ଜଗତସିଂହପୁର

୧୭୦ତମ ବାଦିପାଲା ଉତ୍ସବ

ତିର୍ତ୍ତୋଲ ୦୩/୫ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତର ବଡିଜଙ୍ଗା, ଅଲଣାମଠ, ଭାରିଶୋଳ ଓ ଶାରୋଳ ମୌଜା ସଲଗ୍ନ ଶ୍ରୀ ଶ୍ରୀ ସତ୍ୟନାରାୟଣ ପଞ୍ଚଶଖା ପୂଜା ପରିଷଦ ଆନୁକୁଲ୍ୟରେ ୧୭୦ତମ ବାଦିପାଲା ଅନିଷ୍ଠିତ ହୋଇଯାଇଅଛି। ଗାୟକ ତିଳକ ପ୍ରଭାତ କୁମାର ନାଥଶର୍ମା ଅଧିବାସ ପାଲା କରିଥିବା ବେଳେ ଗାୟକ କଲ୍ଲୋଳ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ ଓ ଗାୟକ ଉଲ୍ଲାସ ରବିନାରାୟଣ ପତିଙ୍କ ମଧ୍ୟରେ ବାଦିପାଲା ପରିବେଶଣ ସ୍ଥାନୀୟ ଅଞ୍ଚଳରେ ସାରସ୍ୱତ ରସାଳ ସୃଷ୍ଟି କରିଥିଲେ। ୪ଦିନ ଧରି ଅନୁଷ୍ଠିତ ହୋଇଥିବା ବାଦିପାଲା ସମେତ ମନ୍ଦିରର ପରିଚାଳନା, ନିତ୍ୟପୂଜାର୍ଚ୍ଚନା, ପୂଜାପୀଠର କଳେବର ବୁଦ୍ଦି ସାଙ୍ଗକୁ ବୃକ୍ଷରୋପଣ ଓ ସ୍ୱଚ୍ଛ ଭାରତ ପ୍ରଭୃତି କାର୍ଯ୍ୟକ୍ରମ କରାଯାଇଥିଲା। ପରିଷଦର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top