ଜିଲ୍ଲା ପରିକ୍ରମା

୧୫ କୋଟି ପାଣି ପ୍ରକଳ୍ପ ନିର୍ମାଣରେ କୋଟିଏ ୭୦ ଲକ୍ଷ ଟଙ୍କାର ଦୁର୍ନିତିର ଗନ୍ଧ; ବାରମ୍ବାର ବିଭାଗୀୟ ତାଗିଦ୍ ସତ୍ତ୍ୱେ ପ୍ରଦାନ କରାଯାଉନାହିଁ ବିନିଯୋଗ ପତ୍ର

ଯାଜପୁର-୨୭/୭(ଓଡିଆ ପୁଅ/ଏ.ରାଉତ) ଯୋକଡିଆଠାରେ ଗଭୀର ନଳକୂଅ ପ୍ରତିଷ୍ଠା କରିବାସହ ଏଠାରୁ ପାଇପଯୋଗେ ବ୍ୟାସନଗର ସହରବାସୀଙ୍କୁ ପିଇବାପାଣି ଯୋଗାଇବାପାଇଁ ନିର୍ମାଣ ହେଉଥିବା ପାଣି ପ୍ରକଳ୍ପରେ ଦୁର୍ନିତୀର ଗନ୍ଧ ସ୍ପଷ୍ଟ ବାରିହେଉଥିବା ପରିଲକ୍ଷିତ ହୋଇଛି। କଟକ ଜନସ୍ୱାସ୍ଥ୍ୟ ବିଭାଗ ଉପଖଣ୍ଡ (୨) ନିର୍ବାହୀ ଯନ୍ତ୍ରୀ ଏନେଇ ଅସନ୍ତୋସ ବ୍ୟକ୍ତ କରିବାସହ ବାରମ୍ବାର ତାଗିଦ୍ କଲାପରେ ମଧ୍ୟ ବିନିଯୋଗ ପତ୍ର ଦାଖଲ କରାଯାଉନଥିବାରୁ ଏହି ସନ୍ଦେହ ଆହୁରି ଘନୀଭୂତ ହେବାରେ ଲାଗିଛି। ଏନେଇ ବାରମ୍ବାର ବ୍ୟାସନଗର ପୌର କାର୍ଯ୍ୟାଳୟକୁ ଚିଠି ଲେଖିବାପରେ ପୁଣି ଗତ ୯ା୭ା୧୮ରେ ଚିଠି ନମ୍ବର ୫୦୧୨/୧୮ରେ ବିଭାଗ ପକ୍ଷରୁ ତୁରନ୍ତ ଏହି ବିନିଯୋଗ ପତ୍ର ଦାଖଲ କରିବାକୁ ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି। ଉକ୍ତ ଚିଠିରେ ଦର୍ଶାଯାଇଛି ଯେ ଅର୍ବାନ ଇଷ୍ଫ୍ର୍ରାଷ୍ଟ୍ରକଚର ଡେଭଲପମେଂଟ ସ୍କିମ ଫର ସ୍ମଲ ଆଣ୍ଡ ମିଡିୟମ ଟାଉନ୍ (ୟୁଆଇଡିଏସଏସ) ଯୋଜନାରେ ବ୍ରାହ୍ମଣୀ ନଦୀରୁ ପାଇପଯୋଗେ ବ୍ୟାସନଗର ସହରକୁ ପାଣି ଆଣିବାକୁ ଉକ୍ତ ପ୍ରକଳ୍ପ ପାଇଁ ମୋଟ ୧୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ୨୦୦୮ ମସିହାରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଗତ ୨୦୧୭-୧୮ ଓ ୧୯-୧୯ଆର୍ଥିକ ବର୍ଷରେ ( ୩୦ ଜୁନ ୨୦୧୮ ପର୍ଯ୍ୟନ୍ତ) ମୋଟ ୧କୋଟି ୭୦ ଲକ୍ଷ ଟଙ୍କା ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିଲେ ମଧ୍ୟ ଏହି ଟଙ୍କାର ଆଜି