ଖେଳ

୧୯ତମ ହୃଦାନନ୍ଦ ମଲ୍ଳିକ ସ୍ମାରକୀ କ୍ରିକେଟ ଟାଟା ନବଜୀବନ କ୍ଲବ ଓ କସ୍ମୋ କ୍ଳବ ଝାଡଖଣ୍ଡ ବିଜୟୀ

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ନେହେରୁ ଷ୍ଟାଡିୟମରେ ଚାଲିଥିବା ୧୯ତମ ସର୍ବଭାରତୀୟ ହୃଦାନନ୍ଦ ମଲ୍ଲିକ ସ୍ମାରକୀ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗତକାଲି ୨ଟି ମ୍ୟାଚ ଖେଳା ଯାଇଥିଲା। ପ୍ରଥମ ମ୍ୟାଚଟି ଟାଟା ନବଜୀବନ କ୍ଳବ ଓ ଫାଉଣ୍ଡେସନ ଏକାଡେମୀ ବିଳାସପୁର ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚରେ ଟାଟା ଦଳ ବିଜୟୀ ହୋଇଛି। ଟସ୍ ଜିତି ଟାଟା ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ସାଗର ରାଉତଙ୍କ ୧୦୩ରନ ଓ ସନୋଜ ମୋମାନନ୍ଦଙ୍କ ଅପରାଜିତ ୪୪ରନ ବଳରେ ୨୦ ଓଭରରେ ୭ ଉଇକେଟରେ ୨୦୭ ରନ କରିଥିଲା। ବିଳାସପୁର ପକ୍ଷରୁଏସ୍. ଦାସ ଓ ଶୁଭମ ସିଂ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ଦ୍ୱିତୀୟାର୍ଦ୍ଧ ବ୍ୟାଟିଂରେ ବିଳାସପୁର ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୧୬୬ ରନ କରି ୪୧ ରନରେ ମ୍ୟାଚ ହାରି ଯାଇଥିଲା। ଦଳ ପକ୍ଷରୁ ବିଶେଷ ଦୁବେ ୩୨ ରନ କରିଥିଲେ। ଟାଟା ପକ୍ଷରୁ ପ୍ରଦିପ ଦାସ ୪ଟି ଓ ସଞ୍ଜୟ ଖୁଣ୍ଟିଆ ୨ଟି ଉଇକେଟ ନେଇଥିଲେ। ସାଗର ରାଉତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା। ଦ୍ୱିତୀୟ ମ୍ୟାଚ କସ୍ମୋ କ୍ଲବ ଝାଡଖଣ୍ଡ ଓ ସାଇନ୍ କ୍ରିକେଟ ଏକାଡେମୀ ବନାରସ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚକୁ କସ୍ମୋ କ୍ଳବ ୩୮ରନ ଜିତିଥିଲା। ବନାରସ ଦଳ ଟସ ଜିତି କସ୍ମୋ କ୍ଲବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। କସ୍ମୋ ଦଳ ୨୦ ଓଭରରେ ୭ ଉଇକେଟ ହରାଇ ୧୬୬ ରନ କରିଥିଲା। ଦଳପକ୍ଷରୁ ଆଶିଷ କୁମାର ୬୨ ଓ ପ୍ରେମ ଗୁପ୍ତା ୪୯ ରନ କରିଥିଲେ। ବନାରସ ପକ୍ଷରୁ ଅରୁଣ ମୌର୍ଯ୍ୟ ୩ଟି ଉଇକେଟ ନେଇଥିଲେ। ପରେ ବ୍ୟାଟିଂ କରିଥିବା ବନାରସ ଦଳ ୧୮ ଓଭରରେ ୧୨୮ ରନ କରି ଅଲ୍ ଆଉଟ ହୋଇ ଯାଇଥିଲେ। ଦଳ ପକ୍ଷରୁ ସୁଧାଂଶୁ ତିୱାରି ୨୭ ଓ ଅନିଲ ସରୋଜ ୨୫ ରନ କରିଥିଲେ। କସ୍ମୋ ପକ୍ଷରୁ କୁଶ ଝା ଓ ବିକାଶ ପଟେଲ ୪ଟି ଲେଖାଏଁ ଉେକେଟ ନେଇଥିଲେ। ବିକାଶଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top