ଓଡ଼ିଶା

୧୫ ତାରିଖରେ ହେବ ଆଇନ ଅମାନ୍ୟ ଆନ୍ଦୋଳନ: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ କାର୍ଯ୍ୟକାରୀ କରିବାକୁ ନେଇ ରାଜ୍ୟର ସମସ୍ତ ପଞ୍ଚାୟତରେ ହେବ ଚାଷୀ ଆନ୍ଦୋଳନ

ଭୁବନେଶ୍ୱର-୯ା୧୧, (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ସତ୍ୟାଗ୍ରହ ଆସନ୍ତା ନଭେମ୍ବର୧୨ ତାରିଖ ଦିନ କରାଯିବା ସହ ୧୫ ତାରିଖ ଦିନ ରାଜ୍ୟର ସମସ୍ତ ପୁଲିସ ଷ୍ଟେସନ ସମ୍ମୁଖରେ ଧାରଣ ଓ ସତ୍ୟାଗ୍ରହ କରାଯାଇ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟକୁମାର ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଯଦି ଏହା ପୂର୍ବରୁ ୨୧ ହଜାର ୬୦୦ କୋଟି ଟଙ୍କା ଚାଷୀଙ୍କ ପେନସନ ପାଇଁ ପ୍ରଥମେ ଅଡିନାନ୍ସ ମାଧ୍ୟମରେ ସରକାର ଘୋଷଣା କଲେ ମନ୍ତ୍ରୀସ୍ତରୀୟ କମିଟି ସହ ନବନିର୍ମାଣ କୃଷକ ସଂଗଠନ ଆଲୋଚନା କରିବାକୁ ରାଜି ହେବୁ ବୋଲି ଅକ୍ଷୟ କୁମାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ- ୩୬ ଲକ୍ଷ ଚାଷୀଙ୍କ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବା ଦାବିକୁ ନେଇ ଭୁବନେଶ୍ୱରରେ ହେବାକୁ ଥିବା ଚାଷୀଙ୍କ ସମାବେଶକୁ ହଂସପାଳ ଠାରେ ଚାଷିମାନଙ୍କୁ ପୁଲିସ ଅଟକାଇବା ଦେଖିବାକୁ ମିଳିଥିଲା। ସମାବେସକୁ ସ୍ଥଳକୁ ଆସୁଥିବା ଚାଷି ମାନଙ୍କୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସାକ୍ଷାତକରି ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରସ୍ତାବ ଦେଇଥିଲେ। ଉକ୍ତ ପ୍ରସ୍ଥାବକୁ ସଂଗଠନର ନେତା ଅକ୍ଷୟ କୁମାର ପ୍ରତ୍ୟାଖାନ କରି ସରକାର ଯଦି ୫ ତାରିଖ ଅଧ୍ୟାହ୍ନ ୧୨ ସୁଦ୍ଧା ଅଡିନାନ୍ସ ଜାରି କରି ପେନସନ ଦେବାକୁ ଘୋଷଣା କଲେ ଆମେ ସରକାରଙ୍କ ସହ ଆଲୋଚନା କରିବାକୁ କରିବାକୁ ପସ୍ତୁତ ଅଛୁ ବୋଲି ପ୍ରସ୍ତାବ ଦେଇଥିଲେ। ଉକ୍ତ ଦିନ ୧୨ ଘଟିକା ପରେ ସରକାର ସେମାନଙ୍କର ପ୍ରସ୍ତାବରେ ଏକମତ ନହୋଇ ବାଲୁଗାଁ ପଟୁ ଆସୁଥିବା ଚାଷୀମାନଙ୍କୁ ଖଣ୍ଡଗିରି ନିକଟରେ ଗିରଫ କରିବା ଦେଖାଯାଇଥିଲା। ସେହିପରି ଯାଜପୁରରୁ ଠାରୁ ଯାଇଥିବା ଚାଷୀମାନଙ୍କୁ ହଂସପାଳ ନିକଟରେ କଟକ ଜିଲ୍ଲାପାଳ, ଜଣେ ଆଇଜି ଓ କିଛି ପୁଲିସର ବରିଷ୍ଟ ଅଧିକାରୀଙ୍କ ସମେତ ୧୨ ପ୍ଲାଟୁନ ପୁଲିସ ଫୋର୍ସ ରାସ୍ତାରେ ଅଟକ ରଖିଥିଲା। ଚାଷୀମାନଙ୍କୁ ଆନ୍ଦୋଳନ ଓ ରାଲିକୁ ବନ୍ଦ କରିବାକୁ ସରକାରଙ୍କ ଉକ୍ତ ଦିନ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ। ଏହି କମିଟି ଅର୍ଥମନ୍ତ୍ରୀଙ୍କ ନେତୃତରେ କୃଷି ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଚାଷୀମାନଙ୍କ ସମସ୍ୟାକୁ ସମାଧାନ କରିବାକୁ ଟର୍ମ ଅଫ ରେଫରେନ୍ସ ମାଧ୍ୟମରେ ଆଲୋଚନା ହେବବୋଲି ଘୋଷଣା କରିଥିଲେ। ଉକ୍ତ ଦିନ ଚାଷିମାନଙ୍କ ରାଷ୍ଟ୍ରିୟ ସଂଯୋଜକ ଅକ୍ଷୟ କୁମାର ସରକାରୀଙ୍କୁ ଚେତାବନୀ ଦେଇ କହିଥିଲେ ଯେ ସରକାର ଆମକୁ ରାଜରାସ୍ତାରୁ ଅଗଣତାନ୍ତ୍ରୀକ ଭାବେ ଗିରଫ କରି ଆମକୁ ଭୁବନେଶ୍ୱରକୁ ଯିବାକୁ ବନ୍ଦ କଲେ ଆଗାମି ଦିନରେ ସରକାରଙ୍କୁ କୌଣସି ଗାଁରେ ଆମେ ପୁରାଇ ଦେବୁ ନାହୁଁ। ଭୁବନେଶ୍ୱରକୁ ଆସିଥିବା ପୁରୁଷ-ମହିଳା ୪୦ହଜାରରୁ ଅଧିକ ଚାଷୀଙ୍କୁ ଗିରଫ ଦାରି ପୁଲିସ କରଦଥିଲେ। ସମସ୍ତ ଚାଷୀଙ୍କୁ ଗିରଫ କରିବାକୁ ୪ ଘଣ୍ଟାରୁ ଅଧିକ ସମୟ ଲାଗିବ ବୋଲି ଜଣେ ବରିଷ୍ଟ ପୁଲିସ ଅଧିକାରୀ ସୂଚନା ଦେଇଥିଲେ। ସୂଚନା ଯୋଗ୍ୟ-ରାଜ୍ୟରେ ୩୬ ଲକ୍ଷ ଚାଷୀଙ୍କ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନକୁ ରାଜ୍ୟ ସରକାର ବଜେଟରେ ବ୍ୟବସ୍ଥା କରି ଚାଷୀମାନଙ୍କୁ ରାଜ୍ୟରେ ସେମାନଙ୍କ ଅଧିକାର ପ୍ରଦାନ କରିବା ଦାବିକୁ ନେଇ ନବିର୍ମାଣ କୃଷକ ସଂଗଠନ ଭୁବନେଶ୍ୱର ଠାରେ ଏକ ବିଶାଳ ରାଲିକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ପୁଲିସ ଦ୍ୱାରା କରିଥିବା ଉଦ୍ୟମକୁ ଚାଷୀମାନେ ଖାତିର ନକରି ଯାଜପୁରରୁ ପାଦରେ ଚାଲିଚାଲି କଟକ-ଫୁଲନଖରା ଓ ଖୋର୍ଦ୍ଧାରୁ ଭୁବନେଶ୍ୱର-ତମାଣ୍ଡୋ ଠାରେ ଏକତ୍ରୀତ ହେବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚିନ୍ତାର କରଣ ହୋଇଛି। ନବିର୍ମାଣ କୃଷକ ସଂଗଠନକୁ ଭୁବନେଶ୍ୱରରେ ପ୍ରବେଶ ନକରାଇ ଦେବା ପାଇଁ ତମାଣ୍ଡୋ ନିକଟରେ ସରକାର୧୪୪ ଧାରା କରି ପୁଲିସ ମୃତୟନ କରାଯାଇଥିବାବେଳେ ତମାଣ୍ଡୋରେ ଚାଷୀ ମାନେ ଏକତ୍ରିତ ହୋଇ ସରକାର ବିରୋଧି ସ୍ଲୋଗାନ ଦେଇ ରାସ୍ତା ଅବରୋଧ କରିଥିଲେ। ଭୁବନେଶ୍ୱର ର ସମସ୍ତ ପ୍ରବେଶ ପଥରେ ୧୪୪ ଧାରା ଜାରି କରାଯାଇ ସରକାର ପୁଲିସ ଫୋର୍ସ ମୁତୟନ କରାଯିବା ଦେଖାଯାଇଯାଇଥିଲା। କୃଷକମାନଙ୍କ ଏହି ଦାବି ଓ ଜନସମାବେଶକୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସମାବେସ ସ୍ଥଳରେ ପହଞ୍ଚି ସମର୍ଥନ କରିଥିବାବେଳେ ବିଜେପି ଦଳ ପକ୍ଷରୁ ସମର୍ଥନ କରାଯିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସମର୍ଥନ କରିବା ସହ ବିଜେପି କ୍ଷମତାକୁ ଆସିଲେ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ କୁ କାର୍ଯ୍ୟକରି କରାଇ ବୋଲି ଟ୍ୱିଟ ମାଧ୍ୟମରେ ଜରାଇଥିବା ସୂଚନା ଦେଇଥିଲ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top