାଜ୍ୟରେ ଜନ ବିରୋଧକୁ ନେଇ ରାଜନୈତିକ ଆନ୍ଦୋଳନରେ ପରିଣତ କରିବା କାରଣରୁ ବିଜେଡି ଏବେ ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି ବିଜେଡି ଅଭିଯୋଗର ଉତର ରଖି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମାମଲାରେ ସମାଲୋଚନା କରିବା ବଦଳରେ ଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ରାଜ୍ୟ ସରକାରଙ୍କର ୧୦୦ ଟଙ୍କା ବୋନସ୍ କୁଆଡେ ଗଲା ପ୍ରଥମେ ବିଜେଡି ମୁଖପାତ୍ରମାନେ ଜବାବ୍ ଦିଅନ୍ତୁ। କେନ୍ଦ୍ର ସରକାର ଦେଉଥିବା ୧୭୫୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ କାହିଁକି ଚାଷୀଙ୍କୁ ମିଳୁନାହିଁ ତାହାର ଜବାବ ଦିଅନ୍ତୁ ବୋଲି କହିଛନ୍ତି ଶ୍ରୀ ମହାପାତ୍ର।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କଳା ପାହାଡମାନଙ୍କୁ ଚକ୍ରାନ୍ତ ଓ ଜିଲ୍ଲାର ବିଜେଡି ମନ୍ତ୍ରୀ ଓ ନେତା ମହେଶ୍ୱର ମହାନ୍ତି ଓ ସଂଜୟ ଦାସବର୍ମାଙ୍କ ଖଳନାୟକ ଭୂମିକା ଯୋଗୁଁ କୋଷ୍ଟାଲ ହାଇେଓ ଆଜି ବିଳମ୍ବିତ ହୋଇଛି। ଖୁବ ଶୀଘ୍ର ଆମ ଦଳ ତରଫରୁ ଦସ୍ତାବିଜ୍ ଓ ପ୍ରମାଣ ସହ ଏହାର ପର୍ଦାଫାଶ କରାଯିବ ବୋଲି ଗୋଲକ କହିଛନ୍ତି।

ଉଜ୍ଜଳା ମାମଲାରେ ବିଜେଡିକୁ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଡର ଘାରିଛି। ୩୭ ଲକ୍ଷ ହିତାଧିକାରୀ ଉଜ୍ଜଳାରେ ଓ ଏହାର ୭୩ ପ୍ରତିଶତ ରିଫିଲ ନେଇଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top