୧୭ଶ ଭଦ୍ରକ ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟା ସ୍ତମ୍ଭ, ସାହିତ୍ୟ ଓ ଫିଚରକୁ ନେଇ ଆଲୋଚନା

ଭଦ୍ରକ, ୨୩ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ମନମୋହନ ସଂଗୀତ ପରିଷଦ ପରିସର ସନ୍ସାଇନ ମିଶନ ସ୍କୁଲ ପଡିଆରେ ଚାଲିଥିବା ଭଦ୍ରକ ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ସ୍ତମ୍ଭ, ସାହିତ୍ୟ ଓ ଫିଚର ସମ୍ପର୍କୀତ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଧାମନଗର ବିଡିଓ ତଥା ବରିଷ୍ଠ ସ୍ତମ୍ଭକାର ଡ. ନରହରି ବେହେରା ଯୋଗ ଦେଇ ସ୍ତମ୍ଭ ଲେଖା ମାଧ୍ୟମରେ ସାହିତ୍ୟର ବିକାଶ ହୋଇ ପାରୁଥିବା ବେଳେ ଏଥିରେ ସ୍ତମ୍ଭକାରଙ୍କ ନିଜସ୍ୱ କଥନର ପରିପ୍ରକାଶ ଘଟିଥାଏ ବୋଲି ମତ ବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଯୋଗ ଦେଇ କଲମ ଉପରେ ପ୍ରତିବନ୍ଧକ ରଖା ନ ଯିବା ଉଚିତ ବୋଲି କହିଥିଲେ । ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ବିଶ୍ୱରଞ୍ଜନ ଦାସ ଯୋଗ ଦେଇ ସ୍ତମ୍ଭ ଓ ଫିଚର ମଧ୍ୟରେ ଥିବା ବୈଷୟିକ ପାର୍ଥକ୍ୟ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ନିତିଦିନର ସାମ୍ବାଦିକ ତପନ କୁମାର ମିଶ୍ର ଏବଂ ସମ୍ବାଦର ପ୍ରତିନିଧି ଡ. ହରିହର ନାୟକ ଯୋଗ ଦେଇ ସ୍ତମ୍ଭ ଓ ଫିଚର ଉଭୟ ସାହିତ୍ୟର ଏକ ଅଙ୍ଗ ବୋଲି କହିଥିଲେ । ପୁସ୍ତକ ମେଳା କମିଟିର ସଭାପତି ଅଜୟ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଅଭୟ ଦାସ ଅତିଥି ମାନଙ୍କୁ ମଞ ଆମନ୍ତ୍ରଣକରିଥିଲେ ।

Leave a Reply

Your email address will not be published. Required fields are marked *