ଜିଲ୍ଲା ପରିକ୍ରମା

୧୭ ତାରିଖରୁ ୨୫ ତାରିଖ ଯାଏଁ ୭ ଦିନ ବ୍ୟାପି ନୟାଗଡରେ ସେବା ଉତ୍ସବର ଆୟୋଜନ

ନୟାଗଡ, ୦୮/୦୬ (ଓଡ଼ିଆ ପୁଅ) ; ସେବା ମଣିଷର ଶ୍ରେଷ୍ଠ ଧର୍ମ। ଏହି ଧର୍ମକୁ ପାଳନ କରିବା ପ୍ରତ୍ୟେକ ମଣିଷର କର୍ତବ୍ୟ। କିନ୍ତୁ ବ୍ୟକ୍ତିଗତ କର୍ମ ଜଂଜାଳରେ ବ୍ୟସ୍ତ ରହି ଆମେ ଏହି କର୍ତବ୍ୟରୁ ବିରତ ରହୁଛେ। ଏହିକ୍ରମରେ ଲୋକଙ୍କୁ ସେବା ଧର୍ମରେ ଦୀକ୍ଷିତ କରିବା ପାଇଁ ବିଗତ ବର୍ଷମାନଙ୍କ ପରି ଆସନ୍ତା ଜୁନ୍ ୧୭ ତାରିଖରୁ ୨୫ ତାରିଖ ଯାଏଁ ୭ ଦିନ ବ୍ୟାପି ନୟାଗଡରେ ଏକ ସେବା ଉତ୍ସବର ଆୟୋଜନ ହେଉଛି। ପୁର୍ବବର୍ଷମାନଙ୍କରେ ଏହା ମାତ୍ର ଗୋଟିଏ ଦିନ ହେଉଥିବା ବେଳେ ଚଳିତ ବର୍ଷ ଏହା ୭ ଦିନ ଧରି ସଂପଡା, ମାଳିସାହି, ଗଣିଆ, ନୟାଗଡ, ଦଶପଲ୍ଲା, ଡିମିରିପଲ୍ଲୀ ଅଂଚଳରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ। ଏହି ଅବସରରେରେ ଲୋକଙ୍କୁ ବସ୍ତ୍ରଦାନ, ଅନ୍ନଦାନ, ଚଷମା ବଂଟନ, ମାଗଣା ସ୍ୱାସ୍ଥ୍ୟସେବା ଶିବିର ଏବଂ ରକ୍ତଦାନ ଭଳି ବିଭିନ୍ନ ସେବାଭିତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାର ୫ରୁ ୬ହଜାର ଆର୍ଥିକ ଅନଗ୍ରସର ତଥା ଅସହାୟ ଲୋକଙ୍କୁ ସାମିଲ କରାଯିବ। ଏହି କାର୍ଯ୍ୟକ୍ରମ ଏକ ସ୍ୱେଚ୍ଚାକୃତ କାର୍ଯକ୍ରମ ହୋଇଥିବାରୁ ଏହି କାର୍ଯ୍ୟକ୍ରମରେ ଯେ କୌଣସି ସ୍ୱେଚ୍ଚାସେବୀ ସଂଗଠନ ସାମିଲ ହୋଇପାରିବେ। ଏଥିସହ ପ୍ରତ୍ୟେହ ସନ୍ଧ୍ୟାରେ ଭିନ୍ନକ୍ଷମ କଳାକାରଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଯେଉଁ ବ୍ୟକ୍ତିମାନେ ଗରିବ ଓ ଅସହାୟ ଲୋକଙ୍କୁ କିଛି ସହାୟତା କରିବାକୁ ଚାହିଁବେ ସେମାନେ ୯୫୫୬୪୮୫୯୧୦ ନମ୍ବରରେ ଯୋଗାଯୋଗ କରିପାରିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top