୧୫୦ ଏକଡ଼ର ଧାନ ପହ୍ଲା ନଷ୍ଟ କଲେ ହାତୀ

ମାନେଶ୍ୱର, ୭/୭ : (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) : ସମ୍ବଲପୁର ଜିଳ୍ଲା ସଦର ରେଞ୍ଜ ଯୁଯୁମୁରା ଅଞ୍ଚଳରେ ଗତ ଗୁରୁବାର ରାତିରେ ପ୍ରାୟ ୨୫ଟି ହାତୀ ପ୍ରବେଶ କରିଛନ୍ତି। ବଡ଼ମାଳ ଓ ଖଇରମାଳ ଗ୍ରାମରେ ପହ୍ଲା ନଷ୍ଟ କରି ଦେଇଛନ୍ତି। ପ୍ରାୟ ୧୫୦ ଏକଡ଼ର ଧାନ ଜମିରେ ରୋଇବା ପାଇଁ ପକା ଯାଇଥିବା ପହ୍ଲା ନଷ୍ଟ ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ବନ ବିଭାଗ କର୍ମଚାରୀ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ଶିବ ପ୍ରସାଦ ପ୍ରଧାନ, ଦୀନବନ୍ଧୁ ପ୍ରଧାନ, କ୍ଷୀରୋଦ ପ୍ରଧାନ, କିଶୋର ପ୍ରଧାନ ପ୍ରମୁଖ ଚାଷୀଙ୍କ ପହ୍ଲା ନଷ୍ଟ ହୋଇଛି। ପହ୍ଲା ପକାଇ ଚାଷ କରିବା ପାଇଁ ଆଉ ସମୟ ନାହିଁ। ତେଣୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ବିଜେଡ଼ି ଜିଳ୍ଲା ସଭାପତି ପ୍ରମୋଦ ରଥ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି କ୍ଷତିପୂରଣ ଦେବା ପାଇଁ ବନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବିନ୍ଦ ଅଗ୍ରୱାଲ ମଧ୍ୟ ପହଞ୍ଚିଥିଲେ।

Leave a Reply

Your email address will not be published. Required fields are marked *