୧୯୬୨ ମସିହାରେ ସ୍ଥାପିତ ଅଳକା କୋଅପରେଟିଭ ସୋସାଇଟି ଆଜିର ଅଳକା କରପଟେଡ୍ ସୋସାଇଟି

ଭୁବନେଶ୍ୱର ୮-୧୨ (ଓଡ଼ିଆ ପୁଅ) ଯୁବ କଂଗେସ ଆଇନ୍ ବିଭାଗ ତରଫରୁ ଆଇନଜୀବୀ ଶ୍ରୀ ଦେବାଶିଷ ମହାପାତ୍ରଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀରେ ଅଳକା, କୋଅପରେଟିଭ ସୋସାଇଟିରେ ଚାଲିଥିବା ଆଇନ୍ ବିରୁଦ୍ଧ ବିଷୟ ଉପରେ ଆଲୋକପାତ କରାଇ ଦର୍ଶାଇଛନ୍ତିଯେ, ୧୯୬୨ ମସିହାରେ ଗଠନ ହୋଇଥିଲା ସଂସ୍ଥା ଅଳକା। ଭୁବନେଶ୍ୱର ପାଇକାରୀ ସମବାୟ ଭଣ୍ଡାର ଲିମିଟେଡ୍ ଅଳକା ସାଧାରଣ ପ୍ରଶାସନ ବିଭାଗ (ଜି.ଏ.) ଠାରୁ ଭଡ଼ାରେ ଘର ଆଣିଛି। ଉଦ୍ଦେଶ୍ୟ ଥିଲା ଅଳକା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ସସ୍ତାରେ ବିକିବ। ତେବେ ବାସ୍ତବତା କିନ୍ତୁ ପୂରା ଅଲଗା। ସରକାରୀ ନିୟମ ଅନୁସାରେ ଅଳକା ଏହି ସମ୍ପତ୍ତିକୁ କାହାରିକୁ ସବ୍ ରେଣ୍ଟ ରେ ଦେଇପାରିବ ନାହିଁ। କିନ୍ତୁ ଅଳକା, କୋଅପରେଟିଭ୍ ସୋସାଇଟି ସରକାରୀ ନିୟମକୁ ଉଲଙ୍ଘନ କରି ଦିନ ଦ୍ଵିପ୍ରହରରେ ସରକାରଙ୍କ ଆଖିରେ ଆଙ୍ଗୁଳି ଗୁଞ୍ଜି ଚାଲିଛି ବେଆଇନ୍ କାରବାର।ଅଳକା ୯୦ ଭାଗ ଘର ଭଡ଼ାରେ ଲଗାଇଦେଇ ୧୦ ଭାଗ ସାଧାରଣ ଲୋକଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବିକ୍ରି ହେଉଛି। ଘର ଏବେ ଅଳକା ହାତରୁ ଆଉ ଜଣଙ୍କ ହାତକୁ ଓ ପରେ ତୃତୀୟ ଜଣଙ୍କ ହାତକୁ ଚାଲି ଗଲାଣି। ପ୍ରଥମ ଭଡ଼ାଟିଆ ଅଳକାଠାରୁ ଭଡ଼ାରେ ନେଇ ଦ୍ୱିତୀୟ ଭଡ଼ାଟିଆଙ୍କୁ ତା’ର ୧୦ ଗୁଣ ଅଧିକ ଭଡ଼ାରେ ଲଗାଇଛନ୍ତି। ଲାଭ ତିନି ହାତରେ ଲାଗୁଛି। କାଗଜ ପତ୍ରରେ ତିନିଜଣଙ୍କୁ (ସବ ରେଣ୍ଟ) ଭଡ଼ାରେ ଲଗାଯାଇଥବା ଦର୍ଶାଯାଇଛି। ହେଲେ ସତ ହେଉଛି ଫର୍ମରେ ନାମ ବଦଳାଇ ଘରଭଡ଼ା ଦିଆଯାଇଥଲେ ହେଁ ଲୋକ କିନ୍ତୁ ଜଣେ। ଏଠାରେ ଭଡ଼ାଟିଆକୁ କମିଶନ ଏଜେଣ୍ଟ ସଜାଇ ଦିଆଯାଇଛି। ରଙ୍ଗୋଲି, ଡି.ପି. ପରିଜା ଓ ଆନି ସର୍ମିଳା ପରିଜାଙ୍କୁ ଘର ଦେଇଛି, ଅଳକା। ବାସ୍ତବରେ ଏହି ତିନି ସଂସ୍ଥାର ମାଲିକ ହେଉଛନ୍ତି ଜଣେ ସେ ହେଉଛନ୍ତି ଡି. ପି. ପରିଜା। ଶ୍ରୀ ପରିଜା ଅଳକାର ଘରକୁ ଭଡ଼ାରେ ନେଇ ସିଟି ଷ୍ଟାଇଲକୁ ଅଧିକ ଭଡ଼ାରେ ପୁନର୍ବାର ଲଗାଇଛନ୍ତି। ଏହାର ସତ୍ୟା ସତ୍ୟ ଜାଣିବା ନିମନ୍ତେ ଆର.