୧୭ବର୍ଷର ପୋଲିଓ ଆକ୍ରାନ୍ତ ଗୁରୁଚରଣଙ୍କ ନିଖୋଜକୁ ନେଇ ଥାନାରେ ଏକ ଲିଖିତ ଅଭିଯୋଗ

ହରିଚନ୍ଦନପୁର, ତା ୯ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଠାଗୋଳା ଗ୍ରାମ ପଞ୍ଚାୟତର ସରଦାପଶି ଗ୍ରାମ ହୁଡିତଳସାହିର ରାମ ମହାନ୍ତଙ୍କ ପୁଅ ଗୁରୁଚରଣ ମହାନ୍ତ(୧୭) ନିଖୋଜକୁ ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଗୁରୁଚରଣ ଗତ ବୁଧବାର ଦିନ ଠାରୁ ନିଖୋଜ ରହିଥିବାକୁ ନେଇ ଚିନ୍ତାରେ ପରିବାର ଲୋକ। ଗୁରୁଚରଣ ଜନ୍ମରୁ ପୋଲିଓ ରୋଗରେ ଆକ୍ରନ୍ତ ହୋଇଥିଲେ। ଗତ ବୁଧବାର ଦିନ ଗ୍ରାମ ନିକଟରେ ଥିବା ଜଙ୍ଗଲ ଆଡକୁ ଗୁରୁଚରଣ ଯାଉଥିବାର ଦେଖି ଗ୍ରାମର କୈଳାଶ ପରିଆଳ ପରିବାରର ଲୋକମାନଙ୍କୁ ଜଣାଇଥିଲେ। ଖବର ପାଇବା ପରେ ପରିବାର ଲୋକମାନେ ଜଙ୍ଗଲ ମଧ୍ୟରେ ଖୋଜିବା ଆରମ୍ଭ କରିଥିଲେ, ହେଲେ ଗୁରୁଚରଣଙ୍କ କିଛି ସୁରାଗ ପାଇନଥିଲେ। କାଳେ ଗୁରୁଚରଣ ନିଜ ସର୍ମ୍ପକୀୟ ବନ୍ଧୁବାନ୍ଧବ ଘରକୁ ବୁଲିବାକୁ ପଳାଇଥିବ ବୋଲି ଭାବି ସମସ୍ତଙ୍କ ଘରକୁ ଯାଇ ଖୋଜା ଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ସନ୍ଧାନ ନ ପାଇବା ପରେ ଗୁରୁଚରଣ ନିଖୋଜ ହୋଇଥିବାକୁ ନେଇ ଥାନାରେ ଫଟୋ କପି ସହ ସମସ୍ତ ତଥ୍ୟ ଦେଇ ଏକ ଲିଖିତ ଅଭିଯୋଗ କରିଥିବାର ଜଣାଇଛନ୍ତି। ଅଭିଯୋଗ ପାଇବା ପରେ ହରିଚନ୍ଦନପୁର ପୋଲିସ ଗୁରୁଚରଣଙ୍କୁ ଖୋଜା ଖୋଜି ଆରମ୍ଭ କରିଥିବାର ପୋଲିସ ପକ୍ଷରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *