୧୬ ଦିନର ନବଜାତ ଶିଶୁକୁ ଉଠାଇନେଲା ମାଙ୍କଡ଼ ଖୋଜୁଛନ୍ତି ପରିବାର ଓ ସଂମ୍ପର୍କୀୟ

କଟକ ୩୧-୩ (ଓଡ଼ିଆ ପୁଅ) ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ତାଳବସ୍ତ ଗାଁ’ ରେ। ପ୍ରାଥମିକ ଖବର ମୁତାବକ ଅସହ୍ୟ ଗରମ ଯୋଗୁଁ ଅଗଣାରେ ବାପା, ମା’ଙ୍କ ମଝିରେ ଶୋଇଥିବା ୧୬ଦିନର ନବଜାତ ଶିଶୁକୁ ମାଙ୍କଡ଼ ଉଠାଇ ନେଇଯାଇଛି। ଏବେ ମାଙ୍କଡ଼କୁ ଖୋଜୁଛନ୍ତି ସମ୍ପର୍କୀୟ ଓ ଗାଁ’ର ଲୋକମାନେ। ମାଙ୍କଡ଼ ଉଠାଇନେବା ବେଳେ କିଛି ଲୋକ ଦେଖିଥିବା ସୂଚନା ଦେଇଥିଲେ। ଫରିବାର ଏବଂ ସଂମ୍ପର୍କୀୟଙ୍କ ସହିତ ଅଗ୍ନିଶମ ବିଭାଗର କର୍ମକର୍ତ୍ତାମାନେ ଖୋଜାଖୋଜି କରିବାରେ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *