୧୯ତମ ହୃଦାନନ୍ଦ ମଲ୍ଲିକ ସ୍ମାରକୀ ସର୍ବଭାରତୀୟ କ୍ରିକେଟ ରାଇଜିଂ ଷ୍ଟୁଡେଣ୍ଟ ଚାମ୍ପିୟନ

ଭଦ୍ରକ, ୧୫ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ନେହେରୁ ଷ୍ଟାଡିୟମରେ ସୂର୍ଯ୍ୟଶିଖା କ୍ଳବ ଆନୁକୁଲ୍ୟରେ ସଂଜିବ ହିରୋ ଓ ସଂଜିବ ଜୁଏଲର୍ସ ପ୍ରାୟୋଜିତ ୧୯ତମ ସର୍ବଭାରତୀୟ ଦିବାରାତ୍ର ହୃଦାନନ୍ଦ ମଲ୍ଲିକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ କଟକର ରାଇଜିଂ ଷ୍ଟୁଡେଣ୍ଟ ନବଜୀବନ ଟାଟାକୁ ୯ ଉଇକେଟରେ ହରାଇ ଚଳିତ ବର୍ଷ ପାଇଁ ଚାମ୍ପିୟନ ହୋଇଛି । ଗତକାଲି ସନ୍ଧ୍ୟାରେ ଏକ ରଙ୍ଗାରଙ୍ଗ ଆତସବାଜି ଉତ୍ସବ ମାଧ୍ୟମରେ ଉଦ୍ୟାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବକୁ ସଂଜିବ ହିରୋର ମୁଖ୍ୟ ପରିଚାଳକ ତଥା ସ୍ୱର୍ଗତ ହୃଦାନନ୍ଦ ମଲ୍ଲିକଙ୍କ ସୁପୁତ୍ର ସଂଜିବ ମଲ୍ଳିକ ଏହାକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିରୋ ମୋଟୋକର୍ପର ସିନିିୟର ଏରିଆ ମ୍ୟାନେଜର ଅଭିଜିତ ଗତାନୀ, ଟେରିଟୋରିଆ ସେଲ୍ସ ମ୍ୟାନେଜର ସୂରଜ ସୁମନ ଓ ମିସ୍ ସୋମା, ରୋଟାରିଆନ ଶିଶିର ମିଶ୍ର, ଲାୟନ ପ୍ରକାଶ ଜେନା ପ୍ରମୁଖ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ନବଜୀନ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୱାଲ୍ଟର ଟପ୍ପୋଙ୍କ ୮୨ ଓ ସଞ୍ଜୟ ଦାସଙ୍କ ୬୫ ରନ ବଳରେ ୨୦ ଓଭରରେ ୯ ଉଇକେଟ ହରାଇ ୧୯୧ରନ କରିଥିଲା । ରାଇଜିଂ ଷ୍ଟୁଡେଣ୍ଟ ପକ୍ଷରୁ ତାରାକାନ୍ତ ସାମଲ ଓ ଜାମେଲା ବି. ମହାପାତ୍ର ୩ଟି ଲେଖାଏଁ ଉଇକେଟ ନେଇଥିବା ବେଳେ ସିଦ୍ଧାର୍ଥ ସିନ୍ହା ୨ଟି ଓ ବିପ୍ଳବ ସାମନ୍ତରାୟ ଗୋଟିଏ ଉଇକେଟ ନେଇଥିଲେ । ୧୯୨ ରନ ପିଛା କରି ରାଇଜିଂ ଷ୍ଟୁଡେଣ୍ଟ ଦଳ ମାତ୍ର ଗୋଟିଏ ଉଇକେଟ ହରାଇ ୧୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଆଇପିଏଲ ଖେଳାଳି ବିପ୍ଳବ ମହାନ୍ତି ଇନିଙ୍ଗ୍ସ ଓପନ କରି ଧୂଆଁଦାର ବ୍ୟାଟିଂ ମାଧ୍ୟମରେ ୧୦ଟି ଚଉକା ଓ ୧୫ଟି ଛକା ବଳରେ ଶତକୀୟ ଇନିଙ୍ଗ୍ସରେ ୧୩୯ରନ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଜୟ ମହାନ୍ତି ୨୯ରନ କରି ଆଉଟ ହୋଇଥିବା ବେଳେ ଶୁଭ୍ରାଂଶୁ ସେନାପତି ୨୦ରନରେ ଅପରାଜିତ ରହି ମ୍ୟାଚ ଜିତାଇଥିଲେ । ନବଜୀବନ ଟାଟା ପକ୍ଷରୁ ସଞ୍ଜୟ ଦାସ ଏକମାତ୍ର ଉଇକେଟଟି ନେଇଥିଲେ । ଫାଇନାଲ ଅଫ୍ ଦି ମ୍ୟାଚ ପୁରସ୍କାର ବିପ୍ଳବ ମହାନ୍ତିଙ୍କୁ ପ୍ରଦାନ କରାଯାଇଥିବା ବେଳେ ସାଗର ରାଉତଙ୍କୁ ବେଷ୍ଟ ବ୍ୟାଟ୍ସମ୍ୟାନ, ରାଇଜିଂ ଷ୍ଟୁଡେଣ୍ଟର ସିଦ୍ଧାର୍ଥ ସିନ୍ହା ବେଷ୍ଟ ବୋଲର ଓ ଭଦ୍ରକ ଇଲେଭେନ୍ର ଅମିତ ରାଉତଙ୍କୁ ବେଷ୍ଟ ଫିଲ୍ଡର ପୁରସ୍କାର ପ୍ରଦାନ କରାଯାଇଥିଲା । ଭଦ୍ରକ ମାକ୍ରୋୱେବ କମ୍ପୁ୍ୟଟର ପକ୍ଷରୁ ମନୋଜ ରାୟ ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ମ୍ୟାଚରେ ଖେଳାଳିଙ୍କୁ ମୃଦୁ ପାନୀୟ ଯୋଗାଇଥିଲେ । ପୁରସ୍କାର ବିତରଣ ଉତ୍ସବକୁ  ସୂର୍ଯ୍ୟଶିକ୍ଷା କ୍ଳବର କ୍ରୀଡା ସଂପାଦକ ବଳରାମ ଦାସ ଓ ଶୁଭ୍ରକାଶ ନାୟକ ପରିଚାଳନା କରିଥିଲେ । ଶୁଭ୍ରାଂଶୁ ଭୂଷଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅମ୍ପାୟାର ଭାବେ ଲଲାଟ କେଶରୀ ନନ୍ଦ ଓ ରଞ୍ଜନ ମହାନ୍ତ ମ୍ୟାଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *