୧୮ରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋରାପୁଟ ଗସ୍ତ

କୋରାପୁଟ ; ତା୧୭-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଆସନ୍ତା ୧୮ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କୋରାପୁଟ ଗସ୍ତ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।କୋରାପୁଟ ମେଡିକାଲରେ ନିର୍ମିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଯାଇ ଅଧ୍ୟକ୍ଷ , ପ୍ରଫେସର ତଥା ଛାତ୍ରଛତ୍ରୀମାନଙ୍କ ସହ କଲେଜର ସମସ୍୍ୟା ସଂପର୍କରେ ସମୀକ୍ଷା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତି ଆଜି ଅପାରହ୍ନରେ ମେଡିକାଲ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି ।
କୋରାପୁଟଠାରେ କଲେଜ ଖୋଲିଲା ଓ ଜିଲ୍ଲାବାସୀ ଉତମ ସ୍ୱାସ୍ଥ୍ୟସେବା ପାଇବେ ବୋଲି ଆଶା କରାଯାଉଥିଲା ।କିନ୍ତୁ ତାହା କେବଳ ଆଶାରେ ହିଁ ରହିଯାଇଛି ।ଏଠାରେ ସିଟିସ୍କାନ ମେସିନଟି ଖରାପ ହୋଇ ଅନେକଦିନ ହେଲା ପଡି ରହିଛି ।ମରାମତିର ନା କେହି ନେଉନାହାନ୍ତି ।ଏହା ଫଳରେ କୋରାପୁଟ ଆସୁଥିବା ଗୁରୁତର ରୋଗୀମାନଙ୍କୁ ପ୍ରଥମେ ଭର୍ତି କରାଯାଇ ଚିକିସôା କରାଯାଉଛି ପରବର୍ତି ସମୟରେ ସିଟିସ୍କାନ କରିବାକୁ କୁହାଯାଉଛି ଯେହେତୁ ଏଠାରେ ସିଟିସ୍କାନ ନାହିଁ ରୋଗୀମାନେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଯାଉଥିବା ଲକ୍ଷ୍ୟ କରାଯାଉଛି ।କୋରାପୁଟଠାରେ ଏକ ଅଲଟ୍ରାସାଉଣ୍ଡ ମେସିନ ରହୁଛି ତାହା ବେଳେ ବେଳେ ଖରାପ ହୋଇଯାଉଥିବାରୁ ରୋଗୀମାନେ ନାହିଁ ନ ଥିବାର ଅସୁବିଦାର ସମ୍ମୁଖିନ ହେଉଛନ୍ତି ।କୋରାପୁଟ ଡାକ୍ତରଖାନାରେ ଇସିଜି ଓ ରକ୍ତ ପରୀକ୍ଷା କରାଯାଉଥିବା ବେଳେ ରୋଗୀମାନେ ଡାକ୍ତରଖାନା ନିକଟରେ ଥିବା ବେସରକାରୀ କ୍ଲିନିକକୁ ଯାଇ ରକ୍ତ ଓ ଇସିଜିପରୀକ୍ଷା କରାଉଥିବା ଅଭିଯୋଗ ହେଉଛି ।ଡାକ୍ତରଖାନାରେ ମାଗଣାରେ ପରିକ୍ଷା କରାଯାଉଥିବା ବେଲେ କେଉଁ ଡାକ୍ତର ବେସରକାରୀ କ୍ଲିନିକକୁ ପଠାଯାଉଛନ୍ତି ତାହା ତଦନ୍ତ ସାପେକ୍ଷ ଅଟେ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି !ଏଠାରେ ନିଯୁକ୍ତ ବିଭିନ୍ନ ବିଭାଗର ପ୍ରଫେସରମାନେ ଅଧିକାଂଶ ସମୟ କୋରାପୁଟରେ ରହୁ ନ ଥିବା ଅଭିଯୋଗ ହେଉଛି ।ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କୋରାପୁଟ ଗସ୍ତରେ ଆସି ଡାକ୍ତରଖାନାରେ ରହିଥିବା ସମସ୍୍ୟାଗୁଡିକ ସମାଧାନ କରିବେ କି ! ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *