ad
ଜିଲ୍ଲା ପରିକ୍ରମା

୧୯୭୨ ବ୍ୟାଚର ବନ୍ଧୁ ମିଳନ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଗେଲଟୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୭୨ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ସ୍ଥାନୀୟ ଏକ ସମ୍ଭା୍ରନ୍ତ ହେଟେଲରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବ୍ୟାଚରେ ଅଧ୍ୟୟନରତ ରାଧାରାଣୀ ପଟ୍ଟନାୟକ, ପବିତ୍ର ଦାସ, ମାଧବାନନ୍ଦ ମହାନ୍ତି, ଭରତ ଚନ୍ଦ୍ର ଉପାଧ୍ୟାୟ, ପୁରୁଷୋତ୍ତମ ଉପାଧ୍ୟାୟ, ଜୟକୃଷ୍ଣ ସେନାପତିଙ୍କ ଉଦ୍ୟମକ୍ରମେ ଏହି ଉତ୍ସବର ଆୟୋଜନ କରାଯାଇଥିଲା। ଆଲୋଚନା ସମୟରେ ଉପସ୍ଥିତ ସମସ୍ତ ପୁରାତନ ଛାତ୍ରଛାତ୍ରୀ ନିଜର ୭୦ଦଶକର ଅନୁଭୂତିକୁ ପରସ୍ପର ମଧ୍ୟରେ ବାଣ୍ଟିଥିଲେ। ତେବେ ଶିକ୍ଷା ଜୀବନ ଆରମ୍ଭ କରି ଦୁନିଆର ଆଲୋକ ଦେଖିଥବା ନିଜର ପ୍ରଥମ ଶିକ୍ଷାନୁଷ୍ଠାନ ଗେଲଟୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତ ଉପସ୍ଥିତ ଛାତ୍ରଛାତ୍ରୀ ମତପୋଷଣ କରିଥିଲେ। ସେହିପରି ଉକ୍ତ ବିଦ୍ୟାଳୟରେ ପଢ଼ୁଥିବା ଗରୀବ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥୀକ ପ୍ରୋତ୍ସାହନ ଦେଇ ସେମାନଙ୍କୁ ଉତ୍ସାହିତ କରିବାକୁ ମତପ୍ରକାଶ ପାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପାରାଣୀ ମହାନ୍ତି, ଶ୍ରୀମନ୍ତ ମହାନ୍ତି, ନିବେଦିତା ମହାନ୍ତି, ନନ୍ଦିତା ମହାନ୍ତି, ଉପେନ୍ଦ୍ର ସାହୁ, ଉବିରାଣୀ ପଣ୍ଡା, ନାରଣ ଦିକ୍ଷୀତ, ଜୟଦେବ ବେହେରା, ଗଜେନ୍ଦ୍ର ଦାସ, ଗଜେନ୍ଦ୍ର ସାହୁ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top