ପର୍ଯ୍ୟନ୍ତ ବିନିଯୋଗ ପତ୍ର ଦାଖଲ ହୋଇ ପାରିନାହିଁ। ପୂର୍ବରୁ କଟକ ଜନସ୍ୱାସ୍ଥ୍ୟ ଡିଭିଜନ (୨) ପକ୍ଷରୁ ମଧ୍ୟ ଏନେଇ ୮ା୭ା୨୦୧୩ରେ ଚିଠି ନମ୍ବର ୫୭୬୬/ ୨୯ା୧୧ା୨୦୧୩ରେ ଚିଠି ନମ୍ବର ୯୦୫୨/ ୧୭ା୧ା୨୦୧୪ରେ ଚିଠି ନମ୍ବର ୨୩୧/ ୧୬ା୩ା୨୦୧୫ରେ ଚିଠି ନମ୍ବର ୪୬୮୦ରେ/୪ା୮ା୨୦୧୫ରେ ଚିଠି ନମ୍ବର ୭୬୨୬/ରେ ଓ ୨୧ା୪ା୨୦୧୭ରେ ଚିଠି ନମ୍ବର ୨୭୭୪ରେ ଏନେଇ ତାଗିଦ କରାଯାଇଥିଲେ ମଧ୍ୟ ଅଦ୍ୟବଧି ଉକ୍ତ ଖର୍ଚ୍ଚ ଟଙ୍କାର ବିନିଯୋଗ ପତ୍ର ଏପର୍ଯ୍ୟନ୍ତ ଦାଖଲ କରାଯାଇ ନାହିଁ। ଉପରୋକ୍ତ ଶେଷ ଚିଠି ସଂଖ୍ୟା ୫୦୧୨/୧୮ରେ ତୁରନ୍ତ ଉକ୍ତ ଖର୍ଚ୍ଚ ବା ବିନିଯୋଗର ସମସ୍ତ ଓରିଜନାଲ ବିଲ, କାଗଜ ପତ୍ର, ପେମେଂଟ ରସିଦ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଚିଠିର ନକଲ ମଧ୍ୟ ଜନସ୍ୱାସ୍ଥ୍ୟ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଓଡିଶା, କଟକ ଅଧୀକ୍ଷଣ ଯନ୍ତ୍ରୀ, ବିଭାଗୀୟ ସଚୀବଙ୍କ ଅବଗତି ନିମନ୍ତେ ବିଭାଗ ପକ୍ଷରୁ ପ୍ରେରଣ କରାଯାଇଛି। ଖରାଦିନେ ବ୍ୟାସନଗର ସହରର ପମୁଖ ସ୍ଥାନ କହ୍ନେଇପୁର ସମେତ ମୁଣ୍ଡମାଳ, କୋର୍ଟଛକ, ଚୁନଭାଟି ପ୍ରଭୃତି ଅନେକ ସ୍ଥାନକୁ ଜନସ୍ୱାସ୍ଥ୍ୟ ବିଭାଗ ପାଣି ପହଂଚାଇ ନ ପାରିବାରୁ ସହରର ବିଭିନ୍ନ ସ୍ଥାନରେ ପାଣି ପାଇଁ ହାହାକାର ପଡିଯାଏ। ଏହାକୁ ଏଡାଇବାକୁ ରାଜ୍ୟ ସରକାରଙ୍କ ୟୁଡିଏସଏସଏମଟି ଯୋଜନାରେ ୨୦୦୮ ମସିହାରେ ୧୪କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ବର୍ଷକ ମଧ୍ୟରେ ସଂପୂର୍ଣର୍ କାର୍ଯ୍ୟ ସାରିବାକୁ ଟେଣ୍ଡର କରାଯାଇଥିଲା। ଠିକଣା ସମୟରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ପାଇପଯୋଗେ ପାଣି ଯୋଗାଣ ପରିକଳ୍ପନାର ୮ ବର୍ଷ ବିତି ଯାଇଥିଲେ ମଧ୍ୟ ବ୍ୟାସନଗର ବାସୀ ପାଇପ ଜଳ ପାଇପାରି