୧୫ ଜାନୁଆରୀ ୨୦୧୮ ସୁଦ୍ଧା ପ୍ରତ୍ୟକ୍ଷ ଟିକସ ଆଦାୟରେ ୧୮.୭% ବୃଦ୍ଧି

– କର୍ପୋରେଟ ଟିକସ ସଂଗ୍ରହରେ ମଧ୍ୟ ଭଲ ଅଭିବୃଦ୍ଧି

ନୂଆଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ଅର୍ଥ ମନ୍ତ୍ରଣାଳୟରୁ ହସ୍ତଗତ ହୋଇଥିବା ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ୧୫ ଜାନୁଆରୀ, ୨୦୧୮ ସୁଦ୍ଧା ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ ୬.୮୯ ଲକ୍ଷ କୋଟି ଟଙ୍କାରେ ପହଁଚିଛି। ଏହା ବିଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ୧୮.୭% ଅଧିକ ବୋଲି ଜଣାପଡ଼ିଛି। ସଂଗୃହିତ ହୋଇଥିବା ନିଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପରିମାଣ ୨୦୧୭-୧୮ ଆର୍ଥିକ ବର୍ଷର ବଜେଟରେ କରାଯାଇଥିବା ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପୂର୍ବାନୁମାନ(୯.୮ ଲକ୍ଷ କୋଟି ଟଙ୍କା)ର ୭୦.୩%। ପ୍ରତିଦାୟ (ରିଫଣ୍ଡ) ସମାଯୋଜନ (ଆଡଜଷ୍ଟ) ହେବା ପୂର୍ବରୁ, ଏପ୍ରିଲ ୨୦୧୭ରୁ ୧୫ ଜାନୁଆରୀ ୨୦୧୮ ମଧ୍ୟରେ ସକଳ ଟିକସ ସଂଗ୍ରହ ୧୩.୫% ବୃଦ୍ଧି ପାଇ ୮.୧୧ ଲକ୍ଷ କୋଟି ଟଙ୍କାରେ ପହଁଚିଛି। ଏପ୍ରିଲ, ୨୦୧୭ରୁ ୧୫ ଜାନୁଆରୀ ୨୦୧୮ ମଧ୍ୟରେ ୧.୨୨ ଲକ୍ଷ କୋଟି ଟଙ୍କାର ପ୍ରତିଦାୟ ଜାରି କରାଯାଇଛି।

ଚଳିତ ଆର୍ଥିକ ବର୍ଷରେ ସମସ୍ତ ମାନଦଣ୍ଡରେ ପ୍ରତ୍ୟକ୍ଷ ଟିକସ ଆଦାୟ ସ୍ଥିର ରହିଛି ଏବଂ ଏଥିରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଦେଖିବାକୁ ମିଳିଛି। ସକଳ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ଲଗାତାର ଉନ୍ନତି ଘଟି ପ୍ରଥମ ତୈ୍ରମାସିକରେ ୧୦.%, ଦ୍ୱିତୀୟ ତୈ୍ରମାସିକରେ ୧୦.୩%, ତୃତୀୟ ତୈ୍ରମାସିକରେ ୧୨.୬% ଏବଂ ୧୫ ଜାନୁଆରୀ ସୁଦ୍ଧା ୧୩.୫%ରେ ପହଁଚିଛି। ସେହିପରି ନିଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପରିମାଣ ଲଗାତାର ଭାବେ ବୃଦ୍ଧି ପାଇଁ ପ୍ରଥମ ତୈ୍ରମାସିକରେ ୧୪.୮%, ଦ୍ୱିତୀୟ ତୈ୍ରମାସିକରେ ୧୫.୮%, ତୃତୀୟ ତୈ୍ରମାସିକରେ ୧୮.୨% ଏବଂ ୧୫ ଜାନୁଆରୀ ୨୦୧୮ ସୁଦ୍ଧା ୧୮.୭%ରେ ପହଁଚିଛି।

ବିଶେଷ କରି କର୍ପୋରେଟ ଆୟକର (ସିଆଇଟି) ସଂଗ୍ରହରେ ଅଭିବୃଦ୍ଧି ଭଲ ରହିଛି। ସକଳ ସିଆଇଟି ସଂଗ୍ରହ ଅଭିବୃଦ୍ଧି ହାର ପ୍ରଥମ ତୈ୍ରମାସିକରେ ୪.୮%, ଦ୍ୱିତୀୟ ତୈ୍ରମାସିକରେ ୫.୧%, ତୃତୀୟ ତୈ୍ରମାସିକରେ ୧୦.୧% ଏବଂ ୧୫ ଜାନୁଆରୀ ୨୦୧୮ ସୁଦ୍ଧା ୧୧.୪%ରେ ପହଁଚିଛି। ସେହିପରି ନିଟ ସିଆଇଟି ସଂଗ୍ରହରେ ଅଭିବୃଦ୍ଧି ଦ୍ୱିତୀୟ ତୈ୍ରମାସିକରେ ୧୦.%, ତୃତୀୟ ତୈ୍ରମାସିକରେ ୧୭.୪% ଏବଂ ୧୫ ଜାନୁଆରୀ ୨୦୧୮ ସୁଦ୍ଧା ୧୮.୨%ରେ ପହଁଚିଛି।

Leave a Reply

Your email address will not be published. Required fields are marked *