ତିର୍ତ୍ତୋଲ୦୭/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୯୭୩ ମସିହା ମାଟ୍ରିକ୍ ବ୍ୟାଚର ମନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଜୟ କୁମାର ମହାନ୍ତି, ବିଭୂତି ଭୂଷଣ ସାହୁ, ଗୋପବନ୍ଧୁ ରାଉତ, ସୁରେନ୍ଦ୍ର ବୈଶାଖ, ମାଗୁଣି ଚରଣ ବିଶ୍ୱାଳ, ଶୁଭ କୁମାର ବରାଳ, ଦିଲ୍ଲୀପ କୁମାର ମହାପାତ୍ର, ରଘୁନାଥ ଦାସ, ସୁରେନ୍ଦ୍ର ନାଥ ମହାନ୍ତି, କୁଳମଣି ରାଉତ, ନିରଞ୍ଜନ ମହାନ୍ତି, ନିତ୍ୟାନନ୍ଦ ସିଂ, ଅଖିଳ ମହାନ୍ତି, ରବିନ୍ଦ୍ର ନାଥ ସାହୁ, ଶୁସାନ୍ତ କୁମାର ସାହୁ, ଶୁସାନ୍ତ କୁମାର ଦାସ, ପ୍ରଦୀପ କୁମାର ଦାସ, ସୁବାଷ ସାମଲ, ମାନଗୋବିନ୍ଦ ଦାସ, ନାରାୟଣ ଦାସ ପ୍ରମୁଖ ୩୦ରୁ ଉର୍ଦ୍ଧ ୧୯୭୩ ମସିହା ମାଟ୍ରିକ୍ ବ୍ୟାଚର ଛାତ୍ର ଯୋଗଦେଇ ଜୀବନ ବ୍ୟାପି ପ୍ରତ୍ୟେକ ବର୍ଷ ଜାନୁଆରୀ ମାସରେ ବନ୍ଧୁ ମିଳନ ଉତ୍ସବ କରିବାପାଇଁ ନିଷ୍ପତି ନେଇଥିଲେ। ଏହା ଭିତରେ ମୃତ୍ୟୁବରଣ କରିଥିବା ୧୯୭୩ ମସିହାର ଛାତ୍ରବନ୍ଧୁ ଓ ଶିକ୍ଷକ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ତତ୍କାଳୀନ ଶିକ୍ଷକ ପଞ୍ଚାନନ ଦାସଙ୍କୁ ଏହି ବନ୍ଧୁମିଳନ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା।