ନାହାନ୍ତି। ଇତିମଧ୍ୟରେ ଦୁଇ ଠିକାଦାର ୮କୋଟି ଟଙ୍କା ବ୍ୟୟ କରିଥିବାବେଳେ ଅବଶିଷ୍ଟ ୬କୋଟି ଜନସ୍ୱାସ୍ଥ୍ର ବିଭାଗ ଏକାଉଂଟରେ ଥିବାବେଳେ ୨୦୧୭-୧୮, ୧୮-୧୯ ଆର୍ଥିକି ବର୍ଷରେ ପ୍ରକଳ୍ପ ପାଇଁ ପୁଣି ୧କୋଟି ୭୦ ଲକ୍ଷ ୩୫ ହଜାର ୮୬୦ଟଙ୍କା ପ୍ରଦାନ କରାଯାଇଛି ଯାହର ହିସାବ ଆଜି ପର୍ଯ୍ୟନ୍ତ ମିଳିନାହିଁ। ପୂର୍ବରୁ ୫କୋଟି ୭୩ ଲକ୍ଷ ଟଙ୍କା ବିନିମୟରେ ମୁଣ୍ଡମାଳ ଓ ଭଟିଆଠାରେ ଦୁଇଟି ଓଭରହେଡ ଟାଙ୍କି ନିର୍ମାଣ ସହ କାର୍ଯ୍ୟ ସରିଛି। ଦଳା, ଭଟିଆ, ଧବଳଗିରି, ମୁଣ୍ଡମାଳଠାରେ ୪ଟି ଓଜିଆର୍, ମୁଣ୍ଡମାଳଠାରେ ନଦୀଜଳ ବିଶୋଧନ ପ୍ଲାଂଟ ନିର୍ମାଣ ଶେଷ ପର୍ଯ୍ୟାୟରେ। ସହରରେ ପାଇପ ବିଛାଣରେ ୨କୋଟି ୫୦ ଲକ୍ଷ ବିନିଯୋଗ ହୋଇଛି। ବ୍ୟାସନଗର ସହରରେ ଲୋକସଂଖ୍ୟା ଅନୁଯାଇ ୬.୭ ମିଲିୟନ ପାଣିର ଆବଶ୍ୟକତା ଥିବାବେଳେ ସହରବାସୀ ୬.୦୦ ମିଲିୟନ ଲିଟର ପାଣି ପାଉଛନ୍ତି। ଦିନକୁ ପ୍ରାୟ ୦.୭ ମିଲିୟନ ଲିଟର ପାଣିର ଚାହିଦା ଅଭାବ ସହରବାସୀଙ୍କୁ ଜଳଯାତନାା ଦେଉଛି। ମିଳିଥିବା ସୂଚନା ଅନୁଯାଇ ଉକ୍ତ ପ୍ରକଳ୍ପରେ ବ୍ୟବହୃତ ହୋଇଥିବା ମୋଟା ଲୁହା ପାଇପ ସବୁ ପୁରଣାଭାବେ ବହାରୁ ଅଣାଯାଇ ମାଟି ତଳେ ବିଛାଯାଇଥିବାରୁ ଏହି ପାଇପ୍ର ଓରିଜିନାଲ ବିଲମାନ ଯୋଗାଡ ହୋଇ ପାରୁ ନଥିବାରୁ ସଂପୃକ୍ତ ଠିକାଦାର ବିନିଯୋଗ ପତ୍ରକୁ ପୌର କାର୍ଯ୍ୟାଳୟାରେ ଦାଖଲ କରିପାରୁନାହାନ୍ତି। ଉକ୍ତ ପ୍ରକଳ୍ପ କାର୍ଯ୍ୟର ବ୍ୟାପକ ଆର୍ଥିକ ଘୋଟାଲା ହୋଇଥିବା ବିଭାଗ ପକ୍ଷରୁ ସନ୍ଦେହ କରାଯାଉଥିବାରୁ ମାଟିତଳେ ପୋତାଯାଇଥିବା ପାଇପ ସବୁର ମାନ ପରୀକ୍ଷା ସହ ଉକ୍ତ ପ୍ରକଳ୍ପରେ ହୋଇଥିବା ହେରଫେରର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ଷଳକ ଲୋଚନକୁ ଆସି ପାରନ୍ତାବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top