ଟି.ଆଇ. ଆକ୍ଟରେ ତା ୦୧.୦୮.୨o୧୭ରିଖରେ ଛଣଘର ସେବା ସମବାୟ ସମିତିର ସଭାପତି ଶ୍ରୀ ବସନ୍ତ କୁମାର ସ୍ଵାଇଁ ଅଳକା, କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଥିଲେ। ଅଳକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଏହାର କୌଣସି ଉତ୍ତର ନ ଦେଇ ବେପରୁଆ ମନୋଭାବ ଦେଖାଇଲେ। କେବଳ ଏହି ଗୋଟିଏ ବିଲ୍ଡିଂ ନୁହେଁ ମାର୍କେଟ ବିଲ୍ଡିଂର ଠିକ ପଛପଟେ ଅଳକାର ୪ ମହଲା ବିଲ୍ଡିଂ ରହିଛି। ତାକୁ ଶାଗ ମାଛ ଦରରେ ଭଡ଼ାରେ ଲଗାଯାଇଛି। ଏକଥା ନୁହେଁ ଯେ ଭଡ଼ା ନେଇଥିବା ସଂସ୍ଥା କମ୍ କଡ଼ା ଦେଉଛି। ସଂସ୍ଥା ବଜାର ଦର ଅନୁସାରେ ଭଡ଼ା ଦେଉଛି ହେଲେ କାଗଜପତ୍ରରେ ୧୦ ଭାଗରୁ ଭାଗେ ମଧ୍ୟ ଦର୍ଶାଯାଉନାହିଁ। ଅଳକାର କାରସାଦି ଏଇଠି ଶେଷ ହୋଇନାହିଁ। ଖଣ୍ଡଗିରି ଠାରେ ଧର୍ମ ବିହାରରେ ଥିବା ଘର ମଧ୍ୟ ସମାନ ଶାଗ ମାଛ ଦରରେ ଭଡ଼ା ଲାଗିଛି। ଏଠି ମଧ୍ୟ ଭଡ଼ା ନେଇଥିବା ବ୍ୟକ୍ତି ହଷ୍ଟେଲ କରି ବେଡ଼ ରେଣ୍ଟ (ଭଡ଼ା)ରେ ଲଗାଇଛନ୍ତି।

ଏଥିରେ ସଂପୃକ୍ତ ସମବାୟ ସଂସ୍ଥାର ରାଜନୈତିକ ତଥା ଉଚ୍ଚପଦସ୍ତ ଅଧିକାରୀ – ସଭାପତି, ମୁଖ୍ୟ କାର୍ଯ୍ୟନିର୍ବାହୀ, ବ୍ୟବସାୟିକ ପରିଚାଳକ ଓ ଅଳକା ଠାରୁ ନେଇଥିବା ଘରଭଡ଼ା ଡ଼ି.ପି. ପରିଜାଙ୍କ ବିରୁଦ୍ଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବା ନିମନ୍ତେ ଯୁବ କଂଗେସ ଆଇନ୍ ବିଭାଗ ତରଫରୁ ଆଇନଜୀବୀ ଶ୍ରୀ ଦେବାଶିଷ ମହାପାତ୍ର (ଅଧକ୍ଷ, ଆଇନ ବିଭାଗ), ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରୁଅଛନ୍ତି ଯେ ଆସନ୍ତା ୩୦ ଦିନ ମଧ୍ୟରେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଉ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଆଇନ ବିଭାଗର ଆଇନଜୀବୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *