୧୮ ଶହ କଳାକାର ଭତ୍ତା ପାଇଁ ଆବେଦନ

ଯାଜପୁର-୧୭/୭(ଓଡିଆ ପୁଅ/ଏ.ରାଉତ) ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା ଅନୁଯାୟୀ ରାଜ୍ୟ ସରକାର ସାରା ରାଜ୍ୟରେ ସଙ୍ଗୀତ, ନୃତ୍ୟ, ନାଟକ, ପାଲା, ଦାସକାଠିଆ, କେନ୍ଦରା ଗୀତ, ବାଦ୍ୟ, ସଂକୀର୍ତ୍ତନ ପ୍ରଭୃତି କଳାକାରମାନଙ୍କୁ ଭତ୍ତା ଯୋଗାଇ ଦେବାପାଇଁ ଦରଖାସ୍ତ ଆହ୍ୱାନ କରୁଛନ୍ତି। ତଦନୁଯାୟୀ ଯାଜପୁର ଜିଲାର କଳାକାରମାନଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ସେହି ଅନୁଯାୟୀ ଯାଜପୁର ଜିଲାର ବଡ଼ଚଣା, ଧର୍ମଶାଳା, ରସୁଲପୁର, କୋରେଇ, ଦାନଗଦୀ, ସୁକିନ୍ଦା, ବିଞ୍ଝାରପୁର, ବରୀ, ଯାଜପୁର ବ୍ଲକ୍ ସମେତ ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳକୁ ୧୮ ଶହରୁ ଉର୍ଦ୍ଧ୍ୱ ଆବେଦନକାରୀ କଳାକାର ଭତ୍ତାପାଇଁ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ନିକଟରେ ଆବେଦନ କରୁଛନ୍ତି। ସୋମବାର ଦିନ ଆବେଦନର ଶେଷ ତାରିଖ ଥିବାରୁ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିବାପାଇଁ କଳାକାରମାନଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା। ରାଜ୍ୟ ସରକାରଙ୍କ ଏତାଦୃଶ ପଦକ୍ଷେପକୁ ଯାଜପୁର ଜିଲାର କଳାକାରମାନେ ସ୍ୱାଗତ କରିବା ସହ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଯାଜପୁର ଜିଲାକୁ ୧୫ ଶହ କଳାକାରଙ୍କୁ ଚିହ୍ନଟ କରାଯାଇ ଭତ୍ତା ପ୍ରଦାନ କରାଯିବାକୁ ରାଜ୍ୟ ସରକାରଙ୍କ ଯୋଜନା ଅଛି ବୋଲି ଜାଣିବାକୁ ମିଳିଛି।

Leave a Reply

Your email address will not be published. Required fields are marked *