ଓଡ଼ିଶା

୧୬ନଂ ଜାତୀୟରାଜପଥ ଦହିସଡ଼ା ନିକଟ ରାସ୍ତା ଉପରୁ ମିଳିଲା ମହିଳାଙ୍କ ଉଲଗ୍ନ ମୃତ ଦେହ

ବାହାନଗା/ ବାଲେଶ୍ୱର, ୧୯/୦୬(ଓଡ଼ିଆ ପୁଅ/ଭାରତୀ ଦାସ )- ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟରାଜପଥ ଦହିସଡ଼ା ନିକଟ ରାସ୍ତା ଉପରୁ ମିଳିଛି ଏକ ମହିଳାଙ୍କର ମୃତ ଦେହ। ସୂଚନା ଅନୁସାରେ ଆଜି ସକାଳେ ଦହିସଡ଼ା ନିକଟ ଜାତୀୟରାଜପଥ ଉପରେ ମହିଳାଙ୍କର ଉଲଗ୍ନ ମୃତ ଦେହ ରାସ୍ତାରେ ପଡ଼ି ରହିଥିବାର ଦେଖିବାକୁ ମିଳିଥିଲା। ମହିଳାଙ୍କର ବୟସ ୩୦ହେବ ବୋଲି ଅନୁମାନ କରାଯାଏ। ସକାଳେ ପଥଚାରୀ ମାନେ ଦେଖି ପୋଲିସକୁ ଖବର ଦେଇଥିଲେ। ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତନାଘନା କରୁଛି। ମହିଳା ଜଣକ କିଏ, ମାନସିକ ଅନଗ୍ରସର କିମ୍ବା ବଳତ୍କାର ପରେ ହତ୍ୟା କରି କିଏ ଫିଙ୍ଗି ଦେଇଛି କି ଯାତ୍ରା କରୁଥିବା ବେଳେ ବସରୁ ଖସିପଡ଼ିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ପୋଲିସ ସୂତ୍ରରୁ ପ୍ରକାଶ ବିଳମ୍ବିତ ରାତ୍ରିରେ ଏଘଟଣା ଘଟିଛି। ଏହି ତଦନ୍ତ ତ୍ୱରାନ୍ୱିତ ହେବା ପରେ ଜଣା ପଡ଼ିବ ମହିଳାଙ୍କର ପ୍ରକୃତ ପରିଚୟ ଓ ମୃତ୍ୟୁର କାରଣ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top